ଲକ୍ଷ୍ନୌ: ଉତ୍ତରପ୍ରଦେଶ ମିରଟରେ AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀଙ୍କ କାରକୁ ଗୁଳିମାଡ ହୋଇଛି । ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ଗସ୍ତ ସମୟରେ ତାଙ୍କ ଗାଡି ଉପରେ ଆକ୍ରମଣ ହୋଇଛି । ପ୍ରାୟ ୩ ରୁ ୪ ରାଉଣ୍ଡ ଗୁଳି ଫାଏରିଂ ହୋଇଥିବାବେଳେ ଓଓ୍ବେସୀ ସୁରକ୍ଷିତ ଥିବା ସୂଚନା ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଉତ୍ତରପ୍ରଦେଶରେ AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀଙ୍କ କାରକୁ ଗୁଳିମାଡ
ଉତ୍ତରପ୍ରଦେଶରେ AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀଙ୍କ କାରକୁ ଗୁଳିମାଡ । ଫାଏରିଂ ହୋଇଛି ୩ ରୁ ୪ ରାଉଣ୍ଡ ଗୁଳି । ଓୱେସୀ ସୁରକ୍ଷିତ । ଅଧିକ ପଢନ୍ତୁ
ଆକ୍ରମଣ ସମ୍ପର୍କରେ ନିଜେ ସୂଚନା ଓଓ୍ବେସୀ କହିଛନ୍ତି ସେ ମିରଟର କୈଥଡ ଅଞ୍ଚଳରେ ଏକ ନିର୍ବାଚନୀ କାର୍ଯ୍ୟକ୍ରମ ସାରି ସେ ଦିଲ୍ଲୀ ଫେରୁଥିବା ସମୟରେ ଏହି ଆକ୍ରମଣର ଶିକାର ହୋଇଛନ୍ତି । ତାଙ୍କ କାର ଦିଲ୍ଲୀ ଅଭିମୁଖେ ବଢୁଥିବାବେଳେ ଚାଜାର୍ସୀ ଟୋଲ୍ ପ୍ଲାଜା ନିକଟରେ ଦୁଇ ଜଣ ବ୍ୟକ୍ତି ତାଙ୍କ ଗାଡି ଉପରେ ୩ ରୁ ୪ ରାଉଣ୍ଡ ଗୁଳି ଚଳାଇଥିଲ । ତାଙ୍କ କାରରେ ଏକାଧିକ ଗୁଳି ବାଜିଥିବା ବେଳେ କାରର ଟାୟାର ପମ୍ପଚର ହୋଇଯାଇଛି । ତାଙ୍କୁ ଅନ୍ୟ ଏକ ଗାଡିରେ ତୁରନ୍ତ ଉକ୍ତ ସ୍ଥାନରୁ ସୁରକ୍ଷିତ ଅନ୍ୟତ୍ର ନିଆଯାଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ