ଓଡିଶା

odisha

ETV Bharat / bharat

Union Cabinet Approval: ଲିଥୁଆନିଆରେ ଖୋଲିବ ଭାରତୀୟ ମିଶନ କେନ୍ଦ୍ର - ଭାରତୀୟ ମିଶନ କେନ୍ଦ୍ର ଖୋଲିବ ଲିଥୁଆନିଆରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ (Union Cabinet ) ବୈଠକରେ ୟୁରୋପ ଦେଶ ଲିଥୁଆନିଆରେ ଏକ ନୂତନ ଭାରତୀୟ ମିଶନ(Indian Mission in Lithuania) ଖୋଲିବାକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଅଧିକ ପଢନ୍ତୁ

ଲିଥୁଆନିଆରେ ଖୋଲିବ ଭାରତୀୟ ମିଶନ କେନ୍ଦ୍ର
ଲିଥୁଆନିଆରେ ଖୋଲିବ ଭାରତୀୟ ମିଶନ କେନ୍ଦ୍ର

By

Published : Apr 28, 2022, 7:16 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ (Union Cabinet ) ବୈଠକରେ ୟୁରୋପ ଦେଶ ଲିଥୁଆନିଆରେ ଏକ ନୂତନ ଭାରତୀୟ ମିଶନ(Indian Mission in Lithuania) ଖୋଲିବାକୁ ମଞ୍ଜୁରି ପ୍ରଦାନ କରିଛନ୍ତି ।

ଲିଥୁଆନିଆରେ ଭାରତୀୟ ମିଶନ ଖୋଲିବା ଦ୍ବାରା ଭାରତର ରାଜନୈତିକ ଉପସ୍ଥିତିକୁ ବିସ୍ତାର କରିହେବ । ଏହାବାଦ ଉଭୟ ଦେଶ ମଧ୍ୟରେ ରାଜନୈତିକ ସମ୍ପର୍କ ଓ ରଣନୈତିକ ସହଯୋଗକୁ ମଜବୁତ କରିବ । ଦ୍ବିପାକ୍ଷିକ ବାଣିଜ୍ୟର ଅଭିବୃଦ୍ଧି, ପୁଞ୍ଜି ବିନିଯୋଗ ଏବଂ ଅର୍ଥନୈତିକ ସମ୍ପର୍କରେ ବୃଦ୍ଧି ପାଇଁ ସହାୟକ ହେବ । ଲୋକଙ୍କ ସହ ସମ୍ପର୍କକୁ ସୁଗମ କରିବ ।

ଏତତ ବ୍ୟତୀତ ବହୁପକ୍ଷୀୟ ମଞ୍ଚରେ ରାଜନୈତିକ ପ୍ରସାର ପାଇଁ ସୁଯୋଗ ମିଳିବ । ଭାରତର ବୈଦେଶିକ ନୀତିର ଉଦ୍ଦେଶ୍ୟ ପାଇଁ ସମର୍ଥନ ସଂଗ୍ରହ କରିବାରେ ସାହାଯ୍ୟ ମିଳିବ । ଲିଥୁଆନିଆରେ ଥିବା ଭାରତୀୟ ମିଶନ ମଧ୍ୟ ଭାରତୀୟ ସମ୍ପ୍ରଦାୟକୁ ଭଲ ଭାବରେ ସାହାଯ୍ୟ କରିବ ଏବଂ ସେମାନଙ୍କର ସ୍ବାର୍ଥ ରକ୍ଷା କରିବ ।

ଏନେଇ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଲିଥୁଆନିଆରେ ଏକ ନୂତନ ଭାରତୀୟ ମିଶନ ଖୋଲିବାର ନିଷ୍ପତ୍ତି ଆମର ଅଭିବୃଦ୍ଧି ତଥା ବିକାଶର ଜାତୀୟ ପ୍ରାଥମିକତା ବା ‘ସାବକା ସାଥ ସବକା ବିକାଶ’ କୁ ଅଧିକ ବଳ ମଳିବ । ଭାରତର ରାଜନୈତିକ ଉପସ୍ଥିତିର ବୃଦ୍ଧି, ଭାରତୀୟ କମ୍ପାନୀଗୁଡିକ ପାଇଁ ବଜାର ସୁଯୋଗ ପ୍ରଦାନ କରିବ । ସାମଗ୍ରୀ ଏବଂ ସେବା ରପ୍ତାନିକୁ ବୃଦ୍ଧି କରିବ। ଆତ୍ମନିର୍ଭର ଭାରତର ଆମର ଲକ୍ଷ୍ୟ ଅନୁରୂପ ଘରୋଇ ଉତ୍ପାଦନ ଏବଂ ରୋଜଗାର ବୃଦ୍ଧିରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ପଡିବ ।

@ANI

ABOUT THE AUTHOR

...view details