ହାଇଦ୍ରାବାଦ:କୋରୋନା କବଳରେ କଲବଲ ହେଉଛି ସାରା ଦେଶ । ଦିନକୁ ଦିନ ସଂକ୍ରମଣ ସହିତ ବଢୁଛି ମୃତ୍ୟୁସଂଖ୍ୟା । ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲା କୋଠା ନନ୍ଦିକୋଣ୍ଡା ଗାଁର ଜଣେ ଯୁବକ କୋରୋନାରେ ସଂକ୍ରମିତ ହେବା ପରେ ପରିବାରକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଗଛ ଉପରେ ସଙ୍ଗରୋଧରେ ରହିଛନ୍ତି ।
ସୂଚନାଅନୁସାରେ, ନନ୍ଦିକୋଣ୍ଡା ଗାଁର ଯୁବକ ରାମୱାଥ ଶିବା କିଛି ଦିନ ତଳେ କୋରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ପରିବାରରେ ଚାରିଜଣ ସଦ୍ୟସ ଥିବାବେଳେ ଘରେ ଅଛି ଗୋଟିଏ ବଖରା । ଯାହାଦ୍ବାରା ଶିବା ସଙ୍ଗରୋଧରେ ରହିବା ସମ୍ଭବପର ହୋଇ ନଥିଲା । ଫଳରେ ସେ ପରିବାର ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିବାପାଇଁ ଗଛକୁ ଘରରେ ପରିବର୍ତ୍ତନ କରିଥିଲେ । ଗଛ ଉପରେ ସଙ୍ଗରୋଧରେ ରହିଛନ୍ତି ଶିବା । ଶିବା ଜଣେ ଇଞ୍ଜିନିୟରିଂ ଛାତ୍ର ।