ଓଡିଶା

odisha

ETV Bharat / bharat

ଶକ୍ତି କ୍ଷେତ୍ରରେ ୩.୦୫ ଲକ୍ଷ କୋଟି, ଉଜ୍ବଳାରେ ଯୋଡି ହେବେ ଆଉ 1 କୋଟି ହିତାଧିକାରୀ - power sector

ସରକାରଙ୍କ ପକ୍ଷରୁ 3 ଲକ୍ଷ କୋଟିରୁ ଅଧିକ ବ୍ୟୟର ଯୋଜନା ଲଞ୍ଚ ହେବାକୁ ଯାଉଛି, ଯାହାକି ଦେଶର ବିଦ୍ୟୁତ ସହ ଜଡିତ ଇନଫ୍ରାଷ୍ଟ୍ରକଚରକୁ ମଜବୁତ କରିବା ଦିଗରେ କାର୍ଯ୍ୟ କରିବ । ଅଧିକ ପଢନ୍ତୁ...

ଶକ୍ତି କ୍ଷେତ୍ରରେ ୩.୦୫ ଲକ୍ଷ କୋଟି ବ୍ୟୟବରାଦ, ଉଜ୍ବଳା ଯୋଜନାରେ ଯୋଡିହେବେ ଆଉ 1 କୋଟି
ଶକ୍ତି କ୍ଷେତ୍ରରେ ୩.୦୫ ଲକ୍ଷ କୋଟି ବ୍ୟୟବରାଦ, ଉଜ୍ବଳା ଯୋଜନାରେ ଯୋଡିହେବେ ଆଉ 1 କୋଟି

By

Published : Feb 1, 2021, 12:38 PM IST

Updated : Feb 1, 2021, 12:49 PM IST

ନୂଆଦିଲ୍ଲୀ: ଜାରି ରହିଛି 2021 ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ । ଏଥିରେ ବିଦ୍ୟୁତ କ୍ଷେତ୍ର ପାଇଁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସରକାରଙ୍କ ପକ୍ଷରୁ 3 ଲକ୍ଷ କୋଟିରୁ ଅଧିକ ବ୍ୟୟର ଯୋଜନା ଲଞ୍ଚ ହେବାକୁ ଯାଉଛି, ଯାହାକି ଦେଶର ବିଦ୍ୟୁତ ସହ ଜଡିତ ଇନଫ୍ରାଷ୍ଟ୍ରକଚରକୁ ମଜବୁତ କରିବା ଦିଗରେ କାର୍ଯ୍ୟ କରିବ ।

ସରକାରଙ୍କ ପକ୍ଷରୁ ହାଇଡ୍ରୋଜେନ ପ୍ଲାଣ୍ଟ ତିଆରି ମଧ୍ୟ ଘୋଷଣା କରାଯାଇଛି । ବିଦ୍ୟୁତ କ୍ଷେତ୍ରରେ ପିପିପି ମଡେଲ ଅନ୍ତର୍ଗତ ଅନେକ ପ୍ରୋଜେକ୍ଟ ସମ୍ପୂର୍ଣ୍ଣ କରାଯିବ ।

ଉଜ୍ବଳା ଯୋଜନାରେ ଆଉ ୧ କୋଟି ଲୋକଙ୍କୁ ଯୋଡ଼ାଯିବ । ଶକ୍ତି କ୍ଷେତ୍ର ପାଇଁ ୩.୦୫ ଲକ୍ଷ କୋଟି ବ୍ୟୟବରାଦ ହୋଇଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ ଉଜ୍ବଳା ଯୋଜନା ଅନ୍ତର୍ଗତ ଏକ କୋଟି ହିତାଧିକାରୀଙ୍କୁ ଯୋଡାଯିବ । ବର୍ତ୍ତମାନ ସୁଦ୍ଧା 8 କୋଟି ଲୋକଙ୍କୁ ଉଜ୍ବଳା ଯୋଜନାରେ ଯୋଡା ଯାଇଛି । ସେପଟେ ପ୍ରଥମ ଥର ପାଇଁ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରେ ମଧ୍ୟ ଗ୍ୟାସ ପାଇପଲାଇନର ଶୁଭାରମ୍ଭ ହେବ ।

Last Updated : Feb 1, 2021, 12:49 PM IST

ABOUT THE AUTHOR

...view details