ଚଣ୍ଡିଗଡ:ହରିୟାଣାର ଭିବାନୀ ଜିଲ୍ଲାରେ ଏକ ବୋଲେରୋ ଭିତରୁ ଦୁଇ ଜଣ ମୁସଲିମ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ୨୫ ବର୍ଷୀୟ ନାସିର ଏବଂ ୩୫ ବର୍ଷୀୟ ଜୁନାଏଦ ଓରଫ ଜୁନା । ଦୁହେଁ ରାଜସ୍ଥାନ ଭରତପୁର ନିବାସୀ ହୋଇଥିବା ବେଳେ ସେମାନଙ୍କୁ ଅପହରଣ କରାଯାଇଥିବା ନେଇ ଦୁଇ ଦିନ ତଳେ ଥାନାରେ ଅଭିଯୋଗ ହୋଇଥିଲା । ଅପହରଣର ଦିନକ ପରେ ଗତକାଲି(ଗୁରୁବାର) ସକାଳେ ହରିୟାଣାରୁ ଏହି ଦୁଇ ମୁସଲିମ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି । ତେବେ ମୃତଦେହ ଥିବା ବୋଲୋରୋ ଗାଡିଟି ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଥିବା ଦେଖିବାକୁ ମିଳିଛି ।
ପୋଲିସର ସୂଚନା ଅନୁସାରେ, ବୁଧବାର ଦିନ ନାସିର ଓ ଜୁନାଏଦଙ୍କୁ ଅପହରଣ କରାଯାଇଥିଲା । ଏନେଇ ପରିବାର ଲୋକେ ଭରତପୁରର ଏକ ଥାନାରେ ଅଭିଯୋଗ କରିଥିଲେ । ଏହାର ଦିନକ ପରେ ଗୁରୁବାର ସକାଳ ୮ଟା ସମୟରେ ହରିୟାଣା ଭିବାନୀ ଜିଲ୍ଲା ଲୋହାରୁ ଥାନା ଅଞ୍ଚଳରେ ଏକ ବୋଲେରା ଠାବ ହୋଇଥିଲା । ବୋଲେରୋ ଭିତରେ ଦୁଇ ଯୁବକଙ୍କ ଅର୍ଦ୍ଦଦଗ୍ଧ ମୃତଦେହ ଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଓ ଫରେନସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ ।
ଏହାମଧ୍ୟ ପଢନ୍ତୁ: New CEO of YouTube: ଭାରତୀୟ ବଂଶୋଦ୍ଭବ ନିଲ୍ ମୋହନ ୟୁଟ୍ୟୁବ ସିଇଓ