ଚଣ୍ଡିଗଡ:ପଞ୍ଜାବରେ ବସ୍-କାର ଧକ୍କାରେ ୫ ଜଣଙ୍କର ମୃତ୍ୟୁ । ତେବେ ଏକ ଘରୋଇ କମ୍ପାନୀ ବସ ଧକ୍କା ଦେବାରୁ କାରଟି ଅହମ୍ମଦପୁରରେ ଥିବା ଭକ୍ରା କେନାଲ ଭିତରକୁ ଖସି ପଡିଥିଲା । ସେପଟେ ଦୁର୍ଘଟଣାରେ ପୋଲିସ ଦୁଇଜଣ ପୁରୁଷ, ଦୁଇ ମହିଳା ଏବଂ ଜଣେ ଶିଶୁର ମୃତଦେହ ଉଦ୍ଧାର କରିଥିବାବେଳେ ଆଉ ଦୁଇ ଜଣେ ଶିଶୁ କେନାଲ ପାଣିର ପ୍ରବଳ ସ୍ରୋତରେ ଭାସି ଯାଇଛନ୍ତି ।
ସେହିପରି ଭାସି ଯାଇଥିବା ଦୁଇ ଶିଶୁଙ୍କୁ ଖୋଜାଖୋଜି ଜାରି ରହିଛି ବୋଲି ପୋଲିସ କହିଛି । ଏପଟେ ଏହି ଘଟଣାକୁ ନେଇ ରୂପାନଗର ଡିଏସପି ରବିନ୍ଦର ସିଂ କହିଛନ୍ତି ଯେ, କାରଟି ରାଜସ୍ଥାନର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ଦୁ୍ର୍ଘଟଣାରେ ମୃତ୍ୟୁ ହୋଇଥିବା ଲୋକେ ପଞ୍ଜାବର ଶ୍ରୀ ଆନନ୍ଦପୁର ସାହେବରୁ ରାଜସ୍ଥାନର ସିକର ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା ।