ଭୁବନେଶ୍ବର:ବହୁ ଚର୍ଚ୍ଚିତ ବିବାଦୀୟ ବୁଲ୍ଲି ବାଈ ଆପର ମୂଳ ଚେର ପାଖରେ ପହଞ୍ଚିବାକୁ ଆକ୍ସନ ମୁଡରେ ମୁମ୍ବାଇ ପୋଲିସ । ଜଣଙ୍କ ପରେ ଜଣଙ୍କୁ ଗିରଫ କରୁଛି ପୋଲିସ । ଏ ମାମଲାରେ ଆଜି ଓଡିଶାର ଜଣଙ୍କୁ ବାନ୍ଧିଛି ପୋଲିସ । ଗିରଫ ଜଣକ ହେଲେ ନୀରଜ ସିଂହ । ଏହି ଓଡ଼ିଆ ଯୁବକଙ୍କୁ ମିଶାଇ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ପୋଲିସ ୫ ଜଣଙ୍କୁ ଗିରଫ କରିସାରିଲାଣି ।
ଗିରଫ ଅଭିଯୁକ୍ତ ହେଲେ ନୀରଜ ସିଂ । ନୀରଜ ଭୁବନେଶ୍ବରର ଏକ ଘରୋଇ କଲେଜରେ ଇଞ୍ଜିନିୟରିଂ କରୁଥିବା ଜଣାପଡିଛି । ଏହାସହ ସେ ଏମ୍ବିଏ ଛାତ୍ର ବୋଲି ଜଣାପଡିଛି । ଇଞ୍ଜିନୟରିଂ ଛାତ୍ର ହୋଇଥିବାରୁ ବୁଲ୍ଲି ବାଈ ଆପ୍ ତିଆରି କରିବାରେ ନୀରଜର ମୁଖ୍ୟ ଭୂମିକା ଥିଲା । ଗତ କିଛି ଦିନ ହେଲା ନୀରଜକୁ ଖୋଜୁଥିଲା ମୁମ୍ବାଇ ସାଇବର ସେଲ୍ । ଶେଷରେ ଓଡିଶାରୁ ନୀରଜକୁ ଧରିବାରେ ସଫଳ ହୋଇଛି ପୋଲିସ । ଓଡ଼ିଆ ଯୁବକଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୫ ଜଣ ଗିରଫ ହୋଇସାରିଛନ୍ତି ।
ପୂର୍ବରୁ ଗତ ଜାନୁଆରା ୬ରେ ମୁଖ୍ୟ ଅଭିଯୁକ୍ତକୁ ଆସାମରୁ ଗିରଫ ଅଭିଯୁକ୍ତ ନୀରଜ ବିଷ୍ଣୁୁକୁ ଗରିଫ କରିଥିଲା ପୋଲିସ । ଅଭିଯୁକ୍ତ ଜଣଙ୍କ 20 ବର୍ଷୀୟ ହୋଇଥିବା ବେଳେ ଆସାମର ଜୋରହାଟର ଡିଜିମ୍ବର ଅଞ୍ଚଳର ବାସିନ୍ଦା ବୋଲି ପୋଲିସ ସ୍ପଷ୍ଟ କରିଥିଲା ପୋଲିସ । ବୁଲ୍ଲୀ ବାଈ ଆପ ମାଧ୍ୟମରେ ମୁସଲିମ ସମ୍ପ୍ରଦାୟର ମହିଳାଙ୍କୁ ଟାର୍ଗେଟ କରାଯାଉଥିବା ଅଭିଯୋଗ ଆସିଥିଲା । ଏହାକୁ ବ୍ୟବହାର କିଛି ମୁସଲିମ ମହିଳାଙ୍କ ଫଟୋକୁ ଏଡିଟ କରି ଏହି ଆପ ମାଧ୍ୟମରେ ସାମାଜିକ ଗଣମାଧ୍ୟମରେ ଅପଲୋଡ କରାଯାଉଥିଲା । ପରେ ଏନେଇ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ମୋଡକୁ ଆସଥିଲା ପୋଲିସ ।