ନୂଆଦିଲ୍ଲୀ: ଘୋଷଣା ହେଲା ଉପନିର୍ବାଚନ ତାରିଖ । ଅକ୍ଟୋବର ୩୦ରେ ଉପନିର୍ବାଚନ ନେଇ ଘୋଷଣା କଲେ ନିର୍ବାଚନ କମିଶନର । କୋରୋନା, ବାତ୍ୟା, ପର୍ବ ପର୍ବାଣୀ, ଜଳବାୟୁ ପରିବର୍ତ୍ତନ ଆଦି ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ନିର୍ବାଚନ ତାରିଖ ରଦ୍ଦ କରାଯାଇଥିବା ସ୍ପଷ୍ଟ କରିଛନ୍ତି ନିର୍ବାଚନ କମିଶନର । ତେବେ ପୂର୍ବ ଘୋଷଣା ଅନୁସାରେ ଆସନ୍ତା ୩୦ରେ ପିପିଲି ନିର୍ବାଚନ ହେବ ।
ମଙ୍ଗଳବାର ନିର୍ବାଚନ କମିଶନର ଆନ୍ଧ୍ର ପ୍ରଦେଶ, ଆସାମ, ବିହାର, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ରାଜସ୍ଥାନ, ତେଲେଙ୍ଗାନା ଓ ପଶ୍ଚିମ ବଙ୍ଗର ୩୦ଟି ବିଧାନସଭା ଆସନ ଓ ୩ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଉପନିର୍ବାଚନ ନେଇ ଘୋଷଣା କରିଛନ୍ତି ।