ଓଡିଶା

odisha

ETV Bharat / bharat

ହିମାଚଳ ପ୍ରଦେଶରେ ଘାଟିରୁ ଖସିଲା ବସ: 25 ଆହତ, ଫସିଛନ୍ତି ଦୁଇ ଯାତ୍ରୀ - ହିମାଚଳ ପ୍ରଦେଶରେ ବସ ଦୁର୍ଘଟଣା

ହିମାଚଳ ପ୍ରଦେଶରେ ଭାରସାମ୍ୟ ହରାଇ ଖାଇକୁ ଖସିଲା ବସ । 23 ଯାତ୍ରୀ ଆହତ । ଏବେ ବି ବସ ତଳେ ଫସି ରହିଛନ୍ତି 2 ଯାତ୍ରୀ । ଉଦ୍ଧାର ଅପରେସନ ଜାରି । ଅଧିକ ପଢନ୍ତୁ

ଶିମଲାରେ ଘାଟିକୁ ଖସିଲା ବସ: 25 ଆହତ, ଫସିଛନ୍ତି ଦୁଇ ଯାତ୍ରୀ
ଶିମଲାରେ ଘାଟିକୁ ଖସିଲା ବସ: 25 ଆହତ, ଫସିଛନ୍ତି ଦୁଇ ଯାତ୍ରୀ

By

Published : Jul 27, 2022, 4:55 PM IST

ଶିମଲା:ହିମାଚଳ ପ୍ରଦେଶରେ ରାଜଧାନୀ ଶିମଲା ନିକଟବର୍ତ୍ତୀ ସ୍ଥାନରେ ଘାଟିକୁ ଖସିଲା ଯାତ୍ରୀବାହୀ ବସ । ବସରେ ଥିବା 20 ରୁ 23 ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । କିଛି ଯାତ୍ରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ, ଏବେ ମଧ୍ୟ ଦୁଇ ଯାତ୍ରୀ ଓଲଟି ରହିଥିବା ବସ ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି ।

ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ, ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବସଟି ଭାରସାମ୍ୟ ହରାଇ ଖାଇକୁ ଖସିପଡିଥିବା ସନ୍ଦେହ କରାଯାଉଛି । ବସରେ ନିର୍ଦ୍ଦିଷ୍ଟ କେତେ ଯାତ୍ରୀ ଥିଲେ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳି ପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details