ଓଡିଶା

odisha

By

Published : Aug 16, 2022, 10:37 PM IST

ETV Bharat / bharat

ବିମାନ ବନ୍ଦରରେ 5 ବର୍ଷୀୟ ଶିଶୁ ବ୍ୟାଗରୁ ବହାରିଲା ଗୁଳି, ଇସ୍ରାଏଲରୁ ଫେରିଥିଲା ପରିବାର

ଚେନ୍ନାଇ ଏୟାରପୋର୍ଟରେ 5 ବର୍ଷୀୟ ଶିଶୁ ବ୍ୟାଗରୁ ଜବତ ହେଲା 9 ଏମଏମ ଗୁଳି । ଇସ୍ରାଏଲ ଫେରନ୍ତା ପରିବାର ଗୁଳିଟିକୁ ସେଠାରେ ପାଇ ଶିଶୁଟିକୁ ଖେଳିବାକୁ ଦେଇଥିବା ପୋଲିସକୁ କଲେ ଅବଗତ । କିଛି ଘଣ୍ଟାର ଜେରା ପରେ ଛାଡିଲା ପୋଲିସ । ଅଧିକ ପଢନ୍ତୁ

ବିମାନ ବନ୍ଦରରେ 5 ବର୍ଷୀୟ ଶିଶୁ ବ୍ୟାଗରୁ ବହାରିଲା ଗୁଳି, ଇସ୍ରାଏଲରୁ ଫେରିଥିଲା ପରିବାର
ବିମାନ ବନ୍ଦରରେ 5 ବର୍ଷୀୟ ଶିଶୁ ବ୍ୟାଗରୁ ବହାରିଲା ଗୁଳି, ଇସ୍ରାଏଲରୁ ଫେରିଥିଲା ପରିବାର

ଚେନ୍ନାଇ:ବିମାନ ବନ୍ଦରରେ ସୁନା ଓ ଅନ୍ୟାନ୍ୟ ଜିନିଷ ତସ୍କରୀ ବେଳେ କଷ୍ଟମ ବିଭାଗ ହାତରେ ଯାତ୍ରୀ ଧରାପଡିବା ଘଟଣା ବହୁଳ ଭାବେ ନଜରକୁ ଆସେ । ତେବେ ପରିବାର ସହ ଯାତ୍ରା କରୁଥିବା ଜଣେ 5 ବର୍ଷୀୟ ଶିଶୁ ବ୍ୟାଗରୁ ବାହାରିଲା ଗୁଳି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଚେନ୍ନାଇ ବିମାନ ବନ୍ଦରରେ । ଚେନ୍ନାଇରୁ ବାଙ୍ଗାଲୋର ଅଭମୁଖେ ଯାତ୍ରା କରିବା ପାଇଁ ଚେକିିଂ ହେଉଥିବା ବେଳେ ଏକ ପରିବାରର 5 ବର୍ଷୀୟ ଶିଶୁ ବ୍ୟାଗରୁ ଗୁଳି ଠାବ କରିଛନ୍ତି ଚେକିଂ ଦାୟିତ୍ବରେ ଥିବା ସୁରକ୍ଷା ଟିମ । ଏହି ପରିବାରଟି କିଛି ଦିନ ତଳେ ଇସ୍ରାଏଲ ପରିଭ୍ରମଣରେ ଯାଇ ଦୁବାଇ ହୋଇ ଚେନ୍ନାଇ ଆସିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ପରିବାରର ମୁଖ୍ୟ 64 ବର୍ଷୀୟ କର୍ଣ୍ଣାଟକର କୃଷ୍ଣ ଦୁବେ ନାମକ ଜଣେ ବ୍ୟକ୍ତି । ସେ କେନ୍ଦ୍ରୀୟ ଏକ୍ସାଇଜ୍ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଭାବରେ ଅବସର ମଧ୍ୟ ନେଇସାରିଛନ୍ତି । କିଛି ଦିନ ପୂର୍ବରୁ କୃଷ୍ଣ ଦୁବେ ତାଙ୍କ ପରିବାରର 5ଜଣ ସଦସ୍ୟଙ୍କ ସହ ଇସ୍ରାଏଲ ଭ୍ରମଣ ଗସ୍ତରେ ଯାଇଥିଲେ । ଏହା ପରେ ସେ ଦୁବାଇ ଆସିଥିଲେ ଏବଂ ସେଠାରୁ ଇଣ୍ଡିଗୋ ବିମାନ ଦ୍ୱାରା ଚେନ୍ନାଇ ଆସିଥିଲେ । ସେଠାରୁ ସେ ବାଙ୍ଗାଲୋର ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କ 5 ବର୍ଷୀୟ ନାତୁଣୀର ବ୍ୟାଗରୁ ଏହି ଗୁଳି ଜବତ କରାଯାଇଥିଲା ।

ଏପରି ଘଟଣା ପରେ ତାଙ୍କ ପରିବାରକୁ ଯାତ୍ରା ପାଇଁ ଅନୁମତି ନମିଳିବା ସହ ପଚରା ଉଚରା କରାଯାଇଥିଲା । ପରେ ତାଙ୍କୁ ଅଧିକ ଜେରା ପାଇଁ ବିମାନବନ୍ଦର ପୋଲିସ ଷ୍ଟେସନକୁ ହସ୍ତାନ୍ତର କରିଥିଲେ ଏୟାରପୋର୍ଟ କର୍ତ୍ତୃପକ୍ଷ । ପ୍ରାଥମିକ ଜେରା ପରେ ଭିନ୍ନ ତଥ୍ୟ ସାମ୍ନାକୁ ଆସିଛି । ଏହି ପରିବାର ଇସ୍ରାଏଲ ଗସ୍ତରେ ଥିବା ବେଳେ ସମୁଦ୍ରକୂଳରେ ଏହାକୁ ପାଇଥିଲେ ଓ ଏହା ଗୁଳି ବୋଲି ମଧ୍ୟ ନଜାଣି ଶିଶୁଟିକୁ ଖେଳିବାକୁ ଦେଇଥିଲ । ପରେ ଶିଶୁଟି ଉକ୍ତ ଗୁଳିକୁ ବ୍ୟାଗରେ ରଖିଦେଇଥିବା ପରିବାର ସଦସ୍ୟ ପୋଲିସକୁ ସୂଚନା ଦେଇଛନ୍ତି । ପୋଲିସ ମଧ୍ୟ ଗୁଳିକୁ ଜବତ କରି ଯାଞ୍ଚ କରିଛି । ଏହା ଏକ 9 ଏମଏମ ବନ୍ଧୁକରେ ବ୍ୟବହୃତ ଗୁଳି ବୋଲି ଜଣାପଡିଛି । ଚେତାବନୀ ଏବଂ ଲିଖିତ ଅଣ୍ଡରଟେକିଂ ପରେ ପରିବାରକୁ ବେଙ୍ଗାଲୁରୁକୁ ଯିବା ପାଇଁ ଅନୁମତି ମିଳିଛି । ଏହି ପରିବାର ବିରୋଧରେ କିଛି ମମଲା ପଞ୍ଜୀକୃତ ହୋଇନଥିବା ମଧ୍ୟ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details