ନୂଆଦିଲ୍ଲୀ:ଆରମ୍ଭ, ହଟ୍ଟଗୋଳ, ସ୍ବାଭାବିକ ପୁଣି ହଟ୍ଟଗୋଳ ଶେଷରେ ମୁଲତବୀ । ସଂସଦ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ପଞ୍ଚମ ଦିନରେ ଏମିତି କିଛି ଥିଲା ଗୃହକାର୍ଯ୍ୟ । 5 ଦିନରେ ମୋଟ 97 ମିନିଟ ଚାଲିଥିଲା ଗୃହ । ବିରୋଧୀଙ୍କ ହଙ୍ଗାମାରେ ସଂସଦରେ ଅଚଳାବସ୍ଥା ଦେଖା ଦେଇଥିଲା । ବିରୋଧୀ ଓ ଶାସକ ନିଜ ନିଜ ଜିଦରେ ଅଟଳ ଥିଲେ ଫଳରେ 20 ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରାଯାଇଥିଲା । ଆଜି (ସୋମବାର) ଅଷ୍ଟମ ଦିନରେ ଦ୍ବିତୀୟ ବଜେଟ ଅଧିବେଶନରେ ଗୃହକାର୍ଯ୍ୟ ଆରମ୍ଭ ହେବ । ଏନେଇ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି । ସଂସଦରେ ବିରୋଧୀ ଦଳ ନେତାଙ୍କ ମଧ୍ୟରେ ବୈଠକ ବସିବ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ବୈଠକ ହେବ ।
ଗତ ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ପଞ୍ଚମ ଦିନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଙ୍ଗମା ନେଇ ଗୃହକାର୍ଯ୍ୟ ମୁଲତବୀ ଘୋଷଣା ହୋଇଥିଲା । ଶାସକ ଏବଂ ବିରୋଧୀ ଦଳ ନିଜ ନିଜ ଦାବିରେ ଅଟଳ ରହିବା କାରଣରୁ ଉଭୟ ଗୃହକୁ 20 ତାରିଖ ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ଉଦ୍ୟୋଗପତି ଗୌତମ ଆଦାନି-ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ବିରୋଧୀ ଗୃହରେ ହଙ୍ଗାମା କରିଥିଲେ । ରାହୁଲ ଗାନ୍ଧୀ ଲଣ୍ଡନରେ ହେଇଥିବା ବୟାନକୁ ନେଇ ଶାସକ ଦଳ କଂଗ୍ରେସକୁ ଘେରିଥିବାବେଳେ ରାହୁଲଙ୍କୁ ଭୁଲ ମାଗିବାକୁ ହଟ୍ଟଗୋଳ କରିଥିଲା । ପରସ୍ପର ପରସ୍ପରକୁ ସମାଲୋଚନା କରିଥିଲେ ।