ଓଡିଶା

odisha

ମୁମ୍ବାଇରେ ଭୁଶୁଡିଲା ବହୁତଳ କୋଠା: ଉଦ୍ଧାର କାର୍ଯ୍ୟ ଜାରି

By

Published : Jun 11, 2022, 4:14 PM IST

Updated : Jun 11, 2022, 4:31 PM IST

ନଭି ମୁମ୍ବାଇର ସେକ୍ଟର-17ରେ ଥିବା ଏକ ବହୁତଳ ଅଟ୍ଟାଳିକାର କିଛି ଅଂଶ ଭୁଶୁଡିପଡିଛି । ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । କ୍ଷୟକ୍ଷତି ନେଇ ମିଳିନି ସ୍ପଷ୍ଟ ସୂଚନା । ଏକାଧିକ ବ୍ୟକ୍ତି ଫସି ରହିଥିବା ସନ୍ଦେହ । ଅଧିକ ପଢନ୍ତୁ

ମୁମ୍ବାଇରେ ଭୁଶୁଡିଲା ବହୁତଳ କୋଠା: ଉଦ୍ଧାର କାର୍ଯ୍ୟ ଜାରି
ମୁମ୍ବାଇରେ ଭୁଶୁଡିଲା ବହୁତଳ କୋଠା: ଉଦ୍ଧାର କାର୍ଯ୍ୟ ଜାରି

ମୁମ୍ବାଇ: ନଭି ମୁମ୍ବାଇର ସେକ୍ଟର- 17ରେ ଥିବା ଏକ ବହୁତଳ ଅଟ୍ଟାଳିକାର କିଛି ଅଂଶ ଭୁଶୁଡି ପଡିଛି । ଫଳରେ ଏକାଧିକ ଲୋକ ଉକ୍ତ କୋଠାରେ ଫସି ରହିଥିବା ସନ୍ଦେହ କରାଯାଉଛି । ଏକାଧିକ ଅଗ୍ନିଶମ ଟିମ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

ବିଲ୍ଡିଂଟି 5 ମହଲା ବିଶିଷ୍ଟ ହୋଇଥିବାବେଳେ ସିଡିର ସ୍ଲାବ ଭୁଶୁଡି ପଡିଥିବା କୁହାଯାଉଛି । ଉକ୍ତ ବଲ୍ଡିଂରେ କେତେ ପରିବାର ବସବାସ କରୁଥିଲେ ଓ କେତେ ପ୍ରଭାବିତ ହୋଇଛନ୍ତି, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏକାଧିକ ଫାୟାର ଟିମ ଉଦ୍ଧାର ଅପରେସନରେ ସାମିଲ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର ପରେ ତୁରନ୍ତ ହସ୍ପିଟାଲରେ ପହଞ୍ଚାଇବା ପାଇଁ ଆମ୍ବୁଲାନ୍ସ ଗୁଡିକୁ ମଧ୍ୟ ପ୍ରସ୍ତୁତ କରାଯାଇ ରଖାଯାଇଛି । ସ୍ଥାନୀୟ ପ୍ରଶାସନର ବରିଷ୍ଠ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟର ପ୍ରତ୍ୟେକ୍ଷ ତଦାରଖ ମଧ୍ୟ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 11, 2022, 4:31 PM IST

ABOUT THE AUTHOR

...view details