ଶ୍ରୀନଗର: ପୁଣି ଭାରତ ଆକାଶରେ ଦୃଶ୍ୟମାନ ହେଲା ପାକିସ୍ତାନ ଡ୍ରୋନ୍ । ଜମ୍ମୁର ଆରଏସପୁରା ସବଡିଭିଜନ ଅର୍ନିଆ ଅଞ୍ଚଳରେ (Arnia area of RS Pura sub-division) ଏକ ପାକିସ୍ତାନ ଡ୍ରୋନ ଉଡୁଥିବାର ଦେଖିବାକୁ ମିଳିଛି । ସୀମା ସୁରକ୍ଷାବଳ ପକ୍ଷରୁ ଡ୍ରୋନକୁ ଗୁଳିମାଡ କରାଯାଇଛି । ପରେ ସନ୍ଦିଗ୍ଧ ଡ୍ରୋନ୍ଟି ପାକିସ୍ତାନ ପାର୍ଶ୍ବକୁ ଫେରିଯାଇଥିବା କହିଛି ବିଏସଏଫ (BSF) ।
ଜମ୍ମୁର ଅର୍ନିଆରେ ଉଡିଲା ପାକ୍ ଡ୍ରୋନ୍, ସେନାର ଗୁଳିମାଡ - ଇଣ୍ତୋ ପାକ୍ ବର୍ଡରରେ ଉଡିଲା ଡ୍ରୋନ
ଜାମ୍ମୁ କାଶ୍ମୀରରେ ଶେଷ ହେଉନାହିଁ ଡ୍ରୋନ ଆତଙ୍କ । ପୁଣି ଭାରତ ଆକାଶରେ ଦୃଶ୍ୟମାନ ହେଲା ପାକିସ୍ତାନ ଡ୍ରୋନ । ଅଧିକ ପଢନ୍ତୁ
ସୂଚନା ଅନୁସାରେ,ଜମ୍ମୁର ଆରଏସପୁରା ସବଡିଭିଜନ ଅର୍ନିଆ ଅଞ୍ଚଳରେ ପାକିସ୍ତାନ ଡ୍ରୋନଟି ଶନିବାର ରାତି ୭ଟା ୨୫ ମିନିଟ ସମୟରେ ଉଡୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ସୀମା ସୁରକ୍ଷା ବଳ ଡ୍ରୋନ ଉପରକୁ ୮ ରାଉଣ୍ତ ଗୁଳିମାଡ କରିଥିଲେ । ପରେ ଆନ୍ତର୍ଜାତୀୟ ସୀମା ପାର କରି ପାକକୁ ଫେରି ଯାଉଥିଲା ଡ୍ରୋନ ।
ଏହାପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ଗତ ମାସରେ ପଞ୍ଜାବର ଅମୃତସର ସେକ୍ଟରରେ ପାକିସ୍ତାନରୁ ଆସିଥିବା ଏକ ଡ୍ରୋନ ଉପରେ ବିଏସଏଫ ଗୁଳି ଚଳାଇଥିଲା । ଭାରତ ସୀମାର ପାକିସ୍ତାନ ପାର୍ଶ୍ୱରୁ ଡ୍ରୋନ୍ ଆସିଥିବା ଘଟଣା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଯାହା ଦେଶ ପାଇଁ କ୍ଷତି ପହଞ୍ଚାଉଛି ।