ହାଇଦ୍ରାବାଦ: ଆଲୋକର ପର୍ବ ଦୀପାବଳି । ଚତୁଃର୍ଦିଗ ରଙ୍ଗୀନ ଆଲୋକମାଳାରେ ଆଲୋକିତ । ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଆଡେ ହର୍ଷୋଲ୍ଲାସ । ଏ ବର୍ଷ ଗୁରୁବାର ଦୀପାବଳି ପଡୁଥିବାରୁ ସମସ୍ତଙ୍କ ମୁଖମଣ୍ଡଳରେ ଏକ ଅଦ୍ଭୁତ ଖୁସିର ସମ୍ଭାର । କାହିଁକିନା ଗୁରୁବାର ମା' ଲକ୍ଷ୍ମୀଙ୍କ ବାର । ଏହି ଦିନ ମା' ଲକ୍ଷ୍ମୀଙ୍କ ପୂଜା କଲେ ଘରେ ସୁଖ-ସମୃଦ୍ଧି ବୃଦ୍ଧି ପାଇବା ସହ ଘରେ ଧନବର୍ଷା ହେବାର ବିଶ୍ବାସ ରହିଛି । କିନ୍ତୁ ଦୀପାବଳି ଦିନ କେବଳ ମା' ଲକ୍ଷ୍ମୀ ନୁହେଁ, ତାଙ୍କ ସହ ବାବା ଗଣେଶଙ୍କୁ ମଧ୍ୟ ପୂଜା କରାଯାଏ । ଏହି ପୂଜା କରିବାର କିଛି ବିଧି ବିଧାନ ମଧ୍ୟ ରହିଛି ।
ତେଣୁ କଣ ରହିଛି ଏହି ବିଧି ବିଧାନ ଏବଂ କେଉଁ ପ୍ରକାର କିଣିବେ ଗଣେଶ-ଲକ୍ଷ୍ମୀଙ୍କ ମୂର୍ତ୍ତୀ, ତାହା ଜାଣି ନିଅନ୍ତୁ...
୧) ମାତା ଲକ୍ଷ୍ମୀ ଓ ବାବା ଗଣେଶଙ୍କ ମୂର୍ତ୍ତୀଙ୍କୁ ଅଲଗା ଅଲଗା କିଣନ୍ତୁ । ଯୋଡା ମୂର୍ତ୍ତୀ କିଣିବାରେ କୌଣସି ଅସୁବିଧା ନାହିଁ । କିନ୍ତୁ ସେହି ମୂର୍ତ୍ତୀଟା ସବୁବେଳେ ଗୋଟିଏ ମୂର୍ତ୍ତୀ ବୋଲି ଧରାଯାଏ । ଏହାର ବିଧି ବିଧାନ ଅନୁସାରେ ପଞ୍ଚୋପଚାର ପୂଜା ହୋଇ ପାରି ନଥାଏ ।
୨) ଗଣେଶ ଓ ଲକ୍ଷ୍ମୀଙ୍କ ବସିଥିବା ମୂର୍ତ୍ତୀକୁ ପୂଜା କରିବା ଆବଶ୍ୟକ । ଠିଆ ହୋଇଥିବା ମୁଦ୍ରା ମୂର୍ତ୍ତୀକୁ ଉଗ୍ର ସ୍ବଭାବ ଧରାଯାଏ । ସେଥିପାଇଁ ଶୁଭ ଦୀପାବଳିରେ ବସିଥିବା ମୁଦ୍ରାରେ ଗଣେଶ-ଲକ୍ଷ୍ମୀଙ୍କ ମୂର୍ତ୍ତୀ ପୂଜା କରନ୍ତୁ ।
୩) ପ୍ରଭୁ ଗଣେଶଙ୍କ ମୂର୍ତ୍ତୀ କିଣିବାବେଳେ ଧ୍ୟାନ ଦିଅନ୍ତୁ ଯେ, ଯେପରି ତାଙ୍କ ଶୁଣ୍ଢ ବାମ ପଟକୁ ମୋଡି ହୋଇଥିବ, ଏବଂ ତାଙ୍କ ପାଦ ତଳେ ତାଙ୍କ ବାହନ ମୂଷିକ ଯେପରି ବସି ଥିବ ।
4) ଗଣେଶଙ୍କ ହାତରେ ମୋଦକ ଥିବା ମୂର୍ତ୍ତୀ ହିଁ ଦୀପାବଳି ପୂଜାରେ ସାମିଲ କରନ୍ତୁ । ଏହା କରିବା ଦ୍ବାରା ଘରେ ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ ।