ଓଡିଶା

odisha

Umesh Pal murder case: ଗ୍ୟାଙ୍ଗଷ୍ଟାର ଘରେ ବୁଲିଲା ବୁଲଡୋଜର

By

Published : Mar 1, 2023, 8:14 PM IST

ପ୍ରୟାଗରାଜ ଉମେଶପାଲ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ତଥା ମାଫିଆ ଅତିକ ଅହମ୍ମଦର ସହଯୋଗୀ ଘରେ ବୁଲିଲା ବୁଲଡୋଜର । ଅଧିକ ପଢନ୍ତୁ

Umesh Pal murder case: ଗ୍ୟାଙ୍ଗଷ୍ଟାର ଘରେ ବୁଲିଲା ବୁଲଡୋଜର
Umesh Pal murder case: ଗ୍ୟାଙ୍ଗଷ୍ଟାର ଘରେ ବୁଲିଲା ବୁଲଡୋଜର

ଲକ୍ଷ୍ନୌ: ପ୍ରୟାଗରାଜରେ ଉମେଶ ପାଲ ହତ୍ୟା ଘଟଣାରେ ଯୋଗୀ ସରକାର ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ନେବାରେ ଲାଗିଛନ୍ତି । ଅପରାଧୀଙ୍କୁ ଗିରଫ କରାଯାଉଥିବା ବେଳେ ଏବେ ଜେଲରେ ଥିବା ଗ୍ୟାଙ୍ଗଷ୍ଟାର ତଥା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ମାଫିଆ ଅତିକ ଅହମ୍ମଦକୁ ଘାରିଛି ଏନକାଉଣ୍ଟରର ଭୟ । ଏହାରି ମଧ୍ୟରେ ଗ୍ୟାଙ୍ଗଷ୍ଟାର ଅତିକର ସହଯୋଗୀ ଜାଫର ଅହମ୍ମଦର ଘରକୁ ବୁଲଡୋଜରରେ ମାଟିରେ ମିଶାଇ ଦେଇଛି ସ୍ଥାନୀୟ ପ୍ରଶାସନ । ସ୍ପଷ୍ଟ ଦିବାଲୋକରେ ଲୋମଟାଙ୍କୁରା ହତ୍ୟାକାଣ୍ଡର 5 ଦିନ ପରେ ଏହି କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି । ଅନ୍ୟପଟେ ଏହି ମାମଲାରେ ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦର ପତ୍ନୀ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଚିଠି ଲେଖି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିବା ସହ ଅତିକ ମଧ୍ୟ ସର୍ବୋଚ୍ଚ କୋର୍ଟରେ ପହଞ୍ଚିଛି ।

ଶୁକ୍ରବାର 2005 ବିଧାୟକ ରାଜୁ ପାଲ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଉମେଶଙ୍କ ସହ ତାଙ୍କର ଜଣେ ସରକାରୀ ସୁରକ୍ଷାକର୍ମୀ ମଧ୍ୟ ଗ୍ୟାଙ୍ଗଷ୍ଟାରଙ୍କ ଗୁଳିରେ ପ୍ରାଣ ହରାଇଥିଲେ । ଏହି ହତ୍ୟାକାଣ୍ଡ ସିଧା ଗୁଜୁରାଟର ସାବରମତି ଜେଲରେ ଥିବା ମାଫିଆ ଅତିକ ଅହମ୍ମଦର ଷଡଯନ୍ତ୍ର ଥିବା ସନ୍ଦେହ ପ୍ରକାଶ ପାଇଥିଲା । ସମ୍ପୂର୍ଣ୍ଣ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ଏହାକୁ ନେଇ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ଯୋଗୀ ସରକାରକୁ ଘେରିଥିଲେ ବିରୋଧୀ ସମାଜବାଦୀ ପାର୍ଟି । ବିରୋଧୀ ଦଳ ନେତା ଅଖିଳେଶଙ୍କ ପ୍ରଶ୍ନରେ କଡା ଯବାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ । ସମାଜବାଦୀ ପାର୍ଟି ମାଫିଆଙ୍କୁ ଦଳୀୟ ଟିକେଟ ଦେଇ ନିର୍ବାଚନ ଲଢାଇଥିବା ଯୋଗୀ ଅଭିଯୋଗ କରି ସପା ଉପରେ ପାଲଟା ଆକ୍ରମଣ କରିଥିଲେ ।

ଏହାପରେ ମାଫିଆଙ୍କୁ ନିପାତ କରିବା ପାଇଁ ଯୋଗୀ ସରକାର ମିଶନ ଆରମ୍ଭ କରିଥଲେ । ପର ଦିନେ ଜଣେ ଅଭିଯୁକ୍ତକୁ ପୋଲିସ ଏନକାଉଣ୍ଟରରେ ସଫା କରିଥିଲା । ସେ ଅତିକ ଅହମ୍ମଦର ଇସାରାରେ କାମ କରୁଥିଲା ଓ ତାର ଅପରାଧିକ ରେକର୍ଡ ଥିବା ପୋଲିସ କହିଥିଲା । ଏହି ଏନକାଉଣ୍ଟ ପରେ ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଏନକାଉଣ୍ଟର କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା । ଯାହାକୁ ନେଇ ଅତିକ ଅହମ୍ମଦ ଏବେ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଛି । ତାର ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେ କୋର୍ଟରୁ ସୁରକ୍ଷା ମଧ୍ୟ ମାଗିଛି । ଆଜି ଏହି ଘଟଣାରେ ତାର ସହ ସହଯୋଗୀ ଘରେ ବୁଲଡୋଜର ଚଳାଇଛି ଯୋଗୀ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details