ଓଡିଶା

odisha

ତୀର୍ଥଯାତ୍ରା ହେଲା ଶେଷଯାତ୍ରା: ଖାଇକୁ ଖସିଲା ପର୍ଯ୍ୟଟକ ବସ, 26 ମୃତ

By

Published : Jun 5, 2022, 8:53 PM IST

Updated : Jun 6, 2022, 6:57 AM IST

ଉତ୍ତରାଖଣ୍ଡ ଉତ୍ତରକାଶୀ ନିକଟରେ 200 ମିଟର ଖାଇକୁ ଖସିଲା ପର୍ଯ୍ୟଟକ ବସ । 26 ମୃତଦେହ ଉଦ୍ଧାର । ଅନେକ ଆହତ ସୂଚନା । ଜାରି ରହିଛି ଉଦ୍ଧାର କାର୍ଯ୍ୟ । ବସରେ ଥିଲେ 30 ପର୍ଯ୍ୟଟକ । ଅଧିକାଂଶ ମଧ୍ୟ ପ୍ରଦେଶର । ଅଧିକ ପଢନ୍ତୁ

Yamunotri Accident: ଖାଇକୁ ଖସିଲା ପର୍ଯ୍ୟଟକ ବସ, ଏକାଧିକ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା
Yamunotri Accident: ଖାଇକୁ ଖସିଲା ପର୍ଯ୍ୟଟକ ବସ, ଏକାଧିକ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା

ଡେରାଡୁନ୍:ଉତ୍ତରାଖଣ୍ଡ ଉତ୍ତରକାଶୀ ନିକଟରେ ଯମୁନେତ୍ରୀ ରାଜପଥରେ ଏକ ପର୍ଯ୍ୟଟକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘାଟିରେ ବସଟି ପ୍ରାୟ 200 ମିଟର ଗଭୀର ଖାଇକୁ ଖସିପଡିଛି । ବର୍ତ୍ତମାନ ସୁଦ୍ଧା 26 ମୃତଦେହ ଉଦ୍ଧାର ହୋଇଛି । ଅନ୍ୟ କିଛି ଆହତଙ୍କୁ ମଧ୍ୟ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗମ୍ଭୀର ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ମଧ୍ୟ ଆଶଙ୍କା କରାଯାଉଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଦୁର୍ଘଟଣା ସମ୍ପର୍କରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ ମଧ୍ୟ ଫୋନ ଯୋଗେ ଆଲୋଚନା କରିଛନ୍ତି ।

Accident In Uttarakhand: ଖାଇକୁ ଖସିଲା ପର୍ଯ୍ୟଟକ ବସ, 17 ମୃତ

ମିଳିଥିବା ସୂଚନା ଅନୁସାରେ, ବସରେ ପ୍ରାୟ ପ୍ରାୟ 30 ପର୍ଯ୍ୟଟକ ଯାତ୍ରା କରୁଥିଲେ । ପର୍ଯ୍ୟଟକଙ୍କ ମଧ୍ୟରେ ଅଧିକାଂଶ ମଧ୍ୟ ପ୍ରଦେଶରୁ ରହିଛନ୍ତି । ଖବର ପାଇ ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଟିମ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ ଜାରି ରଖିଛି । ଦୁର୍ଘଟଣାର କାରଣ ଜଣାପଡିନଥିବା ବେଳେ ଘାଟି ରାସ୍ତାରେ ବସଟି ଭାରସାମ୍ୟ ହରାଇ ଖାଇକୁ ଖସି ପଡିଥିବା ସନ୍ଦେହ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 6, 2022, 6:57 AM IST

ABOUT THE AUTHOR

...view details