ଓଡିଶା

odisha

ETV Bharat / bharat

Kharif Season: ଫସଫେଟ ଓ ପଟାସ ସାର ପାଇଁ ସବସିଡି ଦେବ କେନ୍ଦ୍ର

ଖରିଫ ଋତୁ -୨୦୨୨ (୧ ଏପ୍ରିଲ ଠାରୁ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ) ରେ ଫସଫେଟ ଏବଂ ପଟାସ (ପିଏଣ୍ଡକେ) ସାର ଉପରେ ପୋଷକ ତତ୍ତ୍ବ ଆଧାରିତ ସବସିଡି (ଏନବିଏସ) ଯୋଗାଇ ଦେବେ କେନ୍ଦ୍ର ସରକାର । ଅଧିକ ପଢନ୍ତୁ

By

Published : Apr 28, 2022, 4:49 PM IST

ଫସଫେଟ ଓ ପଟାସ ସାର
ଫସଫେଟ ଓ ପଟାସ ସାର

ନୂଆଦିଲ୍ଲୀ: ଖରିଫ ଋତୁ -୨୦୨୨ (୧ ଏପ୍ରିଲ ଠାରୁ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ) ରେ ଫସଫେଟ ଏବଂ ପଟାସ (ପିଏଣ୍ଡକେ) ସାର ଉପରେ ପୋଷକ ତତ୍ତ୍ବ ଆଧାରିତ ସବସିଡି (ଏନବିଏସ) ଯୋଗାଇ ଦେବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକ ( Union Cabinet chaired by the Prime Minister Narendra Modi) ରେ କେନ୍ଦ୍ର ସରକାରଙ୍କ ସାର ଓ ରସାୟନ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ଏହି ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।

ଆର୍ଥିକ ପ୍ରଭାବ

କେନ୍ଦ୍ର ସରକାରଙ୍କ ପକ୍ଷରୁ ସାର ଯୋଗାଣ ସଂକ୍ରାନ୍ତ ସବସିଡି ଜରିଆରେ ସ୍ବଦେଶୀ ସାର ପାଇଁ ସହାୟତା (ଏସଏସପି) ଯୋଗାଇ ଦିଆଯିବ । ଡିଏପିର ସ୍ବଦେଶୀ ଉତ୍ପାଦନ ଏବଂ ଆମଦାନୀ ପାଇଁ ଅତିରିକ୍ତ ସହାୟତା ମଧ୍ୟ ମିଳିବ । ଏହି ଦୁଇଟି ପ୍ରସ୍ତାବ ସହିତ ପୋଷକ ତତ୍ତ୍ବ ଆଧାରିତ ସବସିଡି (ଏନବିଏସ) ପ୍ରଦାନ କରିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିଛି । ୨୦୨୨ ଖରିଫ ଋତୁ ଅର୍ଥାତ ଏପ୍ରିଲ ପହିଲା ଠାରୁ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ କେନ୍ଦ୍ର ସରକାର ସବସିଡି ବାବଦରେ ୬୦ ହଜାର ୯୩୯ କୋଟି ୨୩ ଲକ୍ଷ ଟଙ୍କା ଯୋଗାଇ ଦେବେ ।

ଲାଭ

ଡାଇ-ଆମୋନିୟମ ଫସଫେଟ (ଡିଏପି) ଏବଂ ଏହାର କଞ୍ଚାମାଲ ଦର ଅନ୍ତର୍ଜାତୀୟ ସ୍ତରରେ ବୃଦ୍ଧି ପାଇଛି । କେନ୍ଦ୍ର ସରକାର ମୁଖ୍ୟତଃ ଏହି ଦରବୃଦ୍ଧି ଭାର ବହନ କରିଥାନ୍ତି । ଡିଏପି ବସ୍ତା ପିଛା ବର୍ତ୍ତମାନର ୧୬୫୦ ଟଙ୍କାର ସବସିଡି ପରିବର୍ତ୍ତେ ୨୫୦୧ ଟଙ୍କାର ସବସିଡି ଯେଗାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଗତ ବର୍ଷର ସବସିଡି ଦର ତୁଳନାରେ ଏହା ୫୦ ପ୍ରତିଶତ ଠାରୁ ଅଧିକ । ଡିଏପି ଏବଂ ଏହାର କଞ୍ଚାମାଲ ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ୮୦ ପ୍ରତିଶତ ବଢିଛି । ଚାଷୀଙ୍କୁ ରିହାତି, ଶସ୍ତା ଓ ଉଚିତ ଦରରେ ଅଧିସୂଚୀତ ପିଏଣ୍ଡକେ ସାର ଯୋଗାଇ ଦେବା ଲାଗି ସବସିଡି ପରିମାଣ ବଢାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହାଦ୍ବାରା ଚାଷୀ ଓ କୃଷି କ୍ଷେତ୍ରକୁ ସହାୟତା ମିଳିପାରିବ ।

କାର୍ଯ୍ୟକାରିତା ରଣନୀତି ଓ ଲକ୍ଷ୍ୟ

ଚାଷୀଙ୍କୁ ଶସ୍ତା ଦରରେ ଏସବୁ ସାରର ସୁଗମ ଉପଲବ୍ଧତା ସୁନିଶ୍ଚିତ କରିବା ଲାଗି ୨୦୨୨ ଖରିଫ ଋତୁ (୧ ଏପ୍ରିଲ ୨୦୨୨ ଠାରୁ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଲାଗୁ) ପାଇଁ ଏନବିଏସ ଦର ଆଧାରରେ ପିଏଣ୍ଡକେ ସାର ଉପରେ ସବସିଡି ପ୍ରଦାନ କରାଯିବ । ଏଥିପାଇଁ ଖର୍ଚ୍ଚ ହେବ 60 ହଜାର 9 ଶହ କୋଟି ଟଙ୍କା ।

@IANS

For All Latest Updates

ABOUT THE AUTHOR

...view details