ଓଡିଶା

odisha

କୋର୍ଟରେ Bulli Bai ଆପ୍‌ ମାମଲା, ଇଞ୍ଜିନିଅରିଂ ଛାତ୍ର ଗିରଫ

By

Published : Jan 4, 2022, 8:33 AM IST

Updated : Jan 4, 2022, 5:33 PM IST

ଆଗକୁ ବଢୁଛି ବିବାଦୀୟ ଫୋନ ଆପ୍ ବୁଲ୍ଲୀ ବାଈ ତଦନ୍ତ କାର୍ଯ୍ୟ । ମୁମ୍ବାଇ ପୋଲିସ ବୁଲ୍ଲୀ ବାଈ ଆପ୍ ମାମଲାରେ ବେଙ୍ଗାଲୁରୁରୁ ଜଣେ ଇଞ୍ଜିନିଅରିଂ ଛାତ୍ରଙ୍କୁ ଅଟକ ରଖିଛି (Mumbai Police detain Bengaluru student) । ଅଧିକ ପଢନ୍ତୁ

ବେଙ୍ଗାଲୁରୁରୁ ସନ୍ଦିଗ୍ଧ ଗିରଫ
ବେଙ୍ଗାଲୁରୁରୁ ସନ୍ଦିଗ୍ଧ ଗିରଫ

ମୁମ୍ବାଇ:କୋର୍ଟରେ ପହଞ୍ଚିଛି 'ବୁଲ୍ଲୀ ବାଈ' ଆପ୍‌ ମାମଲା । ଏଥିରେ ଅନ୍ୟ ଅଭିଯୁକ୍ତ ଥିବା ଇଞ୍ଜିନିଅରିଂ ଛାତ୍ର ବିଶାଲ କୁମାରକୁ ଆଜି(ମଙ୍ଗଳବାର) ବାନ୍ଦ୍ରା କୋର୍ଟରେ ହାଜର କରାଯିବ । ତେବେ ଏନେଇ ଦିଲ୍ଲୀ ପୋଲିସ ଲୋକ ସମ୍ପର୍କ ଅଧିକାରୀ ଓ ଅତିରିକ୍ତ କମିଶନର ଚିନ୍ମୟ ବିଶ୍ବାଳ ସୂଚନା ଦେଇଛନ୍ତି । ଗତ ଜାନୁଆରୀ ୧ ତାରିଖରେ ହୋଇଥିବା ଅଭିଯୋଗ ଆଧାରରେ ବିଶାଲଙ୍କୁ ଗିରଫ କରାଯାଇଥିଲା ।

ସେପଟେ ମୁମ୍ବାଇ ପୋଲିସ ଉତ୍ତରାଖଣ୍ଡରୁ ମାମଲାରେ ଜଡ଼ିତ ଥିବା ମୁଖ୍ୟ ମହିଳା ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି । ଏହି ମହିଲା ଜଣକ ବୁଲ୍ଲୀ ବାଈ ଆପ୍‌ ସହିତ ଜଡିତ ୩ଟି ଆକାଉଣ୍ଟକୁ ଅପରେଟ କରୁଥିଲା । ଅନ୍ୟପଟେ ବିଶାଳ(୨୧) ସିଭିଲ ଇଞ୍ଜିନିଅରିଂ ଛାତ୍ର ବୋଲି ଜଣାପଡ଼ିଛି । ପୋଲିସ ବିଶାଳକୁ ବେଙ୍ଗାଲୁରୁରୁ ଗିରଫ କରିଥିଲା । ଏହାପରେ କିଛି ଘଣ୍ଟା ଧରି ତାକୁ ପଚରାଉଚରା କରିଥିଲା ।

ବିଶାଳଙ୍କ ବିରୋଧରେ IPC ଓ IT ଆଇନ ଆଧୀନରେ ପୋଲିସ ଏକ ମାମଲା ରୁଜୁ କରିଛି । ୨ ସମ୍ପ୍ରଦାୟକୁ ବିରୋଧୀ କାର୍ଯ୍ୟ ପାଇଁ ଧାରା ୧୫୩ ଏ, ଜାତୀୟ ଏକୀକରଣ ବିରୋଧୀ କାର୍ଯ୍ୟ ପାଇଁ ଧାରା ୧୫୩ ବି, ଧର୍ମ ଭାବନା ବିରୋଧୀ କାର୍ଯ୍ୟ କରିବା ପାଇଁ ଧାରା ୨୯୫ ଏ, ମହିଳାଙ୍କ ଫଟୋ ଉପରେ ଅଶ୍ଳୀଳ ମନ୍ତବ୍ୟ ପାଇଁ ଧାରା ୫୦୯ ଅଧୀନରେ ତାଙ୍କ ବିରୋଧରେ ମାମଲା ଦାଏର ହୋଇଛି ।

ଏହା ବି ପଢନ୍ତୁ: EXPLAINED: ବିବାଦୀୟ Bulli Bai ଆପ୍‌, ଅନଲାଇନରେ ଚାଲିଥିଲା ନିଲାମି

ସୂଚନା ଥାଉ କି, ଏହି ବିବାଦୀୟ ବୁଲ୍ଲୀ ବାଈ ଆପରେ ମହିଳାଙ୍କ ଫଟୋରେ ଅଶ୍ଳୀଳ ମନ୍ତବ୍ୟ ସହିତ ଏହି ଆପରେ ନିଲାମ ଡକାଯାଉଥିଲା । ଏହି ଆପ୍ ଜରିଆରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ବିରୋଧ କରିବା ସହ ମୁସଲିମ୍‌ ମହିଳାଙ୍କୁ ଟାର୍ଗେଟ କରାଯାଉଥିଲା । ସେମାନଙ୍କ ବିରୋଧରେ ଘୃଣାଭାବ ଏବଂ ଆପତ୍ତିଜନକ ଟିପ୍ପଣୀ ଦିଆଯାଉଥିଲା । ଏନେଇ ଜଣେ ମହିଳା ସାମ୍ବାଦିକା ଦିଲ୍ଲୀ ସାଇବର ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲେ। ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ଏହା ବି ପଢନ୍ତୁ: Bulli Bai App: ଥାନାରେ ମାମଲା, କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ କେନ୍ଦ୍ରମନ୍ତ୍ରୀ

ଗତ ଜାନୁଆରୀ ୨ରେ ଏହି ବିବଦୀୟ ଆପ୍କୁ ବ୍ଲକ କରି ଦିଆଯାଇଥିବା ନେଇ ସୂଚନା ଦେଇଥିଲେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରାୟ ୬ ମାସ ପୂର୍ବେ ଠିକ୍‌ ଏଭଳି ଏକ ବିବାଦୀୟ ଆପ୍‌ ଲଞ୍ଚ ହୋଇଥିଲା। ଯାହାର ନାଁ ଥିଲା ‘ସୁଲ୍ଲି ଡିଲ୍‌’ ଆପ୍‌। ଏହି ଆପ୍‌ ଜରିଆରେ ମଧ୍ୟ କିଛି ପ୍ରତିଷ୍ଠିତ ଓ ଜଣାଶୁଣା ମୁସଲିମ ମହିଳାଙ୍କ ଫଟୋକୁ ସେୟାର କରାଯାଇଥିଲା । ସେଥିରେ ଅଶ୍ଳୀଳ ମନ୍ତବ୍ୟ ମଧ୍ୟ ଦିଆଯାଉଥିଲା । ଏହି ମାମଲାରେ ମଧ୍ୟ ଦିଲ୍ଲୀ ଥାନାରେ ମାମଲା ରୁଜ୍ଜୁ ହୋଇଥିଲା । ଏହାପରେ GitHubରୁ ଏହି ଆପ୍‌କୁ ହଟାଇ ଦେଇଥିଲା ।

@ANI

Last Updated : Jan 4, 2022, 5:33 PM IST

ABOUT THE AUTHOR

...view details