ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ନଦୀକୁ ଖସିଲା ସେନା ବସ୍ । ବ୍ରେକ୍ ଫେଲ୍ ହେବାରୁ ପହଲଗାମରେ ନଦୀକୁ ଖସିଲା ଆଇଟିବିପି ସୁରକ୍ଷାକର୍ମୀଙ୍କ ବସ୍ । ଦୁର୍ଘଟଣାରେ 7 ITBP ଯବାନ ଶହୀଦ ହୋଇଛନ୍ତି। ୩୭ ITBP ଯବାନ ଓ ୨ ଜମ୍ମୁ ପୋଲିସକୁ ନେଇ ଯାଉଥିଲା ବସ୍ । ବସରେ ମୋଟ 39 ଜଣେ ଥିଲେ । ଅମରନାଥ ଯାତ୍ରା ଡ୍ୟୁଟିରେ ଯୋଗଦେଇ ଫେରୁଥିବାବେଳେ ଘଟିଛି ଏହି ଦୁର୍ଘଟଣା । ଆହତ ଯବାନଙ୍କୁ ଅନନ୍ତନାଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ନଦୀକୁ ଖସିଲା ସେନା ବସ୍, 7 ଯବାନ ଶହୀଦ ଏହା ବି ପଢନ୍ତୁ...ଛୋଟିପୋରାରେ ନାଗରିକଙ୍କ ଉପରେ ଆତଙ୍କବାଦୀଙ୍କ ଗୁଳିମାଡ଼, ଜଣେ ମୃତ
ସୂଚନାଅନୁସାରେ, ଚନ୍ଦନୱାରିରୁ ପହଲଗାମ ଯାଉଥିଲା ସୁରକ୍ଷାକର୍ମୀଙ୍କ ବସ୍ । ବ୍ରେକ ଫେଲ ହେବାରୁ ବସଟି ପହଲଗାମରେ ନଦୀକୁ ଖସି ପଡିଥିଲା । ବସରେ 39 ଜଣ ସୁରକ୍ଷାକର୍ମୀ ଥିଲେ । ସେଥିରୁ ଦୁୁଇଜଣ ଜମ୍ମୁ ପୋଲିସ ଥିଲେ। 7 ଜଣ ଆଇଟିବିପି ଯବାନ ଶହୀତ ହୋଇଥିବାବେଳେ ଅନେକ ଯବାନ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 8 ଜଣ ଆହତ ଯବାନଙ୍କ ଅବସ୍ଥା ଗୁରୁତର ରହିଛି ।
ଗତ 11ତାରିଖରେ ଅମରନାଥ ଯାତ୍ରା ଶେଷ ହୋଇଥିବାବେଳେ ପର୍ଯ୍ୟାୟକ୍ରମେ ଯବାନଙ୍କ କ୍ୟାମ୍ପ ସେଠାରୁ ଫେରାଇ ଆଣିବାକୁ କାର୍ଯ୍ୟକ୍ରମ ଜାରି ରହିଥିବାବେଳେ ଏହି ଅଘଟଣ ଘଟିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ଜମ୍ମୁ ଉପରାଜ୍ୟପାଳ ମନୋଜ ସିହ୍ନା ଏ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।