ମୁମ୍ବାଇ: ନ୍ୟୁଜିଲ୍ୟାଣ୍ଡରେ ଉତକ୍ଷେପଣ ହୋଇଥିବା ଏକ ଉପଗ୍ରହର ଭଗ୍ନାବଶେଷ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ଉପଗ୍ରହଟି ଦୁର୍ଘଟଣାଗ୍ରସ୍ତ ହୋଇ ଥିବା ଅଧିକାରୀ ପକ୍ଷରୁ ସୂଚନା ମିଳିଛି । ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ଲଡବୋରୀ ଗ୍ରାମରୁ ଜଳିଯାଇଥିବା ଉପଗ୍ରହର ଭଗ୍ନାବଶେଷ ଦେଖିବାକୁ ମିଳିଛି । ଗତକାଲି ରାତି ପ୍ରାୟ 8ଟା ସମୟରେ ପ୍ରଥମେ ଏକ ଉଲକାପିଣ୍ଡ ଦୃଶ୍ୟମାନ ହୋଇଥିଲା।
ମହାରାଷ୍ଟ୍ରରେ ପଡିଲା ଦୁର୍ଘଟଣାଗ୍ରସ୍ତ ଉପଗ୍ରହର ଭଗ୍ନାବଶେଷ - ମହାରାଷ୍ଟ୍ରରେ ଦୁର୍ଘଟଣାଗ୍ରସ୍ତ ଉପଗ୍ରହର ଭଗ୍ନାବଶେଷ
ନ୍ୟୁଜିଲ୍ୟାଣ୍ଡରେ ଉତକ୍ଷେପଣ ହୋଇଥିବା ଏକ ଉପଗ୍ରହର ଭଗ୍ନାବଶେଷ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ
ମହାରାଷ୍ଟ୍ରରେ ପଡିଲା ଦୁର୍ଘଟଣାଗ୍ରସ୍ତ ଉପଗ୍ରହର ଭଗ୍ନାବଶେଷ
ଏହାର କିଛି ସମୟ ପରେ ସ୍ଥାନୀୟ ଲୋକମାନେ ଉଚ୍ଚ ଶବ୍ଦ ଶୁଭିଥିଲା । ବିମାନର ଶବ୍ଦ ପରି ଶୁଭିଲା ପରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା । ଏବଂ ଉପଗ୍ରହର ଭଗ୍ନ ଅଂଶ ଗୁଡ଼ିକ ସେହି ଅଞ୍ଚଳରେ ପଡ଼ିଥିଲା । ଘଟଣାସ୍ଥଳରେ ଜ୍ୟୋତିର୍ବିଜ୍ଞାନୀ ଏକ ଟିମ ପହଞ୍ଚି ଥିଲେ। ନ୍ୟୁଜିଲ୍ୟାଣ୍ଡର ମାହିଆ ଉପଦ୍ବୀପରୁ ପୃଥିବୀର 430 କିଲୋମିଟର ଉଚ୍ଚତାରେ 'Blacksky' ନାମକ ଏକ ଉପଗ୍ରହର ଉତକ୍ଷେପଣ କରାଯାଇଥିଲା । ଯାହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନୁମାନ କରୁଛନ୍ତି ଜ୍ୟୋତିର୍ବିଜ୍ଞାନୀ । ଏଥିସହ ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ