ଓଡିଶା

odisha

ETV Bharat / bharat

୨୦୨୭ରେ ଭାରତରେ ଗଡିବ ବୁଲେଟ ଟ୍ରେନ!

ଖୁବଶୀଘ୍ର ଭାରତରେ ଆରମ୍ଭ ହେବାକୁ ଯାଉଛି ବୁଲେଟ୍‌ ଟ୍ରେନ ସେବା । ଭାରତରେ ୨୦୨୭ରେ ଚାଲିବ ବୁଲେଟ ଟ୍ରେନ । ଅଧିକ ପଢନ୍ତୁ

By

Published : Apr 13, 2022, 6:19 PM IST

ଭାରତରେ ଗଡିବ ବୁଲେଟ ଟ୍ରେନ, ୨୦୨୭ରେ ଯାତ୍ରୀ ପାଇବେ ବୁଲେଟ ଟ୍ରେନ ସେବା
ଭାରତରେ ଗଡିବ ବୁଲେଟ ଟ୍ରେନ, ୨୦୨୭ରେ ଯାତ୍ରୀ ପାଇବେ ବୁଲେଟ ଟ୍ରେନ ସେବା

ନୂଆଦିଲ୍ଲୀ:ଖୁବଶୀଘ୍ର ଭାରତରେ ଆରମ୍ଭ ହେବାକୁ ଯାଉଛି ବୁଲେଟ୍‌ ଟ୍ରେନ ସେବା । ଭାରତରେ ୨୦୨୭ରେ ଚାଲିବ ବୁଲେଟ ଟ୍ରେନ । ତେବେ ଏହା ପୂର୍ବରୁ ୨୦୨୬ରେ ଏହାର ଟ୍ରାୟଲ ରନ କରାଯିବା ନେଇ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ସେହିପରି ଏହି ସେବା ପ୍ରଥମେ ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପିଡ୍ ରେଳ ମାର୍ଗରେ ଚାଲିବ । ତେବେ ଏହା ସମ୍ପୂର୍ଣ୍ଣ ଗୁଜୁରାଟ ବିଭାଗ ପାଇଁ ପରୀକ୍ଷା ୨୦୨୬ରେ ଆରମ୍ଭ ହେବାକୁ ଥିବା ବେଳେ ଜାତୀୟ ହାଇ ସ୍ପିଡ୍ ରେଳ ନିଗମ ଲିମିଟେଡ(NHSRCL) ପରିଚାଳନା ନିର୍ଦ୍ଦେଶକ ଏସସି ଅଗ୍ନିହୋତ୍ରୀଙ୍କ ଏହି ସୂଚନା ଦେଇଛନ୍ତି । ଏଥିସହ ୨୦୨୭ରୁ ଯାତ୍ରୀମାନେ ଏହି ସେବା ପାଇ ପାରିବେ ବୋଲି ସେ କହିଛନ୍ତି । ଏହା ସହିତ ପ୍ରକଳ୍ପର ଖର୍ଚ୍ଚ ବୃଦ୍ଧି ସମୟସୀମା ସହ ବିଭିନ୍ନ ସମସ୍ୟା ଲାଗି ସମୟରେ ସରିପାରି ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

ସେହିଭଳି କୋଭିଡ ମହାମାରୀ ଓ ଅନ୍ୟାନ୍ୟ ଅସୁବିଧା କାରଣରୁ ଏହା ବିଳମ୍ବ ହୋଇଛି । ଏହି ସମ୍ପର୍କରେ ଜାପାନ ସରକାରଙ୍କ ସହ କଥା ହୋଇ ଏହାର ସମାଧାନ କରାଯିବ ବୋଲି ପରିଚାଳନା ନିର୍ଦ୍ଦେଶକ ଏସସି ଅଗ୍ନିହୋତ୍ରୀ କହିଛନ୍ତି । ତେବେ ଏହି ପ୍ରକଳ୍ପ ନେଇ ଜାତୀୟ ହାଇ ସ୍ପିଡ୍ ରେଳ ନିଗମ ଲିମିଟେଡ(NHSRCL) ଏବଂ ଜାପାନ ରାଷ୍ଟ୍ରଦୂତ ସତୋଶୀ ସୁଜୁକି ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ।

ସେପଟେ ଗୁଜୁରାଟ ଏବଂ ଦାଦ୍ରା ଏବଂ ନାଗର ହାଭେଲିରେ ସମଗ୍ର ରୁଟ ନିର୍ମାଣ ପାଇଁ ଶତପ୍ରତିଶତ ନାଗରିକ ଚୁକ୍ତିନାମା ଅର୍ଥାତ୍ ୩୫୨ କିଲୋମିଟର ରୁଟ ନିର୍ମାଣ ପାଇଁ ଭାରତୀୟ ଠିକାଦାରଙ୍କୁ ପ୍ରଦାନ କରାଯାଇଛି । ଏଥିସହ ଗୁଜୁରାଟରେ ଆଠଟି ଷ୍ଟେସନ ରହିବ, ଭାପି, ବିଲିମୋରା, ସୁରଟ, ଭାରୁଚ, ଭଦୋଦରା, ଆନନ୍ଦ/ ନାଡିଆଡ, ଅହମ୍ମଦାବାଦ ଏବଂ ସାବରମତି । ଏହାସହିତ ହାଇ-ସ୍ପିଡ୍ ରେଳ ପ୍ରକଳ୍ପର ସୁରଟ ଷ୍ଟେସନ୍ ହେଉଛି ସବୁଠାରୁ ବଡ ଷ୍ଟେସନ ହେବାକୁ ଥିବା ବେଳେ ଏହା ୪୮,୨୩୪ ବର୍ଗମିଟର ବିଶିଷ୍ଟ ଏକ ବୃହତ ଷ୍ଟେସନ ହେବ ।

ଅପରପକ୍ଷରେ ସୁରଟ ଏହାର ହୀରା ଶିଳ୍ପ ପାଇଁ ପ୍ରସିଦ୍ଧ ହୋଇଥିବା ବେଳେ ଷ୍ଟେସନର ଭିତର କାମ ହୀରାକୁ ପ୍ରତିନିଧିତ୍ୱ କରିବ । ସୁରଟ ଷ୍ଟେସନ ୨୦୨୩ ସୁଦ୍ଧା ଶେଷ ହେବ ଏବଂ ଏହା ପ୍ରସ୍ତୁତ ହେବା ପାଇଁ ପ୍ରକଳ୍ପର ପ୍ରଥମ ଷ୍ଟେସନ ହେବ ବୋଲି ଜାପାନ ରାଷ୍ଟ୍ରଦୂତ ସତୋଶୀ ସୁଜୁକି କହିଛନ୍ତି । ଏହା ସହିତ ଏହି ପ୍ରକଳ୍ପ ଦ୍ବାରା ୧.୨୦ ଲକ୍ଷ ପ୍ରତ୍ୟେକ୍ଷ ଓ ପରୋକ୍ଷରେ କର୍ମ ନିଯୁକ୍ତି ପାଇବେ ବୋଲି ସେ କହିଛନ୍ତି ।

ଅନ୍ୟପଟରେ ଏହି ପ୍ରକଳ୍ପ ଦ୍ବାରା ପ୍ରତ୍ୟେକ୍ଷ ୨୦ ହଜାର କର୍ମ ନିଯୁକ୍ତି ଦିଆଯିବ ବୋଲି ସେ କହିବା ସହ ବାକି ୧ ଲକ୍ଷ ପରୋକ୍ଷରେ ଗୁଜୁରାଟ ଲୋକେ କର୍ମ ନିଯୁକ୍ତି ପାଇବେ । ସତୋଶୀ କହିଛନ୍ତି ଯେ, ସେମାନେ ଏହି ପ୍ରକଳ୍ପ ମାଧ୍ୟମରେ ଭାରତୀୟ ପାର୍ଶ୍ୱକୁ ଟେକ୍ନୋଲୋଜି ସ୍ଥାନାନ୍ତର ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ABOUT THE AUTHOR

...view details