ଓଡିଶା

odisha

ETV Bharat / bharat

JOSHIMATH LANDSLIDE: ବସିଲା କ୍ୟାବିନେଟ ବୈଠକ, ପ୍ରଭାବିତ ପରିବାର ସହାୟତା ପାଇଁ ଖର୍ଚ୍ଚ ହେବ ୪୫କୋଟି - କ୍ୟାବିନେଟ ବୈଠକ

ଯୋଶୀମଠରେ ଭୂସ୍ଖଳନକୁ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଅଧ୍ୟକ୍ଷତାରେ ବସିଲା କ୍ୟାବିନେଟ ବୈଠକ । ଏହି ବୈଠକରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jan 13, 2023, 11:04 PM IST

ଡେରାଡୁନ: ଯୋଶୀମଠରେ ଭୌଗୋଳିକ ବିପର୍ଯ୍ୟୟ ଏବେ ଉତ୍ତରାଖଣ୍ଡ ସରକାର ମୁଣ୍ଡବିନ୍ଧାର କାରଣ ପାଲଟିଛି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ପ୍ରଭାବିତ ପରିବାରକୁ ସହାୟତା ଯୋଗାଇଦେବା ଲାଗି ୪୫କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହାସହିତ ଅସ୍ଥାୟୀ ଭାବେ ରହୁଥିବା ପରିବାର ଲାଗି ଘରଭଡ଼ା ବାବଦକୁ ୫୦୦୦ ଟଙ୍କା ସହାୟତା ରାଶି ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି । ଏହି ବୈଠକ ITBP କ୍ୟାମ୍ପରେ ବସିଥିବା ବେଳେ ବିଭିନ୍ନ ପ୍ରକାର ସମସ୍ୟା ଉପରେ ଆଲୋଚନା କରାଯାଇଛି ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ବାସିନ୍ଦାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦେଇଛନ୍ତି । ଲୋକଙ୍କ ସୁରକ୍ଷା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରିବା ଲାଗି ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଭୂସ୍ଖଳନ ସମ୍ପର୍କରେ ଗବେଷଣା କରୁଥିବା ବୈଜ୍ଞାନିକମାନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି । ଯୋଶୀମଠର ଏଭଳି ବିପର୍ଯ୍ୟୟର କାରଣ କଣ ସମ୍ପର୍କରେ ସେନେଇ ବୈଠକରେ ଆଲୋଚନା ହୋଇଛି । ବୈଠକ ପରେ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି, "ମୁଁ ସମସ୍ତଙ୍କ ସହିତ ଦେଖା କରିଛି । ସ୍ଥାନୀୟ ପ୍ରଶାସନ ଯୋଶୀମଠ ବାସୀଙ୍କ ସହିତ ରହିଛି ।"

ଏହା ବି ପଢନ୍ତୁ- Bomb Recovered in Bihar: ବିହାରରୁ ଫଳ ଦୋକାନୀଠୁ ୮ ବୋମା ଜବତ

ବର୍ତ୍ତମାନ ସ୍ଥିତିରେ ଯୋଶୀମଠବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଉପରେ ସରକାର ଧ୍ୟାନ ଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଧାମି । କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଧାମି ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି । ଏଭଳି ବିପଦ ସମୟରେ ପ୍ରଶାସନ ସହିତ ମିଶି କାମ କରିବାକୁ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ସେ ଅନୁରୋଧ କରିଛନ୍ତି । ଯେଉଁ ଲୋକଙ୍କ ବାସଗୃହ, ଦୋକାନ ଓ ବ୍ୟବସାୟ ପ୍ରଭାବିତ ହୋଇଛି ସେମାନଙ୍କୁ ୧.୫୦ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ ବୋଲି ଧାମି କହିଛନ୍ତି । ପ୍ରଭାବିତ ହୋଇଥିବା ପ୍ରତିଟି ବ୍ୟକ୍ତିଙ୍କୁ ସମସ୍ତ ପ୍ରକାର ସହାୟତା କରିବା ଲାଗି ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି ।

ଧାମି ଆହୁରି କହିଛନ୍ତି, "ଯୋଶୀମଠରେ ସର୍ଭେ କରାଯାଉଛି । ଭବିଷ୍ୟତ ଲାଗି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ଗ୍ରହଣ କରାଯିବା ସହ ଯୋଜନା ପ୍ରସ୍ତୁତ କରାଯାଉଛି ।" ଯୋଶୀମଠରେ ଏପରି ବିପଦ ସ୍ଥିତି ଉପୁଜିଥିବା ବେଳେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ନରସିଂହ ମନ୍ଦିରରେ ପ୍ରାର୍ଥନା କରିଛନ୍ତି । ଏଭଳି ପ୍ରାକୃତିକ ବିପର୍ଯ୍ୟୟରୁ ରାଜ୍ୟ ତଥା ଲୋକମାନଙ୍କୁ ରକ୍ଷା କରିବା ଲାଗି ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସୂଚନା ଥାଉ କି ଯୋଶୀମଠରେ ଫାଟ ସୃଷ୍ଟି ହେବା ପରେ ପ୍ରଶାସନ ଲୋକଙ୍କୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରୁଛି । ଏହାସହିତ ବିପଦସଙ୍କୁଳ ହୋଇପଡ଼ିଥିବା ଗୃହକୁ ଛାଡ଼ିବା ଲାଗି ଲୋକଙ୍କୁ ନିବେଦନ କରିଛି ।

ABOUT THE AUTHOR

...view details