କୋଲକାତା:ରାଜ୍ୟ ସରକାର ନ ଚାହିଁଲେ ବି ପଶ୍ଚିମବଙ୍ଗରେ ଲାଗୁ ହେବ ନାଗରିକତ୍ୱ ସଂଶୋଧନ ଆଇନ (CAA) । ଏହାକୁ ଲାଗୁ କରିବା ଦିଗରେ ରାଜ୍ୟ ସରକାରଙ୍କ କିଛି ଭୂମିକା ନାହିଁ। ଏହା ସମ୍ପୂର୍ଣ୍ଣ କେନ୍ଦ୍ର ସରକାରଙ୍କ କ୍ଷମତା ଭୁକ୍ତ । ଏପରି କିଛି ମନ୍ତବ୍ୟ ଦେଇଛନ୍ତି ପଶ୍ଚିମବଙ୍ଗର ବରିଷ୍ଠ ବିଜେପି ନେତା ତଥା ବିଜେପି ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟ ବର୍ଗୀୟ ।
କୈଳାସ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ସିଏଏ ଲାଗୁ କରିବା ଜରୁରୀ ହୋଇପଡିଛି । ସିଏଏ ଲାଗୁ ନେଇ ଲାଗି ରହିଥିବା ବିବାଦ ଉପରେ ସର୍ତ୍ତ ରଖି ସେ କହିଛନ୍ତି ଏହା ସମ୍ପୂର୍ଣ୍ଣ କେନ୍ଦ୍ର କ୍ଷମତା ଭୁକ୍ତ ଓ ରାଜ୍ୟ ସରକାରଙ୍କ କ୍ଷମତା ବାହାର । ଯଦି ପଶ୍ଚିମବଙ୍ଗ ପ୍ରଦେଶ ସରକାର ଯଦି ଏଦିଗରେ କେନ୍ଦ୍ରକୁ ସହଯୋଗ କରନ୍ତି ତବେ ସିଏଏ ଲାଗୁ ହେବ। ଯଦି ପଶ୍ଚିମବଙ୍ଗ ସରକାର ଏହାକୁ ଲାଗୁ ଦିଗରେ ପ୍ରତିବନ୍ଧକ ସୃଷ୍ଟି କରନ୍ତି ତେବେ ମଧ୍ୟ ଏହା ଲାଗୁ କରାଯିବ ।