ନୂଆଦିଲ୍ଲୀ:ଆର୍ଥିତ ବର୍ଷ 2023-24 ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ ବିଭିନ୍ନ ସେକ୍ଟର ପାଇଁ ବଡ ବଡ ଘୋଷଣା ହୋଇଛି । ମହିଳାଙ୍କ ସମୃଦ୍ଧିକୁ ବଜେଟରେ ଗୁରୁତ୍ବ ଦିଆଯାଇଛି । ମହିଳାଙ୍କ ପାଇଁ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ମହିଳା ସମ୍ମାନ ବଚତ ପତ୍ର । 2 ବର୍ଷ ପାଇଁ ଝିଅ, ମହିଳାଙ୍କ ନାଁରେ ସ୍ଥାୟୀ ଜମା ରଖାଯାଇପାରିବ । ମଝିରୁ ଉଠାଣ ବ୍ୟବସ୍ଥା ରହିବ । ଜମାରାଶି ପାଇଁ ସୁଧ ହାର 7.5% ରହିବ ।
ଏହା ବି ପଢନ୍ତୁ...Union Budget 2023: କ'ଣ ଶସ୍ତା ହେଲା ଓ କ'ଣ ମହଙ୍ଗା ?
ସ୍ବାଧୀନତାର ଅମୃତ ମହୋତ୍ସବ ଅଧୀନରେ ମହିଳା ସମ୍ମାନ ପତ୍ର ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ମହିଳା ସମ୍ମାନ ବଚତ ପତ୍ର ଏକ ସଞ୍ଚୟ ଯୋଜନା । 2 ବର୍ଷ ପାଇଁ ଏଥିରେ ବିନିଯୋଗ କରିବାକୁ ହେବ । 2 ଲକ୍ଷ ଟଙ୍କା ଜମା କରିବାକୁ ସକ୍ଷମ ହେବେ । ଯେକୌଣସି ମହିଳା କିମ୍ବା ଝିଅ ଏକ ଆକାଉଣ୍ଟ ଖୋଲିବାକୁ ସକ୍ଷମ ହେବେ । ଏଥିରେ 7.5 ପ୍ରତିଶତ ସୁଧ ଦିଆଯିବ । ଏଥିରେ ଟଙ୍କା ଉଠାଇବା ପାଇଁ ସର୍ତ୍ତ ରହିବ । ବଜେଟରେ ମହିଳାଙ୍କ କଲ୍ୟାଣ ପାଇଁ ଏହା ଆଉ ଏକ ବଡ ପଦକ୍ଷେପ ।
ଏହା ବି ପଢନ୍ତୁ...Union Budget: ପ୍ରତିରକ୍ଷା କ୍ଷେତ୍ର ପାଇଁ 5.94 ଲକ୍ଷ କୋଟି ବ୍ୟବବରାଦ
ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ବହୁ ବଡ ଘୋଷଣା କରିଛନ୍ତି । ଯୁବବର୍ଗଙ୍କୁ କୃଷିପ୍ରତି ଆକୃଷ୍ଠ କରାଯିବ । କୃଷି ପାଇଁ ଡିଜିଟାଲ ଭିତ୍ତିଭୂମିର ବିକାଶ ଓ ଗ୍ରାମାଞ୍ଚଳରେ କୃଷି ଷ୍ଟାର୍ଟଅଫ କରିବାକୁ ଘୋଷଣା । ପିଏମ ଆବାସ ଯୋଜନାରେ 66% ଖର୍ଚ୍ଚ ପାଇଁ ଘୋଷଣା । ଶିକ୍ଷା, ସ୍ବାସ୍ଥ୍ୟ ପ୍ରତିରକ୍ଷା, କୃଷି ସବୁ କ୍ଷେତ୍ରକୁ ଫୋକସରେ ରଖାଯାଇଛି । ଆଗାମି ଆର୍ଥକ 3 ବର୍ଷରେ 38 ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରତିରକ୍ଷା କ୍ଷେତ୍ରରେ 5. 94 ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ରେଲୱେ ପାଇଁ 2.40 ଲକ୍ଷ କୋଟି ଟଙ୍ଗା ଘୋଷଣା ହୋଇଛି ।
ଗତ ବର୍ଷ ବଜେଟରେ ନାରୀ ଶକ୍ତିକୁ ଗୁରୁତ୍ବ ଦେଇ 3ଟି ଯୋଜନା ପ୍ରସ୍ତୁତ ହୋଇଥିବା ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମହିଳାଙ୍କୁ ଆତ୍ମନିର୍ଭର କରିବାକୁ ବଜେଟରେ ଗୁରୁତ୍ବ ଦିଆଯାଇଥିଲା । ବଜେଟରେ ସକ୍ଷମ ଅଙ୍ଗନୱାଡୀ ଓ ପୋଷଣ 2.0 ଯୋଜନା ପାଇଁ 20 ହଜାର କୋଟି ଓ ମିଶନ ବାତ୍ସଲ୍ୟ ଯୋଜନାରେ 900 କୋଟି ଟଙ୍କା ଆବଣ୍ଟନ କରିବାକୁ ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ । ନିର୍ମଳା ସୀତାରମଣଙ୍କ ପଞ୍ଚମ ଥର ବଜେଟ ଉପସ୍ଥାନରେ ମଧ୍ୟ ମହିଳାଙ୍କୁ ସଶକ୍ତ ଦିଗରେ ଗୁରୁତ୍ବ ଦିଆଯାଇଛି ।