ଓଡିଶା

odisha

Agnipath Protest: ଦେଶବ୍ୟାପୀ ତେଜୁଛି ଅଗ୍ନିପଥ ନିଆଁ, VVIPଙ୍କ ସମର୍ଥନ

By

Published : Jun 18, 2022, 1:08 PM IST

କିଷାନଙ୍କ ପରେ ତେଜୁଛି ଆଶାୟୀ ଯବାନଙ୍କ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ଅଗ୍ନିପଥ ବା ଅଗ୍ନିବୀରକୁ ନେଇ ଦେଶବ୍ୟାପୀ ବ୍ଯାପକ ଭଙ୍ଗା ରୁଜା, ପୋଡା ଜଳା । ଅଧିକ ପଢନ୍ତୁ

Agneepath Protest: ଦେଶବ୍ୟାପୀ ତେଜୁଛି ବିବାଦ, VVIP ଙ୍କ ସମର୍ଥନ
Agneepath Protest: ଦେଶବ୍ୟାପୀ ତେଜୁଛି ବିବାଦ, VVIP ଙ୍କ ସମର୍ଥନ

ନୂଆଦିଲ୍ଲୀ: କିଷାନଙ୍କ ପରେ ତେଜୁଛି ଆଶାୟୀ ଯବାନଙ୍କ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ ତିନି କିଷାନ ଆଇନକୁ ଯେପରି ଦେଶବ୍ୟାପୀ କୃଷକମାନଙ୍କ ଆନ୍ଦୋଳନ ଜୋର ଧରିଥିଲା ସମାନ ଭାବରେ ସେନା ନିଯୁକ୍ତି ପାଇଁ ପ୍ରଣୟନ ହୋଇଥିବା ନୂଆ ଯୋଜନା 'ଅଗ୍ନିପଥ' ବା 'ଅଗ୍ନିବୀର'କୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗୁଛି ।

ଗତକାଲି(ଶୁକ୍ରବାର) 'ଅଗ୍ନିବୀର' ଯୋଜନାକୁ ପ୍ରତ୍ୟାହାର ଦାବିରେ ତେଲେଙ୍ଗାନା, ବିହାର, ନୂଆଦିଲ୍ଲୀ, ଉତ୍ତରପ୍ରଦେଶରେ ପ୍ରବଳ ହିଂସା ଦେଖିବାକୁ ମିଳିଥିଲା । ଆନ୍ଦୋଳନକାରୀ ଟ୍ରେନ ଜାଳିଦେବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ସେହିପରି ଆଜି(ଶନିବାର) ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଯୋଜନା ପ୍ରତ୍ୟାହାର ପାଇଁ ବିହାରର ସଂଗଠନ ଗୁଡ଼ିକ କେନ୍ଦ୍ର ସରକାରଙ୍କୁ 72 ଘଣ୍ଟା ସମୟ ଦେଇଛନ୍ତି । ଆରଜେଡି ଏବଂ ମହାଗଣ୍ଠବନ୍ଧନ ସହିତ ଭିଭିଆଇପିମାନେ ମଧ୍ୟ ଏହି ବନ୍ଦକୁ ସମର୍ଥନ କରିଛନ୍ତି ।

ବନ୍ଦକୁ ଦୃଷ୍ଟିରେ ରଖି ବିହାର ପ୍ରଶାସନ ଅନେକ ସ୍ଥାନରେ ଧାରା 144 ଲାଗୁ କରିଛି । ଏହା ସତ୍ତ୍ୱେ ଜେହାନବାଦରେ ଏକ ଟ୍ରକ ଏବଂ ବସ୍‌ରେ ନିଆଁ ଲାଗାଇ ଦେଇଛନ୍ତି ଆନ୍ଦୋଳନକାରୀ । ଉତ୍ତରପ୍ରଦେଶରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି ।

ବିହାରର ଜେହାନାବାଦରେ ମସୌଢି ଷ୍ଟେସନେ ନିଆଁ ଲଗାଇଲେ ଆନ୍ଦୋଳନକାରୀ:-

ଜେହାନାବାଦରେ ସକାଳେ ଯୁବକମାନେ ପାର୍କିଂ ହୋଇଥିବା ଏକ ବସ୍ ଏବଂ ଟ୍ରକରେ ନିଆଁ ଲଗାଇ ଦେଇଛନ୍ତି । ଏହି ସମୟରେ ବନ୍ଦ ସମର୍ଥକମାନେ ମଧ୍ୟ ପୋଲିସ ଉପରକୁ ପଥର ଫିଙ୍ଗିଥିଲେ । ଅନିୟନ୍ତ୍ରିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ୍ ଆନ୍ଦୋଳନକାରୀଙ୍କ ଉପରକୁ ଲାଠିଚାର୍ଜ କରିବା ସହ ଫାଙ୍କା ଗୁଳିଚାଳନା ମଧ୍ୟ କରିଛି ।

ବିରୋଧ ପ୍ରଦର୍ଶନରେ କିଷାନ ମୋର୍ଚ୍ଚା ସାମିଲ:-

ୟୁନାଇଟେଡ୍ କିଷାନ୍ ମୋର୍ଚ୍ଚା ପଞ୍ଜାବ ମଧ୍ୟ ଅଗ୍ନିପଥ ଯୋଜନାକୁ ବିରୋଧ କରୁଛି । ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଖୁବଶୀଘ୍ର ସଂଗଠନ ଅଗ୍ନିପଥ ଯୋଜନା ବିରୋଧରେ ଏକ ବଡ ନିଷ୍ପତ୍ତି ନେବ । ଭାରତୀୟ କିଷାନ ୟୁନିଅନର ରାଜ୍ୟ ସଭାପତି ଜଗଜିତ ସିଂ ଡଲେୱାଲ କହିଛନ୍ତି ଯେ ଯୁବକମାନେ ରାସ୍ତାରେ ଆନ୍ଦୋଳନ କରୁଥିବାବେଳେ ସରକାର ଚୁପ୍ ରହିଛନ୍ତି । ସେହିପରି ଅଲ ଇଣ୍ଡିଆ କିଷାନ ସଭା ପଞ୍ଜାବ ସଭାପତି ବାଲକରନ ସିଂ ବରାଡ କହିଛନ୍ତି ଯେ, ଅଗ୍ନିପଥ ଯୋଜନା ହିଁ ସେନା ଗଠନକୁ ନଷ୍ଟ କରିଦେବ। ସରକାର ତୁରନ୍ତ ଏହି ଯୋଜନା ପ୍ରତ୍ୟାହାର କରିନିଅନ୍ତୁ । ଦେଶର ସମସ୍ତ ଯୁବକଙ୍କୁ ସ୍ଥାୟୀ ନିଯୁକ୍ତି ଯୋଗାଇବା ପାଇଁ ଏକ ଜାତୀୟ-ନୀତି ପ୍ରସ୍ତୁତ ହେବା ଉଚିତ୍ ବୋଲି ସେ କହିଛନ୍ତି ।

ଦକ୍ଷିଣ ରେଳବାଇ ବାତିଲ କଲା ଟ୍ରେନ:-

ଦକ୍ଷିଣ ରେଳବାଇ ଏକ ପ୍ରେସ ବିବୃତ୍ତିରେ କହିଛି ଯେ, ଥିରୁଅନନ୍ତପୁରମ୍-ସିକନ୍ଦରାବାଦ ସବରୀ ଏକ୍ସପ୍ରେସ ସମ୍ପୂର୍ଣ୍ଣ ରୂପେ ବାତିଲ ହୋଇ ଥିବାବେଳେ ମୈସୋର-ଦରଭଙ୍ଗା ବାଗମତି ଏକ୍ସପ୍ରେସ, ଏର୍ନାକୁଲମ-ବରୌନି ରାପ୍ତିସାଗର ଏକ୍ସପ୍ରେସ ଏବଂ ବେଙ୍ଗାଲୁରୁ ଦାନପୁର ସଙ୍ଘମିତ୍ର ଏକ୍ସପ୍ରେସକୁ ଆଂଶିକ ବାତିଲ କରାଯାଇଛି । ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ଏବଂ ପୂର୍ବତଟ ରେଳ ହାଇଦ୍ରାବାଦ ଜୋନରେ ଆନ୍ଦୋଳନ କାରଣରୁ ୧୮ ଜୁନ ଆଜିଗଡିବାକୁ ଥିବା ଡକ୍ଟର ଏମ.ଜି.ଆର ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ ଏବଂ ତାମ୍ବରମ-ହାଇଦ୍ରାବାଦ ଚାରମିନାର ଏକ୍ସପ୍ରେସକୁ ବାତିଲ କରାଯାଇଛି । ସେହିପରି ଜୁନ 20 ରେ ଥିବା ଏର୍ଣ୍ଣାକୁଲମ-ପାଟନା ଦ୍ୱି-ସାପ୍ତାହିକ ସୁପରଫାଷ୍ଟ ଏକ୍ସପ୍ରେସକୁ ବାତିଲ କରାଯାଇଛି ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

ABOUT THE AUTHOR

...view details