ଓଡିଶା

odisha

Bengal School Recruitment Scam: ଚାକିରିରୁ ବିଦା ହେଲେ ୩୬ହଜାର ଶିକ୍ଷକ

By

Published : May 12, 2023, 8:01 PM IST

ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା । ୩୬ହଜାର ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରିବା ଲାଗି କୋଲକାତା ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ମାମଲା । ଚାକିରିରୁ ବିଦା ହେଲେ ୩୬ ହଜାର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ । ବେଆଇନ ମାଧ୍ୟମରେ ଚାକିରି ପାଇଥିବା ଏହି ବିପୁଳ ସଂଖ୍ୟାର ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରିବା ଲାଗି ଆଜି କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର କୋଲକାତା ହାଇକୋର୍ଟର ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ଏହି ରାୟ ଶୁଣାଇଛନ୍ତି । ଆସନ୍ତା ୩ ମାସ ମଧ୍ୟରେ ଏହି ସ୍ଥାନକୁ ପୂରଣ କରିବା ଲାଗି କୋର୍ଟ ପ୍ରାଥମିକ ଶିକ୍ଷା ପରିଷଦ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୪ ମସିହାରେ ଶିକ୍ଷକ ନିଯୁକ୍ତି ଲାଗି TET ପରୀକ୍ଷା ହୋଇଥିଲା । ଏହାପରେ ୨୦୧୬ ମସିହାରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା । ଆଜି କୋର୍ଟରେ ଶୁଣାଣି ସମୟରେ ଜଷ୍ଟିସ ଗଙ୍ଗୋପାଧ୍ୟାୟ କହିଥିଲେ ଯେ ଏହି ସମୟରେ ନିଯୁକ୍ତି ପାଇଥିବା ୩୬ ହଜାର ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରାଯାଉ । ୨୦୧୪ ଟିଇଟି ପରୀକ୍ଷାରେ ପ୍ରାୟ ୪୨ ହଜାର ୯୪୨ଜଣ ଶିକ୍ଷକ ନିଯୁକ୍ତି ପାଇଥିଲେ । ହେଲେ ନିଯୁକ୍ତି ପ୍ରକ୍ରିୟାରେ ହେରଫେର ହୋଇଥିଲା ବୋଲି କୋର୍ଟ କହିଛନ୍ତି ।

ଏହା ବି ପଢନ୍ତୁ- Karnataka Election: ଜୟରାମଙ୍କ ଦୃଢୋକ୍ତି, 'ସରକାର ଗଢିବ କଂଗ୍ରେସ, ମୋଦିଙ୍କ ହେବ ବଡ଼ ହାର'

ଏ ନେଇ ପ୍ରିୟଙ୍କା ନାସ୍କରଙ୍କ ସମେତ ପ୍ରାୟ ୧୪୦ଜଣ ଅଭିଯୋଗ ଆଣିଥିଲେ । ଶୁକ୍ରବାର ଏହି ମାମଲାର ଶୁଣାଣି କରିବା ସମୟରେ ଚାକିରି ପାଇଥିବା ୩୬ହଜାର ଶିକ୍ଷକଙ୍କୁ ଚାକିରିରୁ ବିଦା କରାଯାଇଛି । ଅଭିଯୋଗକାରୀଙ୍କ ଅନୁସାରେ ୨୦୧୪ ଟିଇଟି ପରୀକ୍ଷାରେ ଆପ୍‌ଟିଚ୍ୟୁଡ ଟେଷ୍ଟ ହୋଇନଥିବା ବେଳେ ସଂରକ୍ଷଣ ବ୍ୟବସ୍ଥାକୁ ମଧ୍ୟ ଗ୍ରହଣ କରାଯାଇନଥିଲା । ଯେତେବେଳେ ମନିକ ଭଟ୍ଟାଚାର୍ଯ୍ୟ ପ୍ରାଥମିକ ଶିକ୍ଷା ପରିଷଦ ବୋର୍ଡର ଚେୟାରମ୍ୟାନ ଥିଲେ, ସେହି ସମୟରେ ଏହି ନିଯୁକ୍ତି କରାଯାଇଥିଲା । ଏଣୁ ତାଙ୍କଠାରୁ ବୋର୍ଡ ନିଯୁକ୍ତି ପାଇଁ ସଂଗ୍ରହ କରାଯାଇଥିବା ଅର୍ଥକୁ ଫେରସ୍ତ ଆଣିପାରିବ ବୋଲି କୋର୍ଟ କହିଛନ୍ତି ।

ଅନ୍ୟପଟେ ଆସନ୍ତା ୩ମାସ ମଧ୍ୟରେ ଇଣ୍ଟରଭ୍ୟୁ କରାଯାଇ ଏହି ଖାଲି ସ୍ଥାନଗୁଡିକୁ ପୂରଣ କରିବା ଲାଗି କୋର୍ଟ ପ୍ରାଥମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି । ନିଯୁକ୍ତି ପ୍ରକ୍ରିୟା ସମୟର ଭିଡିଓଗ୍ରାଫି କରିବାକୁ ମଧ୍ୟ କୋର୍ଟ କହିଛନ୍ତି । ସେପଟେ ଯେଉଁ ଶିକ୍ଷକମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି, ସେମାନେ ଆସନ୍ତା ୪ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ । ମାତ୍ର ସେମାନଙ୍କୁ ସମ୍ପୂର୍ଣ୍ଣ ଦରମା ମିଳିବ ନାହିଁ ବୋଲି କୋର୍ଟ କହିଛନ୍ତି । ଏବେ ଯେଉଁ ନୂଆ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ, ସେଥିରେ ବହିଷ୍କାର ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିପାରିବେ ବୋଲି କୋର୍ଟ କହିଛନ୍ତି । ଯଦି ଏହି ଶିକ୍ଷକମାନେ ଚାକିରି ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି, ତେବେ ସେମାନଙ୍କୁ ୨ବର୍ଷ ଲାଗି ଟ୍ରେନିଂ ଦିଆଯିବ ।

ABOUT THE AUTHOR

...view details