ନୂଆଦିଲ୍ଲୀ: 'ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା' ଅବଧି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏହି ଦେୟମୁକ୍ତ ଖାଦ୍ୟ ଯୋଗାଣ ଯୋଜନାକୁ 2022 ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ନେଇ ଆଜି କ୍ୟାବନେଟ ବୈଠକରେ ମୋହର ଲାଗିଛି । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (NFSA) ଅଧୀନରେ ଥିବା ସମସ୍ତ ହିତାଧିକାରୀଙ୍କୁ ଆସନ୍ତା ୪ ମାସ ପର୍ଯ୍ୟନ୍ତ(Cabinet Extends PM-GKAY) ମାଗଣାରେ ମାସିକ ୫ କେଜିର ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ । ଏହାଦ୍ବାରା ପ୍ରାୟ ୮୦ କୋଟି ହିତାଧିକାରୀ ଲାଭବାନ ହେବେ। କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତ୍ତି ନେଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।
କୋରୋନା ମହାମାରୀ ସମୟରେ ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ 2020 ଏପ୍ରିଲରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (NFSA) ଅନୁଯାୟୀ ସାଧାରଣ ବର୍ଗ ପାଇଁ ମାସିକ 5 କିଲୋଗ୍ରାମ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଥିଲା । ତେବେ ସେବେଠାରୁ ଏହି ଯୋଜନାକୁ ଏକାଧିକ ଥର ବୃଦ୍ଧି ମଧ୍ୟ କରାଯାଇଛି । ତେବେ ପୂର୍ବ ନିଷ୍ପତ୍ତି ଅନୁସାରେ ଚଳିତବର୍ଷ ଡିସେମ୍ବରରେ ଏହି ଯୋଜନାର ଅବଧି ଶେଷ ହେବାକୁ ଥିବାବେଳେ ଏହାକୁ ଆଉ ୪ ମାସକୁ ବୃଦ୍ଧି କରାଯାଇଛି । ଏହା ଯୋଜନାର ୫ମ ପର୍ଯ୍ୟାୟ ।