ହାଇଦ୍ରାବାଦ: ଯାତ୍ରୀ ଭର୍ତ୍ତି ଚଳନ୍ତା ବସରେ ଡ୍ରାଇଭରଙ୍କୁ ହଠାତ ଆସିଲା ହୃଦଘାତ । ଗାଡି ଚଳାଉଥିବା ବେଳେ ହୃଦଘାତରେ ଚାଲିଗଲା ଡ୍ରାଇଭରଙ୍କ ଜୀବନ । କିନ୍ତୁ ମୃତ୍ୟୁର କ୍ଷଣିକ ପୂର୍ବରୁ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଓ ସାହାସ ବଞ୍ଚାଇ ଦେଲେ ବସରେ ଯାତ୍ରା କରୁଥିବା 45 ଯାତ୍ରୀଙ୍କ ଜୀବନ (Bus driver suffers heart attack in Andhra Pradesh)। ହୃଦଘାତ ଅନୁଭବ ହେବା କ୍ଷଣି ଡ୍ରାଇଭରଜଣଙ୍କ ବସଟିକୁ ରାସ୍ତାକଡରେ ଛିଡା କରାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ । ରାସ୍ତା କଡରେ ବସଟି ଅଟକିବାରେ ସଫଳ ହୋଇଥିଲା କିନ୍ତୁ ତାର ମାତ୍ର କେଇ ସେକେଣ୍ଡ ମଧ୍ୟରେ ହୃଦଘାତରେ ଆଖି ବୁଜିଥିଲେ ଡ୍ରାଇଭର । ଘଟଣାଟି ଆନ୍ଧ୍ର ପ୍ରଦେଶର ମୁଲୁଗୁ ଜିଲ୍ଲାର ଭେଙ୍କଟପୁରମ ମଣ୍ଡଳରେ ଘଟିଛି । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ ଏହି ଘରୋଇ ବସଟି ପ୍ରାୟ 45ଜଣ ଯାତ୍ରୀଙ୍କୁ ଧରି ତାମିଲନାଡୁରୁ ଆନ୍ଧ୍ର ପ୍ରଦେଶ ଫେରୁଥିଲା (Bus accident in Andhra Pradesh) । ରାସ୍ତାରେ ଯାତ୍ରୀମାନେ ଭଦ୍ରଚଳମରେ ଥିବା ସୀତାରାମ ଚନ୍ଦ୍ରସ୍ବାମୀ ମନ୍ଦିରରେ ଦର୍ଶନ କରିବା ପାଇଁ ଅଟକିଥିଲେ । ତେବେ ସେଠାରୁ ପୁଣି ବସଟି ଯାତ୍ରୀଙ୍କୁ ଧରି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ହେଲେ ହଠାତ ବସର ଡ୍ରାଇଭର ଜେ.ଦେଭାରିକାମ ହୃଦଘାତର ଶିକାର ହୋଇଥିଲେ (Bus driver suffers heart attack in Andhra Pradesh)। ସେ ଗାଡିଟିକୁ ରାସ୍ତା କଡରେ ଛିଡା କରିବା କ୍ଷଣି ସେହିଠାରେ ହିଁ ଟଳି ପଡିଥିଲେ । ମୃତ ଡ୍ରାଇଭରଙ୍କ ଘର ତାମିଲନାଡୁ ଭେଲୋର ଜିଲ୍ଲାର ବୋଲି ଜଣାପଡିଛି ।