ଓଡିଶା

odisha

ETV Bharat / bharat

Cabinet Decision: ୟୁନିଭର୍ସାଲ ପୋଷ୍ଟାଲ ୟୁନିଅନ ପ୍ରୋଟୋକଲକୁ ଅନୁମୋଦନ - ୟୁନିଭର୍ସାଲ ପୋଷ୍ଟାଲ ୟୁନିଅନ ପ୍ରୋଟୋକଲକୁ ଅନୁମୋଦନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୟୁନିଭର୍ସାଲ ପୋଷ୍ଟାଲ ୟୁନିଅନ (Universal Postal Union) ମଞ୍ଜୁର । ସମ୍ବିଧାନରେ ଥିବା ଏକାଦଶ ଅତିରିକ୍ତ ପ୍ରୋଟୋକଲକୁ ଅନୁମୋଦନ କରିବା ସହ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Aug 10, 2022, 10:42 PM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୟୁନିଭର୍ସାଲ ପୋଷ୍ଟାଲ ୟୁନିଅନ (Universal Postal Union) ମଞ୍ଜୁର । ସମ୍ବିଧାନରେ ଥିବା ଏକାଦଶ ଅତିରିକ୍ତ ପ୍ରୋଟୋକଲକୁ ଅନୁମୋଦନ କରିବା ସହ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ୯-୨୭ ଅଗଷ୍ଟ ୨୦୨୧ ରେ ଆବିଦଜାନ (କୋଟ ଡି ଆଇଭର) ଠାରେ ଅନୁଷ୍ଠିତ ୟୁନିଭର୍ସାଲ ପୋଷ୍ଟାଲ ୟୁନିଅନର ୨୭ ତମ କଂଗ୍ରେସ ସମୟରେ ୟୁପିୟୁ ସମ୍ବିଧାନରେ ସଂଶୋଧନ ଜରିଆରେ ଏହି ଅତିରିକ୍ତ ପ୍ରୋଟୋକଲ ସ୍ବାକ୍ଷରିତ ହୋଇଥିଲା ।

କ୍ୟାବିନେଟ ମଞ୍ଜୁରି ଫଳରେ, ରାଷ୍ଟ୍ରପତିଙ୍କ ଦ୍ବାରା ସ୍ବାକ୍ଷରିତ ‘ଅନୁମୋଦନ ପତ୍ର’ (ଇନଷ୍ଟ୍ରୁମେଣ୍ଟ ଅଫ ରେଟିଫିକେସନ) ପ୍ରାପ୍ତି ଏବଂ ଏହି ପତ୍ରକୁ ୟୁନିଭର୍ସାଲ ପୋଷ୍ଟାଲ ୟୁନିଅନର ଅନ୍ତର୍ଜାତୀୟ ବ୍ୟୁରୋ ମହାନିର୍ଦ୍ଦେଶକଙ୍କ ପାଖରେ ଜମା କରିବା ଲାଗି ଭାରତ ସରକାରଙ୍କ ଡାକ ବିଭାଗ ସକ୍ଷମ ହୋଇପାରିବ ।

କ୍ୟାବିନେଟର ଏହି ନିଷ୍ପତ୍ତି ୟୁପିୟୁ ସମ୍ବିଧାନର ଅନୁଚ୍ଛେଦ ୨୫ ଏବଂ ୩୦ ରେ ବର୍ଣ୍ଣିତ ଦାୟିତ୍ବକୁ ସମ୍ପୂର୍ଣ୍ଣ କରିବ । ସଦସ୍ୟ ରାଷ୍ଟ୍ରମାନଙ୍କ ଦ୍ବାରା ଯେକୌଣସି କଂଗ୍ରେସରେ ଅନୁମୋଦନ ଲାଭ କରିଥିବା ସମ୍ବିଧାନକୁ ଯଥାଶୀଘ୍ର ମଞ୍ଜୁରି ଦେବାର ବ୍ୟବସ୍ଥା ଏହି ଅନୁଚ୍ଛେଦରେ ସାମିଲ ରହିଛି ।

ସଂକ୍ଷେପରେ କହିବାକୁ ଗଲେ, ୟୁପିୟୁ କଂଗ୍ରେସ ଦ୍ବାରା ଅନୁମୋଦିତ ସମ୍ବିଧାନ ସଂଶୋଧନ ‘ଚୁକ୍ତିନାମା ଆଇନ ଉପରେ ଭିଏନା କନଭେନ୍ସନ, ୧୯୬୯’ ର ଭାବନା ଅନୁରୂପ । ଯାହାକି ୟୁନିୟନର ଆଇନ ବିଷୟରେ ଆହୁରି ଅଧିକ ଆଇନଗତ ସ୍ପଷ୍ଟତା ଓ ସ୍ଥିରତା ସୁନିଶ୍ଚିତ କରିବ ।

ABOUT THE AUTHOR

...view details