ଓଡିଶା

odisha

ETV Bharat / bharat

ଇଲେକ୍ଟ୍ରୋନିକ କ୍ଷେତ୍ରରେ ଭାରତ ସାଉଦି ରାଜିନାମାକୁ କ୍ୟାବିନେଟର ଅନୁମୋଦନ - ଭାରତ ସାଉଦି ଆରବ ରାଜିନାମାକୁ କ୍ୟାବିନେଟର ଅନୁମୋଦନ

India and Saudi MoC Approved: ଡିଜିଟାଲୀକରଣ ଏବଂ ଇଲେକ୍ଟ୍ରୋନିକ ଉତ୍ପାଦନ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଗଣତନ୍ତ୍ରର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ସାଉଦି ଆରବ ରାଷ୍ଟ୍ରର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ମଧ୍ୟରେ ୧୮ ଅଗଷ୍ଟ ୨୦୨୩ରେ ଏକ ସହଯୋଗ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି । ଅଧିକ ପଢନ୍ତୁ

ଇଲେକ୍ଟ୍ରୋନିକ ଉତ୍ପାଦନ କ୍ଷେତ୍ରରେ  ଭାରତ ସାଉଦି ରାଜିଇଲେକ୍ଟ୍ରୋନିକ ଉତ୍ପାଦନ କ୍ଷେତ୍ରରେ  ଭାରତ ସାଉଦି ରାଜିନାମାକୁ କ୍ୟାବିନେଟର ଅନୁମୋଦନନାମାକୁ କ୍ୟାବିନେଟର ଅନୁମୋଦନ
ଇଲେକ୍ଟ୍ରୋନିକ ଉତ୍ପାଦନ କ୍ଷେତ୍ରରେ ଭାରତ ସାଉଦି ରାଜିନାମାକୁ କ୍ୟାବିନେଟର ଅନୁମୋଦନ

By ETV Bharat Odisha Team

Published : Dec 17, 2023, 6:45 AM IST

ନୂଆଦିଲ୍ଲୀ: ଡିଜିଟାଲୀକରଣ ଏବଂ ଇଲେକ୍ଟ୍ରୋନିକ୍‌ ଉତ୍ପାଦନ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଗଣତନ୍ତ୍ରର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ସାଉଦି ଆରବ ରାଷ୍ଟ୍ରର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ମଧ୍ୟରେ ସହଯୋଗ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ଗତ ଅଗଷ୍ଟ ୧୮ ୨୦୨୩ରେ ସ୍ବାକ୍ଷରିତ ଏକ ସହଯୋଗ ରାଜିନାମାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି । ଗତ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହା ଅନୁମୋଦିତ ହୋଇଛି ।

ଡିଜିଟାଲୀକରଣ, ଇଲେକ୍ଟ୍ରୋନିକ ଉତ୍ପାଦନ, ଇ-ଗଭର୍ଣ୍ଣାନ୍ସ, ସ୍ମାର୍ଟ ଭିତ୍ତିଭୂମି, ଇ-ସ୍ବାସ୍ଥ୍ୟ ଏବଂ ଇ-ଶିକ୍ଷା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା, ଡିଜିଟାଲ ଉଦ୍ଭାବନ କ୍ଷେତ୍ରରେ ଗବେଷଣାରେ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ), ଇଣ୍ଟରନେଟ୍‌ ଅଫ୍ ଥିଙ୍ଗ୍ସ (ଆଇଓଟି), ରୋବର୍ଟ, କ୍ଲାଉଡ କମ୍ପ୍ୟୁଟିଂ ଏବଂ ବ୍ଲକଚେନ୍‌ ଇତ୍ୟାଦି ଉଦୀୟମାନ ଜ୍ଞାନକୌଶଳର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏହି ସହଯୋଗ ରାଜିନାମାର ଉଦ୍ଦେଶ୍ୟ । ଏହି ବୁଝାମଣା ପତ୍ର ଡିଜିଟାଲୀକରଣ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ସହଯୋଗ ପାଇଁ ଏକ ଢାଞ୍ଚା ସ୍ଥାପନ କରିବ ଏବଂ ଭାରତ ଏବଂ ସାଉଦି ଆରବ ମଧ୍ୟରେ ଭାଗିଦାରୀ ସ୍ଥାପନ କରିବ ।

ଡିଜିଟାଲୀକରଣ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଇ–ଟିଚିଂ (ଇ–ଶିକ୍ଷା ପ୍ରଦାନ) , ଇ-ଶିକ୍ଷଣ ଏବଂ ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ଅଭିନବ ପ୍ରଶିକ୍ଷଣ ଏବଂ ବିକାଶର ଉପାୟକୁ ପ୍ରୋତ୍ସାହିତ କରିବା ଏବଂ ଉଚ୍ଚ ଦକ୍ଷ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି କ୍ଷେତ୍ରର ପେଶାଦାରମାନଙ୍କର ଦକ୍ଷତା ବୃଦ୍ଧି ଏବଂ ଉପଲବ୍ଧତା ପାଇଁ ମିଳିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିକଶିତ କରିବା, ବ୍ୟବସାୟ ତ୍ବରକ, ଭେଞ୍ଚର କ୍ୟାପିଟାଲ ଏବଂ ଟେକ୍ନୋଲୋଜି ଷ୍ଟାର୍ଟଅପର ଇନକ୍ୟୁବେଟର ବିଷୟରେ ସୂଚନା ଆଦାନପ୍ରଦାନ କରି ଏସ୍‌ଏମ୍‌ଇ ଏବଂ ଷ୍ଟାର୍ଟଅପ୍‌ ପାରିବେଶିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏହି ବୁଝାମଣା ପତ୍ରର ଲକ୍ଷ୍ୟ, ଯାହା ପରୋକ୍ଷରେ ଉଭୟ ପକ୍ଷଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଏହି ସହଯୋଗ ବୁଝାମଣା ପତ୍ର ଅଧୀନରେ ସହଯୋଗ କାର୍ଯ୍ୟକଳାପ ଡିଜିଟାଲୀକରଣ ଏବଂ ଇଲେକ୍ଟ୍ରୋନିକ ଉତ୍ପାଦନ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହିତ କରିବ ଯାହା ଆତ୍ମନିର୍ଭର ଭାରତର ପରିକଳ୍ପିତ ଉଦ୍ଦେଶ୍ୟର ଅବିଚ୍ଛେଦ୍ୟ ଅଙ୍ଗ ଅଟେ ।

For All Latest Updates

ABOUT THE AUTHOR

...view details