ଶ୍ରୀନଗର: ଭାରତ-ପାକ ନିୟନ୍ତ୍ରଣ ରେଖା (LOC) ନିକଟବର୍ତ୍ତୀ ପୁଞ୍ଚ ସେକ୍ଟରରେ ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ BSF ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଆଜି (ସୋମବାର) ଏହି ବିସ୍ଫୋରଣ ଘଟିଥିବା ସୀମା ସୁରକ୍ଷା ବଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ସୁରକ୍ଷା ବଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆହତ ଯବାନଜଣଙ୍କ କନଷ୍ଟବଳ ଅଜିସ.କେ ଓ ସେ BSF ର ୧୪୬ ବାଟାଲିୟନରେ କାର୍ଯ୍ୟରତ ଅଛନ୍ତି । ସେ ଆଜି ପୁଞ୍ଚ ଜିଲ୍ଲାର ବାଲାକୋଟ ଏରିଆରେ ନିୟନ୍ତ୍ରଣ ରେଖା ନିକଟରେ ମୂତୟନ ହୋଇଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ଏଥିରେ ଯବାନଙ୍କ ମୁହଁ,ହାତ ଓ ଗୋଡରେ ଗମ୍ଭୀର ଆଘାତ ଲାଗିଥିଲା ।