ଓଡିଶା

odisha

ରାମପୁର ବାଇପାସ୍‌ରେ ବସ-ଟ୍ରକ ମୁହାଁମୁହିଁ: 5 ମୃତ, 22 ଆହତ

By

Published : Jul 17, 2022, 12:22 PM IST

ଉତ୍ତରପ୍ରଦେଶର ରାମପୁର ବାଇପାସରେ ଟ୍ରକ ବସ ମୁହାଁ ମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଟ୍ରକ ବସ ମୁହାଁ ମୁହିଁ ଧକ୍କା, ୫ ମୃତ ୨୨ ଆହତ
ଟ୍ରକ ବସ ମୁହାଁ ମୁହିଁ ଧକ୍କା, ୫ ମୃତ ୨୨ ଆହତ

ଲକ୍ଷ୍ନୌ:ଉତ୍ତରପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକ-ବସ ମୁହାଁ ମୁହିଁ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି । ରାମପୁର ଜିଲ୍ଲାର ବାଇପାସରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପୋଲିସ ସୂଚନା ମୁତାବକ, ଆଜି ସକାଳ ସମୟରେ ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ ନେଇ ଏକ ବସ ଦିଲ୍ଲୀ ଅଭିମୁଖେ ଯାଉଥିଲା । ଏହି ସମୟରେ ଉତ୍ତରପ୍ରଦେଶର ରାମପୁର ବାଇପାସ ନିକଟରେ ସାମ୍ନାପଟୁ ଆସୁଥିବା ଏକ ଟ୍ରକ ବସକୁ ଧକ୍କା ଦେଇଥିଲା । ଏନେଇ ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ୫ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ବର୍ତ୍ତମାନ ୨୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ହସ୍ପିଟାଲ ତରଫରୁ ସୂଚନା ଦିଆଯାଇଛି । ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ABOUT THE AUTHOR

...view details