ଓଡିଶା

odisha

ETV Bharat / bharat

ଦିଦିଙ୍କୁ ଶୁଭେନ୍ଦୁଙ୍କ ଖୋଲା ଚାଲେଞ୍ଜ: ଲାଗୁ ହେବ CAA, ସାହାସ ଅଛି ତ ଅଟକାଇ ଦେଖାନ୍ତୁ - ପଶ୍ଚିମବଙ୍ଗରେ ଲାଗୁ ହେବ ସିଏଏ

ପୁଣି ଜୋର ଧରିଲା CAA ତାତି। ରାଜ୍ୟରେ ନାଗରିକତା ସଂଶୋଧନ ଆଇନ(CAA) ଲାଗୁ ହେବ। ଯଦି ସାହସ ଅଛି, ଏହାକୁ ବନ୍ଦ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଖୋଲାଖୋଲି ଚାଲେଞ୍ଜ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ । ଅଧିକ ପଢନ୍ତୁ

ଶୁଭେନ୍ଦୁ ଅଧିକାରୀ
ଶୁଭେନ୍ଦୁ ଅଧିକାରୀ

By

Published : Nov 27, 2022, 12:53 PM IST

କୋଲକାତା:ପଶ୍ଚିମବଙ୍ଗ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ(Mamata Banerjee) ଖୋଲାଖୋଲି ଚାଲେଞ୍ଜ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ (bengal bjp leader Suvendu Adhikari)। ରାଜ୍ୟରେ ନାଗରିକତା ସଂଶୋଧନ ଆଇନ(CAA) ଲାଗୁ ହେବ । ଯଦି ସାହସ ଅଛି, ଏହାକୁ ବନ୍ଦ କରନ୍ତୁ ବୋଲି କହିଛନ୍ତି ଶୁଭେନ୍ଦୁ ।

ଆଇନଗତ ଦସ୍ତାବିଜ ଥିବା କୌଣସି ବାସିନ୍ଦାଙ୍କ ନାଗରିକତ୍ୱ ଛଡ଼ାଯିବ ବୋଲି ସିଏଏ ନିୟମରେ ନାହିଁ ବୋଲି ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଠାକୁରନଗରରେ ଅନୁଷ୍ଠିତ ଏକ ବୈଠକରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଥିଲେ ।

ଏହା ମଧ୍ୟ ପଢନ୍ତୁ: ଚୀନରେ ତେଜୁଛି ଜିରୋ କୋଭିଡ ନୀତି ବିରୋଧୀ ଆନ୍ଦୋଳନ, ଲିଫ୍ଟ ଦ ଲକ୍‌ଡାଉନ୍‌ ନାରା ଦେଲେ ଲୋକେ

ସେ ଆହୁରି ମଧ୍ୟ କହିଛନ୍ତି,"CAA ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ଥାନର ଖ୍ରୀଷ୍ଟିଆନ ସମ୍ପ୍ରଦାୟରୁ ପ୍ରବାସୀମାନଙ୍କୁ ନାଗରିକତ୍ୱ ପ୍ରଦାନ କରିଥାଏ । ଯେହେତୁ ଏହି ଅଧିନିୟମ ଅନୁଯାୟୀ ନିୟମାବଳୀ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇନାହିଁ, ତେଣୁ ବର୍ତ୍ତମାନ ସୁଦ୍ଧା କାହାକୁ ନାଗରିକତ୍ୱ ପ୍ରଦାନ କରାଯାଇପାରିବ ନାହିଁ । ସେହିପରି ଠାକୁରନଗର ଅଞ୍ଚଳରେ ମତୁଆ ସଂପ୍ରଦାୟ ଅଧିକ ଏଠାରେ ଅଧିକ ଅଛନ୍ତି । ଆମେ CAA ବିଷୟରେ ଅନେକ ଥର ଆଲୋଚନା କରିଛୁ । ଏହାକୁ ଖୁବ ଶୀଘ୍ର ରାଜ୍ୟରେ ଲାଗୁ କରାଯିବ । ଯଦି କାହାର ସାହାସ ଅଛି ଏହାକୁ ବନ୍ଦ କରି ଦେଖାନ୍ତୁ । "

କାଶ୍ମୀରରେ ଧାରା ୩୭୦ ଭଳି CAA ମଧ୍ୟ ପ୍ରତିଶୃତି ପୂରଣ କରିବ

ଶୁଭେନ୍ଦୁ ଅଧିକାରୀ କହିଛନ୍ତି," ୨୦୧୯ ଲୋକସଭା ନିର୍ବାଚନରେ ​​ଜିତିବା ପରେ ନରେନ୍ଦ୍ର ମୋଦି କାଶ୍ମୀରରେ ଧାରା ୩୭୦ ରଦ୍ଦ କରି ନିଜର ଗୋଟିଏ ପ୍ରତିଶ୍ରୁତି ପୂରଣ କରିଛନ୍ତି । ସେହିଭଳି ବିଜେପି CAA କାର୍ଯ୍ୟକାରୀ କରିବାର ପ୍ରତିଶ୍ରୁତି ପୂରଣ କରିବ । କେନ୍ଦ୍ର ସରକାର କାହାର ଅଧିକାର ଛଡ଼ାଇବାରେ ବିଶ୍ୱାସ କରନ୍ତି ନାହିଁ । ଆମର ପ୍ରଧାନମନ୍ତ୍ରୀ ବିଭାଜନକାରୀ ରାଜନୀତିରେ ବିଶ୍ୱାସ କରନ୍ତି ନାହିଁ।"

CAA ଉପରେ ଅମିତ ଶାହଙ୍କ ବିବୃତ୍ତି

ପୂର୍ବରୁ ଦେଶର ଗୃହମନ୍ତ୍ରୀ ଅମିତ ଶାହ ଏକ ସାକ୍ଷାତକାରରେ ଖୋଲା ଶବ୍ଦରେ କହିଥିଲେ," ଯେଉଁମାନେ CAA କାର୍ଯ୍ୟକାରୀ ନକରିବାକୁ ସ୍ୱପ୍ନ ଦେଖୁଛନ୍ତି ସେମାନେ ଏକ ବଡ଼ ଭୁଲ କରୁଛନ୍ତି । CAA ଆଇନ ଲାଗୁ କରିବାରେ ବିଳମ୍ବ ହେଉଛି କାରଣ ଏ ବିଷୟରେ ନିୟମ ଏପର୍ଯ୍ୟନ୍ତ କରାଯାଇନାହିଁ । ଏହା ଉପରେ କାର୍ଯ୍ୟ କରିବାକୁ ପଡିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details