ହାଇଦ୍ରବାଦ: ଉତ୍ତରପ୍ରଦେଶଲକ୍ଷ୍ନୌରେ ଏକ 4 ମହଲା କୋଠା ଭୁଶୁଡ଼ି ପଡିଛି । ଏଥିରେ 3ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଥିବା ବେଳେ ଏକାଧିକ ବ୍ୟକ୍ତି ଏବେବି ଭଗ୍ନାବଶେଷ ତଳେ ଫସି ରହିଛନ୍ତି । ଆଜି ସଂଧ୍ୟାରେ ହଜରତଗଞ୍ଜ ଅଞ୍ଚଳର ୱାଜିର ହାସନ ରୋଡରେ ଦୁର୍ଘଟଣା ଘଟିଛି । ଜାତୀୟ ବିପର୍ୟ୍ୟୟ ପ୍ରଶମନ ବଳ ସହ ଅଗ୍ନିଶମ ଓ ଅନ୍ୟ ଜରୁରୀ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ ଜାରି ରଖିଛନ୍ତି । କୋଠାରେ କେତେ ଲୋକ ଥିଲେ ସେ ନେଇ ସ୍ପଷ୍ଟ ହୋଇନି । ଏବେ ସୁଦ୍ଧା 3 ମୃତଦେହ ଉଦ୍ଧାର କରାଯାଇ ହସ୍ପିଟାଲକୁ ପଠାଯାଇଛି ।
ଏହା ମଧ୍ୟ ପଢନ୍ତୁ:-ପୁଣି ଭୂକମ୍ପରେ ଥରିଲା ଦିଲ୍ଲୀ, ତୀବ୍ରତା 5.8
ଅନ୍ୟ ଏକ ସୂଚନା ଅନୁସାରେ ବିଲ୍ଡିଂଟି ଅସୁରକ୍ଷିତ ଥିଲା । ଆଜି ଅପରାହ୍ନରେ ଦିଲ୍ଲୀ ଏନସିଆରରେ ଅନୁଭୂତ ହୋଇଥିବା ଭୂକମ୍ପ ପ୍ରଭାବରେ ଏହା ଭୁଶୁଡି ପଡିଥିଲା । ତେବେ ଏହି କାରଣ ନେଇ ଚର୍ଚ୍ଚା ହେଉଥିବା ବେଳେ ପ୍ରଶାସନ ସରକାରୀ ଭାବେ କିଛି କହିନି । ଉଦ୍ଧାର ଅପରେସନ ଜାରି ରହିଛି । ଏକାଧିକ ଲୋକେ ବିଲ୍ଡିଂ ତଳେ ଫସି ରିହଥିବା ସନ୍ଦେହ ମଧ୍ୟ ବଢିଛି । ସ୍ଥାନୀୟ ପ୍ରଶାସନର ବରିଷ୍ଠ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।