କୋଲକାତା:ପଶ୍ଚିମବଙ୍ଗରେ ମତଦାନ ପରବର୍ତ୍ତୀ ହିଂସାକୁ ନେଇ କୋଲକାତା ହାଇକୋର୍ଟ CBI ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ମଙ୍ଗଳବାର ଏହି ନିର୍ଦ୍ଦେଶ ଦେଇଛନ୍ତି । ହତ୍ୟା, ଦୁଷ୍କର୍ମ ଏବଂ ଅସ୍ବାଭାବିକ ମୃତ୍ୟୁ ଭଳି ଗୁରୁତର ଅପରାଧ ଘଟାଇଥିବା ମାମଲାରେ CBI ତଦନ୍ତ କରିବ ବୋଲି ରହିଛି ନିର୍ଦ୍ଦେଶ ।
ଏହି ଘଟଣାକୁ ବାଦ ଦେଇ ଅନ୍ୟ ହିଂସାକାଣ୍ଡକୁ SITର ୩ ଜଣିଆ ଟିମ ଯାଞ୍ଚ କରିବ । ଏହି ଟିମରେ କୋଲକାତା ପୋଲିସ କମିଶନର ସୌମେନ ମିତ୍ର ଓ ରାଜ୍ୟ ପୋଲିସ ନିର୍ଦ୍ଦେଶକ ସୁମନ ବାଲା ସାହୁ ରହିଛନ୍ତି । ଏହାସହିତ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ସୁପରଭିଜନରେ ଏହି SIT ଟିମ ତଦନ୍ତ କରିବ । ତେବେ ଆସନ୍ତା ୬ ସପ୍ତାହ ମଧ୍ୟରେ ଉଭୟ CBI ଓ SIT ଟିମ ତଦନ୍ତ କରି ରିପୋର୍ଟ ଦାଖଲ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ କୋଲକାତା ହାଇକୋର୍ଟର ଏକ ଅଲଗା ବେଞ୍ଚ ମାମଲାର ଶୁଣାଣି କରିବେ ବୋଲି ଜଣାପଡି଼ଛି ।