ଓଡିଶା

odisha

ETV Bharat / bharat

Bypoll Results: ଭୋଟ ଗଣତି ଜାରି, ମୈନପୁରୀରେ ଆଗରେ ଡିମ୍ପଲ - ଉତ୍ତର ପ୍ରଦେଶ ମୈନପୁରୀ ଲୋକସଭା ଆସନ

ଗୋଟିଏ ଲୋକସଭା, 6 ବିଧାନସଭା ଆସନରେ ଜାରି ରହିଛି ଉପନିର୍ବାଚନ ଭୋଟ ଗଣତି । ମୈନପୁରୀରେ ଡିମ୍ପଲ ଯାଦବ ଲକ୍ଷାଧିକ ଭୋଟରେ ଆଗୁଆ । ଅଧିକ ପଢନ୍ତୁ

By poll results: ଗୋଟିଏ ଲୋକସଭା, 6 ବିଧାନସଭା ଆସନରେ ଗଣତି ଜାରି, ମୈନପୁରୀରେ ଆଗରେ ଡିମ୍ପଲ
By poll results: ଗୋଟିଏ ଲୋକସଭା, 6 ବିଧାନସଭା ଆସନରେ ଗଣତି ଜାରି, ମୈନପୁରୀରେ ଆଗରେ ଡିମ୍ପଲ

By

Published : Dec 8, 2022, 1:19 PM IST

ହାଇଦ୍ରାବାଦ: ଆଜି ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ଭୋଟ ଗଣତି ଓ ଫଳାଫଳ ଉପରେ ସମଗ୍ର ଦେଶର ନଜର ରହିଛି । ଅନ୍ୟପଟେ ଉପନିର୍ବାଚନ ହୋଇଥିବା ଉତ୍ତର ପ୍ରଦେଶର ଗୋଟିଏ ଲୋକସଭା ଓ ବିଭିନ୍ନ ରାଜ୍ୟର ମୋଟ 6 ବିଧାନସଭା ଆସନରେ ମଧ୍ୟ ଭୋଟ ଗଣତି ଜାରି ରହିଛି । ଉତ୍ତର ପ୍ରଦେଶର ମୈନପୁରୀ ଲୋକସଭା ଆସନରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ଲକ୍ଷାଧିକ ଭୋଟରେ ଆଗରେ ରହିଛନ୍ତି । ପାର୍ଟି ମୁଖ୍ୟ ତଥା ଶଶୁର ମୁଲାୟମ ସିଂଙ୍କ ଦେହାନ୍ତ ପରେ ଏହି ଲୋକସଭା ଆସନରେ ଉପନିର୍ବାଚନ ହେଉଛି ।

ସେହିିପରି ବିଧାନସଭା ଉପନିର୍ବାଚନରେ ମଧ୍ୟରେ ବିହାର, ରାଜସ୍ଥାନ, ଛତିଶଗଡ ଓଡିଶାର ଗୋଟିଏ ଲେଖାଏଁ ଆସନ ସହ ଉତ୍ତର ପ୍ରଦେଶର ଦୁଇଟି ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା । ଯାହାର ଗଣତି ମଧ୍ୟ ଜାରି ରହିଛି । ବିହାର ଖୁଡନୀରେ(Kurhani Assembly) ଜନତା ଦଳ (ସଂଯୁକ୍ତ) ଜେଡିୟୁ ପ୍ରାର୍ଥୀ ମନୋଜ ସିଂ ଖୁସଓ୍ବା ଆଗରେ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ମନୋଜଙ୍କୁ 49,435 ଭୋଟ ମିଳିଛି । ଛତିଶଗଡର ଭାନୁପ୍ରତାପପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ସାବିତ୍ରୀ ମଣ୍ଡାଭୀ ଆଗରେ ରହିଛନ୍ତି । ସେ ବର୍ତ୍ତମାନ ସୁଦ୍ଧା 33,823 ଭୋଟ ପାଇଛନ୍ତି । ରାଜସ୍ଥାନର ସର୍ଦ୍ଦାରସହର ଆସନରେ କଂଗ୍ରେସ ପ୍ରାର୍ଥୀ ଅନିଲ କୁମାର ଶର୍ମା ଆଗରେ ରହିଛନ୍ତି । ଶର୍ମାଙ୍କୁ ବର୍ତ୍ତମାନ ସୁଦ୍ଧା 76,710 ଭୋଟ ମିଳିଛି ।

ସେହିପରି ଉତ୍ତର ପ୍ରଦେଶର ଚର୍ଚ୍ଚିତ ରାମପୁର ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅସୀମ ରାଜା ଆଗରେ ରହିଛନ୍ତି । ଆଜମ ଖାନଙ୍କ ସଭ୍ୟପଦ ରଦ୍ଦ ହେବା ପରେ ଏହି ଆସନରେ ଉପନିର୍ବାଚନ ହେଉଛି । ଅସୀନ ରାଜା ହେଉଛନ୍ତି ଆଜମ ଖାନଙ୍କ ବେଶ ନିକଟତର । ବର୍ତ୍ତମାନ ସୁଦ୍ଧା ସେ 14 ହଜାରରୁ ଅଧିକ ଭୋଟ ସହ ଆଗରେ ଚାଲିଛନ୍ତି ।

ଓଡିଶାର ପଦ୍ମପୁର ଆସନରେ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ସିଂ ବରିହା ଆଗରେ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ବିଜେଡି ପାର୍ଥୀ ବର୍ଷା 64 ହଜାରରୁ ଅଧିକ ଭୋଟ ପାଇବାରେ ସଫଳ ହୋଇଛନ୍ତି । ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ 34,748 ଭୋଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details