ଓଡିଶା

odisha

ETV Bharat / bharat

ଉଦ୍‌ଘାଟନର ୫ଦିନ ପରେ ଧସିଲା ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ, ଯୋଗୀ ସରକାରଙ୍କୁ ଅଖିଳେଶଙ୍କ କଟାକ୍ଷ - ଧସିଲା ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ

ଧସିଲା ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ । ଉଦ୍‌ଘାଟନର ୫ ଦିନ ପରେ ରାସ୍ତାରେ ୨ରୁ ୩ ଫୁଟ ଗଭୀର ଗାତ ସୃଷ୍ଟି ହୋଇଛି । ବର୍ଷା କାରଣରୁ ଯୋଗୀ ସରକାରଙ୍କ ସ୍ବପ୍ନ ପ୍ରକଳ୍ପ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର କିଛି ଅଂଶ ଧୋଇ ହୋଇଯାଇଛି । ଅଧିକ ପଢନ୍ତୁ

Bundelkhand Expressway
Bundelkhand Expressway

By

Published : Jul 22, 2022, 12:38 PM IST

ଲକ୍ଷ୍ନୌ:ଧସିଲା ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ । ଉଦଘାଟନର ୫ ଦିନ ପରେ ରାସ୍ତାରେ ୨ରୁ ୩ ଫୁଟ ଗଭୀର ଗାତ ସୃଷ୍ଟି ହୋଇଛି । ବର୍ଷା କାରଣରୁ ଯୋଗୀ ସରକାରଙ୍କ ସ୍ବପ୍ନ ପ୍ରକଳ୍ପ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର କିଛି ଅଂଶ ଧୋଇ ହୋଇଯାଇଛି । ଜୁଲାଇ ୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଲାଉଁ ଜିଲ୍ଲାର ଓରାଇ ତହସିଲ ଅନ୍ତର୍ଗତ କୈଠେରୀ ଗାଁରେ ଏହାର ଉଦଘାଟନ କରିଥିଲେ । ରାସ୍ତାର ଏପରି ଅବସ୍ତା ନିମ୍ନମାନର କାମ ହୋଇଥିବା ଦର୍ଶାଉଛି । ରାସ୍ତାର ଏପରି ଅବସ୍ତା ପାଇଁ ବୁଧବାର ଅନେକ ଦୁର୍ଘଟଣା ଘଟିଥିଲା । ୪ଟି ଗାଡି ସହ ଗୋଟିଏ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଅନେକ ଯାତ୍ରୀ ଆହତ ହୋଇଥିଲେ ।

Bundelkhand Expressway

ଯୋଗୀ ସରକାରଙ୍କୁ ଅଖିଳେଶ ଯାଦବଙ୍କ କଟାକ୍ଷ

ଉଦଘାଟନର ୫ ଦିନ ପରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେରେ ଫାଟ ସୃଷ୍ଟି ହେବା ନେଇ ସରକାରଙ୍କୁ ଘେରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ରାସ୍ତାର ଏକ ଭିଡିଓ ନିଜ ଟ୍ବିଟରରେ ସେୟାର କରି ୟୁପି ସରକାର ଓ ବିଜେପିକୁ ଟାର୍ଗେଟ କରିଛନ୍ତି ଅଖିଳେଶ । ସେ ଲେଖିଛନ୍ତି, ''ଏ ହେଉଛି ଭାଜପାର ଅଧା ଅଧୁରା ବିକାଶ ଗୁଣବତ୍ତାର ନମୁନା । ବଡ ବଡିଆ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର ଉଦ୍‌ଘାଟନ କରିଥିଲେ । ଉଦଘାଟନର ଗୋଟିଏ ସପ୍ତାହ ମଧ୍ୟରେ ଏଥିରେ ଭ୍ରଷ୍ଟାଚାରର ବଡ ବଡ ଗାତ ସୃଷ୍ଟି ହୋଇଛି । ଅର୍ଦ୍ଧ-ସମାପ୍ତ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର ଉଦଘାଟନ ଉତ୍ସବରୁ ଜଣାପଡିଛି ଯେ, ଏହାର ଡିଜାଇନ୍ ମଧ୍ୟ ସମାନ ରହିଛି, ପ୍ରତିରକ୍ଷା କରିଡର ନିକଟରେ ରହିବା ପରେ ମଧ୍ୟ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେ ପରି ନିର୍ମାଣ କରିପାରାନହାନ୍ତି ।"

ଏହା ବି ପଢନ୍ତୁ...Bundelkhand Expressway: ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରକାଶ ଥାଉ କି, ୨୯୬କିମି ଦୈର୍ଘ୍ୟ ଚାରିଲେନ ବିଶିଷ୍ଟି ଏହି ଏକ୍ସପ୍ରେସ ସଡକ ୧୪ ହଜାର ୮୫୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା । ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ସଡକ ଚିତ୍ରକୂଟ ଓ ଦିଲ୍ଲୀ ମଧ୍ୟରେ ଯାତ୍ରା ସମୟ ୩ ରୁ ୪ ଘଣ୍ଟା ହ୍ରାସ ପାଇବା ଲକ୍ଷ୍ୟରେ ନିର୍ମାଣ ହୋଇଛି । ୟୁପିବାସୀଙ୍କ ଉଦ୍ଦେଶ୍ୟରେ ଏହାକୁ ଜୁଲାଇ ୧୬ରେ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ । ୨୦୨୦ ଫେବୃୟାରୀ ୨୯ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେର ଶିଳାନ୍ୟାସ ହୋଇଥିଲା । ୨୮ ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ଯ ଶେଷ ହୋଇଥିଲା ଓ ଜୁଲାଇ ୧୬ରେ ପ୍ରଧାନମନ୍ତ୍ରୀ ମୋଦି ଏହାର ଉଦ୍‌ଘାଟନ କରିଥିଲେ ।

ABOUT THE AUTHOR

...view details