ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ଭୁଶୁଡିଲା ନିର୍ମାଣଧୀନ କୋଠା: ୪ ଶ୍ରମିକ ଆହତ, ଫସିଛନ୍ତି ଅନେକ - ଦିଲ୍ଲୀରେ ଭୁଶୁଡିଲା ନିର୍ମାଣଧୀନ କୋଠା

ଦିଲ୍ଲୀର ଆଜାଦ ମାର୍କେଟ ଅଞ୍ଚଳରେ ଭୁଶୁଡିଲା ନିର୍ମାଣଧୀନ କୋଠା । ଏଥରେ ୪ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ଅନେକ ଭଙ୍ଗା କୋଠା ତଳେ ଚାପି ହୋଇ ରହିଥିବା ସୂଚନା । ଅଧିକ ପଢନ୍ତୁ

ଦିଲ୍ଲୀରେ ଭୁଶୁଡିଲା ନିର୍ମାଣଧୀନ କୋଠା: ୪ ଶ୍ରମିକ ଆହତ, ଫସି ରହିଛନ୍ତି ଅନେକ
ଦିଲ୍ଲୀରେ ଭୁଶୁଡିଲା ନିର୍ମାଣଧୀନ କୋଠା: ୪ ଶ୍ରମିକ ଆହତ, ଫସି ରହିଛନ୍ତି ଅନେକ

By

Published : Sep 9, 2022, 10:27 AM IST

Updated : Sep 9, 2022, 11:39 AM IST

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଅଘଟଣ । ଦିଲ୍ଲୀର ଆଜାଦ ମାର୍କେଟ ଅଞ୍ଚଳରେ ଏକ ନିର୍ମାଣଧୀନ କୋଠା ଭୁଶୁଡି (Building Collapse In Azad Market Area At Delhi) ପଡିବା ଯୋଗୁଁ ୪ ଜଣ ଶ୍ରମିକ ଆହତ ହୋଇଛନ୍ତି । ଆଜି(ଶୁକ୍ରବାର) ସକାଳେ ଏହି ଅଘଟଣ ଘଟିଛି । କୋଠାର ଭଗ୍ନାବଶେଷ ତଳେ ଏବେ ବି ଅନେକ ଶ୍ରମିକ ଫସି ରହିଛନ୍ତି । ଶ୍ରମିକଙ୍କ ସମେତ କିଛି ସ୍କୁଲ ପିଲା ମଧ୍ୟ ଫସିଥିବାର ସନ୍ଦେହ କରାଯାଉଛି । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଏହାମଧ୍ୟ ପଢନ୍ତୁ:ମନ୍ଦିରରୁ ଫେରୁଥିବା ବେଳେ ଧକ୍କା ଦେଲା ଟ୍ରକ: ୫ ମୃତ, ୧୨ ଆହତ

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢେ ୮ଟା ସମୟରେ ଆଜାଦ ମାର୍କେଟ(Azad Market) ଅଞ୍ଚଳରେ ଥିବା ଏକ ନିର୍ମାଣଧୀନ କୋଠା ଅଚାନକ ଭୁଶୁଡି ପଡିଥିଲା । ଏହି ସମୟରେ କିଛି ଶ୍ରମିକ ଏଠାରେ କାମ କରୁଥିଲେ । ଯାହାଫଳରେ କାମ କରୁଥିବା ଶ୍ରମିକମାନେ ଏହା ତଳେ ଚାପି ହୋଇଯାଇଥିଲେ । ଖବର ପାଇବା ମାତ୍ରେ ଦମକଳ ବାହିନୀର ୪ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିପଡିଛି । କୋଠା ଭଗ୍ନାବଶେଷ ତଳେ ଏବେ ବି ୬ରୁ ୭ ଜଣ ଫସି ରହିଥିବାର ଆଶଙ୍କା କରାଯାଉଛି । ପୋଲିସର ସୂଚନା ଅନୁଯାୟୀ, ଭଙ୍ଗା କୋଠା ତଳୁ ୪ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଲୋକମାନଙ୍କୁ ଖୋଜାଖୋଜି ଚାଲିଛି ।

ଏହାପୂର୍ବରୁ ଉତ୍ତର ଦିଲ୍ଲୀର ଅଲୀପୁର ଅଞ୍ଚଳରେ ଗୋଟିଏ ଗୋଦାମ ଘରର କାନ୍ଥ ଭୁଶୁଡି ପଡିଥିଲା । କାନ୍ଥ ତଳେ ଚାପି ହୋଇ ୫ ଜଣ ଶ୍ରମିକ ଆଖି ବୁଜିଥିଲେ । ସେହି ସମୟରେ ଗୋଦାମରେ ପ୍ରାୟ ୨୦ରୁ ୨୫ ଜଣ ଶ୍ରମିକ କାମ କରୁଥିଲେ । ଏନଡିଆରଏଫ ଏବଂ ଉଦ୍ଧାରକାରୀ ଦଳ ସହାୟତାରେ ଭଙ୍ଗା କାନ୍ଥ ତଳୁ ପ୍ରାୟ ୧୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପାରିଥିଲା । ତେବେ ବେଆଇନ ଭାବେ ସମ୍ପୃକ୍ତ ଗୋଦାମ ଘର ନିର୍ମାଣ ହେଉଥିବାର ଜଣାପଡିଥିଲା ।

Last Updated : Sep 9, 2022, 11:39 AM IST

ABOUT THE AUTHOR

...view details