ଓଡିଶା

odisha

Ayushman Bharat Digital Mission: 5ବର୍ଷରେ ଖର୍ଚ୍ଚ ହେବ ୧୬୦୦ କୋଟି

By

Published : Feb 26, 2022, 4:34 PM IST

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ପାଇଁ 5ବର୍ଷ ପାଇଁ ୧୬୦୦ କୋଟିର ଅନୂଦାନ । ମଞ୍ଜୁରୀ ଦେଲା କେନ୍ଦ୍ର କ୍ୟାବିନେଟ । ଅଧିକ ପଢନ୍ତୁ

Cabinet Approves Ayushman Bharat Digital Mission: 5 ବର୍ଷ ପାଇଁ ୧୬୦୦ କୋଟିର ଅନୂଦାନ
Cabinet Approves Ayushman Bharat Digital Mission: 5 ବର୍ଷ ପାଇଁ ୧୬୦୦ କୋଟିର ଅନୂଦାନ

ନୂଆଦିଲ୍ଲୀ:ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (Ayushman Bharat Digital Mission) ପାଇଁ ୫ବର୍ଷରେ ୧୬ଶହ କୋଟିର ବ୍ୟୟବରାଦକୁ କ୍ୟାବିନେଟ ମଞ୍ଜୁରୀ । ଆଜି (ଶନିବାର) ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ୫ବର୍ଷ ମଧ୍ୟରେ ମିଶନ ପାଇଁ ଏହି ରାଶି ଖର୍ଚ୍ଚ ହେବା ।

ସୂଚନା ଅନୁଯାୟୀ, ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ମାଧ୍ୟମରେ ଟେକ୍ନୋଲୋଜିର ବ୍ୟବହାର ଦ୍ୱାରା ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ପ୍ରଭାବୀ ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର। ଏହି ସ୍ମାର୍ଟ ବ୍ୟବସ୍ଥା ଅଧୀନରେ ଦେଶର ଲୋକମାନେ ସେମାନଙ୍କର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ ନମ୍ବର ସୃଷ୍ଟି କରିପାରିବାର ସକ୍ଷମତା ପାଇପାରିବା ସହ ଏଥିରେ ଡିଜିଟାଲ୍ ସ୍ୱାସ୍ଥ୍ୟ ରେକର୍ଡଗୁଡିକ ଲିଙ୍କ୍ ମଧ୍ୟ କରିପାରିବାର ବ୍ୟବସ୍ଥା କରାଯାଇଛି ।

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ପାଇଲଟ୍ ପ୍ରକଳ୍ପ ଭାବେ ଲଦାଖ, ଚଣ୍ଡିଗଡ଼, ଦାଦ୍ରା ଏବଂ ନଗର ହାବେଳୀ, ଦାମନଡିୟୁ, ପୁଡୁଚେରୀ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଏବଂ ଲକ୍ଷ୍ମଦ୍ୱୀପ ପରି ୬ଟି କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହୋଇସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details