ନୂଆଦିଲ୍ଲୀ:ଆଜି ସଂସଦ ବଜେଟ ଅଧିବେଶନର ନବମ ଦିନ । ସଦନର ଉଭୟ ଗୃହରେ ବଜେଟକୁ ନେଇ ଆଲୋଚନା ଜାରି ରହିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଂସଦଙ୍କ ବିଭିନ୍ନ ପ୍ରସ୍ତାବ ପ୍ରଶ୍ନର ଜବାବ ଦେଉଛନ୍ତି । ତେବେ ଆଜି ମନ୍ତ୍ରୀ ଜବାବ ଦେଉଥିବା ବେଳେ କଂଗ୍ରେସ ଓ ଡିଏମକେ ସାଂସଦ କକ୍ଷତ୍ୟାଗ କରିଥିଲେ । ଯାହାକୁ ନେଇ କଂଗ୍ରେସ ଉପରେ ଭାରି ପଡିଛନ୍ତି ନିର୍ମଳା ।
ସଂସଦରେ କଂଗ୍ରେସକୁ କଡା ସମାଲୋଚନା କରି ଅର୍ଥମନ୍ତ୍ରୀ କହିଛନ୍ତି କଂଗ୍ରେସର ସତ୍ୟ ଓ ବିକାଶ ଦେଖିବା ଶୁଣିବାକୁ ଧୈର୍ଯ୍ୟ ନାହିଁ । କଂଗ୍ରେସକୁ ସବୁ କିଛି ଭିନ୍ନ ଲାଗୁଛି । କାରଣ କଂଗ୍ରେସ କେବେ ବିକାଶ ଚାହୁଁନଥିଲା । କଂଗ୍ରେସ ଗରିବଙ୍କ ଉନ୍ନିତି ଚାହୁଁନି । ଏବେ କଂଗ୍ରେସ ଯାହା ଚାହୁଁନାହିଁ ତାହା ହେଉଛି । ତେଣୁ କଂଗ୍ରେସ କକ୍ଷତ୍ୟାଗ କରିବା ଛଡା ଅନ୍ୟ ଉପାୟ ନାହିଁ ।