ଓଡିଶା

odisha

ETV Bharat / bharat

ଝାଡ଼ଖଣ୍ଡରେ ନଦୀକୁ ଖସି ପଡ଼ିଲା ଯାତ୍ରୀବାହୀ ବସ୍: 4 ମୃତ, 20 ଆହତ - bus accident in jharkhand

ଝାଡ଼ଖଣ୍ଡ ଗିରିଡିହରେ ବଡ଼ ଧରଣର ଦୁର୍ଘଟଣା । ରାଞ୍ଚିରୁ ଗିରିଡିହ ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ୍ ନଦୀ ଭିତରକୁ ଖସି ପଡିଛି । ଏଥିରେ ଅନେକ ଆହତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 4 ମୃତ୍ୟୁ ସୂଚନା । ଅଧିକ ପଢ଼ନ୍ତୁ

ନଦୀ ଭିତରକୁ ଖସି ପଡ଼ିଲା ଯାତ୍ରୀବାହି ବସ୍
ନଦୀ ଭିତରକୁ ଖସି ପଡ଼ିଲା ଯାତ୍ରୀବାହି ବସ୍

By

Published : Aug 5, 2023, 10:05 PM IST

Updated : Aug 6, 2023, 7:50 PM IST

ରାଞ୍ଚି:ଝାଡ଼ଖଣ୍ଡ ଗିରିଡିହରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ରାଞ୍ଚିରୁ ଗିରିଡିହ ଅଭିମୁଖେ ଆସୁଥିବା ଏକ ବସ ବରାକର ନଦୀରେ ଖସି ପଡିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଅତିକମରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 20 ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆଉ କିଛି ଯାତ୍ରୀ ନଦୀରେ ବୁଡି ଯାଇଥିବାର ସନ୍ଦେହ କରାଯାଉଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଶନିବାର ରାତି ପ୍ରାୟ ୮ଟା ୪୦ ମିନିଟ୍ ସମୟରେ ଏହି ଦୁର୍ଘଟଣାଟି ଘଟିଛି । ବସରେ ୩୦ରୁ ଅଧିକ ଯାତ୍ରୀ ଥିବାର ସୂଚନା ମିଳିଛି । ଅନ୍ଧାର ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଥିବାବେଳେ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗି ରହିଛି।

ଏହା ବି ପଢନ୍ତୁ...ଯାଇକା ନେଇଥାନ୍ତା ଆଉ ଏକ ପ୍ରାଣ ! ଅଳ୍ପକେ ବଞ୍ଚିଲା ଜୀବନ

ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଖବର ପାଇ ସ୍ଥାନୀୟ ବିଧାୟକ ସୁଦିବ୍ୟ କୁମାର ଘଟଣାସ୍ଥଳରେ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି। ଏହାସହ କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି। ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଥିବା ଟିମକୁ ରେସ୍କ୍ୟୁ ଅପରେସନରେ ସ୍ଥାନୀୟ ଲୋକେ ମଧ୍ୟ ସହଯାଗ କରୁଛନ୍ତି। ଏହା ସହିତ ସେହି ରାସ୍ତା ଦେଇ ଜଳାଭିଷେକ ପାଇଁ ଯାଉଥିବା କାଉଡିଆ ଭକ୍ତ ମଧ୍ୟ ନଦୀ ଗର୍ଭରେ ଭାସି ଯାଉଥିବା ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଆଗେଇ ଆସିଛନ୍ତି । ତେବେ ଆଜି ସନ୍ଧ୍ୟାରେ ରାଞ୍ଚିରୁ ଗିରିଡିହ ଅଭିମୁଖେ ଆସୁଥିବା 'ଆଲିସାନ' ନାମକ ଏକ ଯାତ୍ରୀବାହୀ ବସ୍ ନଦୀ ଭିତରକୁ ଖସି ପଡିଥିବାରୁ ଅନେକ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ରାଞ୍ଚିରୁ ଗିରିଡିହ ଅଭିମୁଖେ ଆସୁଥିବା ଆଲିସାନ ବସ ଯାଉଥିବା ସମୟରେ ହଠାତ୍ ଭାରସାମ୍ୟ ହରାଇ ବରାକର ନଦୀ ମଧ୍ୟକୁ ଖସିପଡିଥିଲା। ଅଚାନକ ଏଭଳି ବସଟି ଖସିପଡିବା ପରେ ଗାଡି ଭିତରେ ଥିବା ଯାତ୍ରୀମାନେ ଭୟଭୀତ ହୋଇ ଚିତ୍କାର କରିବାକୁ ଲାଗିଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆସି ରୁଣ୍ଡ ହୋଇଥିଲେ। ଏବଂ ଭାରସାମ୍ୟ ହରାଇ ବସଟି ଖସିପଡିଥିବା ଦେଖିବାକୁ ପାଇଥିଲେ। ବିଳମ୍ବ ନକରି ତୁରନ୍ତ ସେମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ ଅଞ୍ଚଳବାସୀ। ଖବର ପାଇଁ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି। ଏହାସହ କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏବଂ ସ୍ଥାନୀୟ ବିଧାୟକ ସୁଦିବ୍ୟ କୁମାର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟର ତଦାରଖ କରିଛନ୍ତି। ଦୁର୍ଘଟଣାରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ଧାର ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିବାବେଳେ ମୃତାହତଙ୍କ ସୂଚନା ମିଳିପାରିନାହିଁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 6, 2023, 7:50 PM IST

ABOUT THE AUTHOR

...view details