ଓଡିଶା

odisha

ETV Bharat / bharat

ସ୍ମାର୍ଟ ଫୋନ କିଣିବା ବେଳେ ଏ ସବୁ ଦିଗ ଉପରେ ଧ୍ୟାନ ଦିଅନ୍ତୁ...

ବର୍ତ୍ତମାନ ସ୍ମାର୍ଟଫୋନ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ଶିକ୍ଷାଠାରୁ ଆରମ୍ଭ କରି ମେଡିସିନ,ରେଳ ଟିକେଟ ବିମାନ ଟିକେଟ ବିକିଂ ସବୁ କାର୍ଯ୍ୟ ମୋବାଇଲ ଫୋନ ଦ୍ବାରା କରାଯାଉଛି । ତେଣୁ ମୋବାଇଲ ଫୋନର ବ୍ୟବହାର ମଧ୍ୟ ବଢୁଛି । ସ୍ମାର୍ଟଫୋନ କିଣିବା ସମୟରେ ଲୋକଙ୍କୁ କିଛି ସତର୍କତା ଅବଲମ୍ବନ କରିବାକୁ ପଡିଥାଏ । ଅଧିକ ପଢନ୍ତୁ...

By

Published : Feb 15, 2021, 10:31 AM IST

ସ୍ମାର୍ଟଫୋନ ପାଇଁ ଗାଇଡଲାଇନ
ସ୍ମାର୍ଟଫୋନ ପାଇଁ ଗାଇଡଲାଇନ

ନୂଆଦିଲ୍ଲୀ: ବଦଳୁଛି ଯୁଗ । ଆଧୁନିକ ଯୁଗ ସହିତ ତାଳ ଦେଇ ସମସ୍ତେ ମର୍ଡନ ହେବାକୁ ଚାହୁଁଛନ୍ତି । ଏହି ଆଧୁନିକ ଯୁଗରେ ଉନ୍ନତ ଜ୍ଞାନ କୌଶଳରେ ନିର୍ମାଣ ହେଉଛି ଉନ୍ନତମାନର ମୋବାଇଲ ଫୋନ । ଯଦି କେହି ଉନ୍ନତମାନର କ୍ୟାମେରା ସହିତ ଭଲ ଫୋନ କିଣିବାକୁ ଚାହାଁନ୍ତି ତେବେ କିଛି ଦିଗ ଉପରେ ଦୃଷ୍ଟି ଦେବାକୁ ପଡିବ । ଗ୍ରାହକ ସ୍ବର ଏକ ଉତ୍ପାଦ ସର୍ଭେ ରିପୋର୍ଟରୁ ପ୍ରକାଶ କରିଛି ଯେ ଶ୍ରେଷ୍ଠ 15 ଟି ସ୍ମାର୍ଟଫୋନ ବ୍ରାଣ୍ଡ ଏବଂ ତାର ମଡେଲ ଗୁଡିକ ଲୋକଙ୍କୁ ସର୍ବୋତ୍ତମ ଜିନିଷ ବାଛିବାରେ ସାହାଯ୍ୟ କରିଥାଏ ।

ସଞ୍ଚାଳନ:ଗୋଟିଏ ସ୍ମାର୍ଟଫୋନର ପ୍ରକ୍ରିୟାକରଣ ଶକ୍ତି ଗୋଟିଏ ଉପକରଣରୁ ଅନ୍ୟ ଉପକରଣଠାରୁ ଭିନ୍ନ ହୋଇଥାଏ । ଯେପରିକି ଓଏସ ସଂସ୍କରଣ, ୟୁଆଇ ଓ ବ୍ଲୋଟୱେୟାର ଇତ୍ୟାଦି । ତେଣୁ ଆପଣ ନିଜର ଫୋନ ବାଛିବା ସମୟରେ ଫୋନରୁ ସଞ୍ଚାଳନ ବିଷୟରେ ଜାଣିବା ନିହାତି ଆବଶ୍ୟକ ।

ବ୍ୟାଟେରୀ: ଯଦି ଆପଣ ବହୁତ ଅଧିକ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି ଇଣ୍ଟରନେଟରେ କାମ କରୁଛନ୍ତି,ଗେମ ଖେଳୁଛନ୍ତି,ଭିଡିଓ ଦେଖୁଛନ୍ତି ତେବେ ଆପଣ ଅଧିକ କ୍ଷମତା ବିଶିଷ୍ଟ ଫୋନ ବ୍ୟବହାର କରିବା ଦରକାର। ଅଧିକ ସମୟ ମୋବାଇଲ ଫୋନ ବ୍ୟବହାର କରୁଥିବା ବ୍ୟବହାରୀଙ୍କ ପାଇଁ 3500ଏମଏଏଚରୁ ଅଧିକ କ୍ଷମତା ବିଶିଷ୍ଟ ବ୍ୟାଟେରୀ ବିଶିଷ୍ଟ ମୋବାଇନ ଫୋନ ବ୍ୟବହାର କରିବା ଦରକାର ।

ଅପରେଟିଂ ସିଷ୍ଟମ: ଆଣ୍ଡ୍ରଏଡ କିମ୍ବା ଆଇଓଏସ । ଏ ଦୁଇଟି ହେଉଛି ଲୋକଙ୍କ ପସନ୍ଦ। ଏହି ଆଣ୍ଡ୍ରଏଡ ସେଟର ଫୋନ ହିଁ ଲୋକେ ଅଧିକ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି ।

ଗୁଗୁଲ ଆଣ୍ଡ୍ରଏଡ: ଏହାର ବ୍ୟବହାର ସାଧାରଣତଃ ସହଜ ହୋଇଥାଏ । ଗୁଗୁଲ ପ୍ଲେ ଷ୍ଟୋରରୁ ଆମେ ବିଭିନ୍ନ ଆପ ଡାଉନଲୋଡ କରିଥାଉ ।

ଆପେଲ ଆଇଫୋନ: ଏହାର ବ୍ୟବହାର କରିବା ଅତ୍ୟନ୍ତ ସହଜ ଓ ଶୀଘ୍ର ମଧ୍ୟ । ଯଦିଓ ଆମେ ପୂର୍ବରୁ ଏପରି ସ୍ମାର୍ଟଫୋନ ବ୍ୟବହାର କରିନାହୁଁ । ଏହାର ଭଲ କ୍ବାଲିଟି ପାଇଁ ପ୍ରତି ପରିବାରରେ ଆଇଫୋନର ଚାହିଦା ରହିଛି । ଆପେଲ ଫୋନ ମହାଙ୍ଗା ତଥାପି ଏହାର ବ୍ୟବହାର ପାଇଁ ଲୋକଙ୍କ ମଧ୍ୟରେ ଚାହିଦା ବଢୁଛି ।

ଷ୍ଟୋରେଜ: ଆଜିକାଲି ଅଧିକାଂଶ କାମ ସ୍ମାର୍ଟଫୋନ ଦ୍ବାରା କରାଯାଉଛି । ଡକ୍ୟୁମେଣ୍ଟ,ଫୋଟ, ଆପସ ସବୁ କାମ ଫୋନ ଦ୍ବାରା ହେଉଛି । ଫୋନରେ ସର୍ବନିମ୍ମ 32ଜିବି ଷ୍ଟୋରେଜ ରହିଥାଏ । ଫୋନରେ ଅଧିକ କାମ ହେବା ଫଳରେ ଅଧିକ ଷ୍ଟୋରେଜର ଫୋନ ବ୍ୟବହାର କରିବା ଦରକାର ।

ଗଠନ: ସ୍ମାର୍ଟଫୋନ ଗୁଡିକ ଗଠନ ସାଧାରଣତଃ ଦୁଇ ପ୍ରକାରର । ଅନେକ ଫୋନ ଧାତୁ ଓ ପ୍ଲାଷ୍ଟିକରେ ତିଆରି ହୋଇଛି ।

ଗ୍ରାହକ ସ୍ବର: ଦିଲ୍ଲୀର ଏକ ଏନଜିଓ ଗ୍ରାହକ ସ୍ବର ଗ୍ରାହକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଛି। ମୋବାଇଲ ଫୋନ କିଣୁଥିବା ଗ୍ରାହକମାନଙ୍କୁ ଫୋନ କିଣିବା ସମୟରେ ଉପରୋକ୍ତ ଦିଗଗୁଡିକ ବିଷୟରେ ଧ୍ୟାନ ଦେବା ଦରକାର ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details