କୋଲକାତା: ‘କୋରୋନା ଲହର ଶେଷ ହେବା ପରେ ଲାଗୁ ହେବ ନାଗରିକ ସଂଶୋଧନ ନିୟମ(Citizenship Amendment Act) ନାଗରିକ ସଂଶୋଧନ ନିୟମ ଯେପରି ପଶ୍ଚିମବଙ୍ଗରେ ତୃଣମୂଳ ସ୍ତରରେ ଲାଗୁ ନ ହେବ ସେନେଇ ମମତା ଗୁଜବ ପ୍ରଚାର କରୁଛନ୍ତି । ହେଲେ ବିଜେପି କୋଭିଡ ଲହର ଶେଷ ହେବା ପରେ ଏହାକୁ ତୃଣମୂଳ ସ୍ତରରେ ଲାଗୁ କରାଇବ । (CAA)ନାଗରିକ ସଂଶୋଧନ ନିୟମ ଥିଲା, ଅଛି ଓ ରହିବ’ ବୋଲି ପଶ୍ଚିମବଙ୍ଗ ସିଲିଗୁଡିରେ ଆୟୋଜିତ ହୋଇଥିବା ଏକ ସାଧାରଣ ସଭାକୁ ସମ୍ବୋଧିତ କରୁଥିବା ବେଳେ ଏପରି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Home Minister Amit Shah) ।
କୋରୋନା ଲହର ଶେଷ ହେବା ପରେ ଲାଗୁ ହେବ CAA: ଅମିତ ଶାହ - ଅମିତଶାହାଙ୍କ ବେଙ୍ଗଲ ଗସ୍ତ
"କୋରୋନା ଲହର ଶେଷ ହେବା ପରେ ଲାଗୁ ହେବ ନାଗରିକ ସଂଶୋଧନ ନିୟମ(Citizenship Amendment Act.’’। ପଶ୍ଚିମବଙ୍ଗ ସିଲିଗୁଡିରେ ଆୟୋଜିତ ହୋଇଥିବା ଏକ ସାଧାରଣ ସଭାକୁ ସମ୍ବୋଧିତ କରୁଥିବା ବେଳେ ଏପରି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା (Home Minister Amit Shah) । ଅଧିକ ପଢନ୍ତୁ
ଶାହ ଆହୁରି କହିଛନ୍ତି କି, ‘ପଶ୍ଚିମବଙ୍ଗରେ ଟିଏମସିର ଅତ୍ୟାଚାରକୁ ବନ୍ଦ କରିବା ସହ ଗଣତନ୍ତ୍ରର ପୁନଃ ସ୍ଥାପନା ଯେ ପର୍ଯ୍ୟନ୍ତ ରାଜ୍ୟରେ ନ ହୋଇଛି । ସେ ଯାଏଁ ବିଜେପି ଏଭଳି ଭାବରେ ବିରୋଧ ଜାରି ରଖିବ । ବେଙ୍ଗଲରେ ଦୁର୍ନୀତି, ନିର୍ଯାତନା, ରାଜନୈତିକ ହିଂସା ସୀମା ଟପିଛି । ଗଣତନ୍ତ୍ରକୁ ହତ୍ୟା କରାଯାଇଛି । ଏହାକୁ ବିଜେପି ବନ୍ଦ କରିବ ।’
ପଶ୍ଚିମବଙ୍ଗରେ ଟିଏମସି ସିଏଏ(CAA) ବିରୋଧରେ ଗୁଜବ ପ୍ରଚାର କରୁଛି ବୋଲି ଅଭିଯୋଗ ଆଣିଛନ୍ତି ଶାହ । ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିକୁ 77 ଆସନରେ ଜିତାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆସନ୍ତା ତିନି ସପ୍ତାହ ମଧ୍ୟରେ ଅମିତ ଶାହ ସାତୋଟି ରାଜ୍ୟ ଗସ୍ତରେ କରିବେ । ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ । ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଥିବା ବେଳେ ଆଗକୁ ଆସାମ, ତେଲେଙ୍ଗାନା, କେରଳ, ଉତ୍ତରପ୍ରଦେଶ, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର ଏବଂ ଗୁଜରାଟ ଯାତ୍ରା କରିବେ।