ଓଡିଶା

odisha

ETV Bharat / bharat

Calcutta High Court Order: ହନୁମାନ ଜୟନ୍ତୀ ବେଳେ କେନ୍ଦ୍ରୀୟ ଫୋର୍ସର ସହାୟତା ନିଅ - କୋଲକାତା ହାଇକୋର୍ଟଙ୍କ ଅର୍ଡର

କୋଲକାତା ହାଇକୋର୍ଟର କାର୍ଯ୍ୟବାହୀ ମୁଖ୍ୟ ବିଚାରପତି ଟିଏସ ଶିୱଗଣନମ ଓ ବିଚାରପତି ହିରଣ୍ୟମ ଭଟ୍ଟାଚାର୍ଯ୍ଯଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ରାଜ୍ୟର ସମ୍ବେଦନଶୀଳ ସ୍ଥାନ ଗୁଡିକ ଚିହ୍ନଟ କରି ସେହି ଅଞ୍ଚଳରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାମ ନବମୀ ବେଳେ ଉପୁଜିଥିବା ହିଂସାକୁ ନେଇ ଉଦବେଗ ପ୍ରକାଶ କରି ହାଇକୋର୍ଟ କହିଛନ୍ତି ଯେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସୁରକ୍ଷା ରାଜ୍ୟ ପୋଲିସ ଏକାକି କରିବା ସମ୍ଭବ ନୁହେଁ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 5, 2023, 5:32 PM IST

କୋଲକାତା: ରାମ ନବମୀ ଶୋଭାଯାତ୍ରା ବେଳେ ହୋଇଥିବା ହିଂସାର ଯେଭଳି ପୁନରାବୃତ୍ତି ନହୁଏ । ସାମ୍ଭାବ୍ଯ ହିଂସା ଆଶଙ୍କା ଅଞ୍ଚଳକୁ ଚିହ୍ନଟ କରି କେନ୍ଦ୍ରୀୟ ଫୋର୍ସ ମୁତୟନ କର । ଶାନ୍ତି ବଜାୟ ରଖିବା ସହ ହନୁମାନ ଜୟନ୍ତୀ ପାଳନ ବେଳେ ସୁରକ୍ଷା ପାଇଁ ଯାହା ପଦକ୍ଷେପ ଆବଶ୍ୟକ ତୁରନ୍ତ ନିଅ । ଆଜି ଏକ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ ।

କୋଲକାତା ହାଇକୋର୍ଟର କାର୍ଯ୍ୟବାହୀ ମୁଖ୍ୟ ବିଚାରପତି ଟିଏସ ଶିୱଗଣନମ ଓ ବିଚାରପତି ହିରଣ୍ୟମ ଭଟ୍ଟାଚାର୍ଯ୍ଯଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ରାଜ୍ୟର ସମ୍ବେଦନଶୀଳ ସ୍ଥାନ ଗୁଡିକ ଚିହ୍ନଟ କରି ସେହି ଅଞ୍ଚଳରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାମ ନବମୀ ବେଳେ ଉପୁଜିଥିବା ହିଂସାକୁ ନେଇ ଉଦବେଗ ପ୍ରକାଶ କରି ହାଇକୋର୍ଟ କହିଛନ୍ତି ଯେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସୁରକ୍ଷା ରାଜ୍ୟ ପୋଲିସ ଏକାକି କରିବା ସମ୍ଭବ ନୁହେଁ । ଏଥିପାଇଁ କେନ୍ଦ୍ରୀୟ ଫୋର୍ସର ସହାୟତା ନିଆଯାଉ । ଏହାସହ ଶୋଭାଯାତ୍ରା କେଉଁ ମାର୍ଗରେ ଯିବ ତାହା ଆଗରୁ ନିର୍ଦ୍ଧାରିତ କରାଯାଉ ।

ଏହାବି ପଢନ୍ତୁ- MHA Advisory: ହନୁମାନ ଜୟନ୍ତୀ ପାଇଁ ସୁରକ୍ଷା ସୁନିଶ୍ଚିତ କରିବାକୁ ଆଡଭାଇଜରୀ

ରାମ ନବମୀ ଶୋଭାଯାତ୍ରା ବେଳେ ଘଟିଥିବା ହିଂସାକୁ ନେଇ ରାଜ୍ୟ ପୋଲିସ ଓ ଗୁଇନ୍ଦା ବିଭାଗ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ଖଣ୍ଡପୀଠ । ଏତେବଡ ଶୋଭାଯାତ୍ରା ଆୟୋଜନ ହେଲା । ସୁରକ୍ଷା ନେଇ ପୋଲିସ କଣ ପଦକ୍ଷେପ ନେଇଥିଲା । ହିଂସାକୁ ନେଇ ଆଗୁଆ ସୂଚନା କେମିତି ଗୁଇନ୍ଦା ବିଭାଗ ପାଇଲା ନାହିଁ ତାହାକୁ ନେଇ କୋର୍ଟ ପ୍ରଶ୍ନ କରିଛନ୍ତି । କୋର୍ଟ ଏହା ମଧ୍ୟ କହିଛନ୍ତି ବର୍ତ୍ତମାନ ଯେଉଁ ଅଞ୍ଚଳରେ 144 ଧାରା ଜାରି ରହିଛି ସେହି ଅଞ୍ଚଳରେ କୌଣସି ପ୍ରକାର ଶୋଭାଯାତ୍ରାକୁ ଅନୁମତି ଦିଆନଯାଉ ।

ହାଇକୋର୍ଟଙ୍କ ଖଣ୍ଡପୀଠ ଏହା ମଧ୍ୟ କହିଛନ୍ତି ଯେ ମହାରାଷ୍ଟ୍ରରେ ଗଣେଶ ପୂଜା ଶୋଭାଯାତ୍ରା ବେଳେ ଯେଉଁ ଭଳି ଶୋଭାଯାତ୍ରା ମାର୍ଗ ପ୍ରସ୍ତୁତ କରାଯାଏ, ଠିକ ସେହିଭଳି ବ୍ୟବସ୍ଥାକୁ ଅନୁଧ୍ୟାନ କରୁ ପୋଲିସ ।

ଏହାବି ପଢନ୍ତୁ- Amazon Book Depository: ଏପ୍ରିଲ 26ରେ ଅନଲାଇନ୍ ବୁକ୍ ଷ୍ଟୋର ବୁକ୍ ଡିପୋଜିଟରୀ ବନ୍ଦ କରିବ ଆମାଜନ

ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭକେଟ ଜେନେରାଲ କହିଛନ୍ତି ସାରା ରାଜ୍ୟରେ ଶୋଭାଯାତ୍ରା ପାଇଁ ବ୍ୟାରିକେଡ କରିବା ସମ୍ଭବ ନୁହେଁ । କିନ୍ତୁ ସମ୍ବେଦନୀଶୀଳ ଅଞ୍ଚଳରେ ସରକାର ସବୁ ପଦକ୍ଷେପ ଗ୍ରହଣ କରିବେ । ଗତ ହିଂସାରେ ଯେଉଁମାନେ ଜଡିତ ଥିଲେ ସେମାନଙ୍କୁ ଚିହ୍ନଟ କରି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଛି । ହନୁମାନ ଜୟନ୍ତୀ ପାଇଁ ପୋଲିସ ମାର୍ଗଦର୍ଶିକା ଜାରି କରିବ । ଆୟୋଜକଙ୍କୁ ମଧ୍ୟ ସରକାରଙ୍କ ନିୟମ ମାନିବାକୁ ପଡିବ ବୋଲି କହିଛନ୍ତି । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ ସରକାରୀ ଓକିଲ ।

ABOUT THE AUTHOR

...view details