ଓଡିଶା

odisha

ETV Bharat / bharat

ପଞ୍ଜାବ ସୀମାରେ ପାକିସ୍ତାନ ଡ୍ରୋନକୁ ଗୁଳି କରି ଖସାଇଲା ସୁରକ୍ଷାବଳ - ପଞ୍ଜାବ ସୀମାନ୍ତରେ ସନ୍ଦେହଜନକ ଡ୍ରୋନ

ପଞ୍ଜାବର ଅନ୍ତର୍ଜାତୀୟ ସୀମା ବର୍ତ୍ତୀ ଅଞ୍ଚଳରେ ସନ୍ଦେହଜନକ ଡ୍ରୋନକୁ ଗୁଳି କରି ଖସାଇଲା ସୁରକ୍ଷାବଳ (BSF thwarted a drone intrusion attempt in Punjab)। ଜାରି ରହିଛି ଯାଞ୍ଚ । ଗୁପ୍ତଚରୀ ଉଦ୍ଦେଶ୍ୟରେ ପାକିସ୍ତାନୀ ପଟୁ ଆସିଥିବା ସନ୍ଦେହ । ଅଧିକ ପଢନ୍ତୁ

ପଞ୍ଜାବ ସୀମାନ୍ତରେ ସନ୍ଦେହଜନକ ଡ୍ରୋନକୁ ଗୁଳି କରି ଖସାଇଲା ସୁରକ୍ଷାବଳ
ପଞ୍ଜାବ ସୀମାନ୍ତରେ ସନ୍ଦେହଜନକ ଡ୍ରୋନକୁ ଗୁଳି କରି ଖସାଇଲା ସୁରକ୍ଷାବଳ

By

Published : Oct 17, 2022, 7:31 AM IST

ଚଣ୍ଡିଗଡ:ପଞ୍ଜାବର ଅନ୍ତର୍ଜାତୀୟ ସୀମାବର୍ତ୍ତୀ ଅଞ୍ଚଳରେ ସନ୍ଦେହଜନକ ଡ୍ରୋନର ଅନୁପ୍ରବେଶ ରୋକିବାରେ ସଫଳ ହୋଇଛି ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ) (BSF thwarted a drone intrusion attempt in Punjab) । ରବିବାର ରାତିରେ ଏହି ଅତ୍ୟାଧୁନିକ ଡ୍ରୋନକୁ ଗୁଳି କରି ଖସାଇବା ସହ ଜବତ କରିବାରେ ସଫଳତା ମିଳିଛି । ଏହା ଏକ ଅତ୍ୟାଧୁନିକ 8 ପ୍ରୋପେଲର୍ ବିିଶିଷ୍ଟ ବିଶାଳ ଡ୍ରୋନ ଯାହାର ଓଜନ ପ୍ରାୟ 12 କେ.ଜି ରହିଛି । ଏହାକୁ ଯାଞ୍ଚ ଜାରି ରହିଛି । ପ୍ରାଥମିକ ଭାବେ ଏଥିରୁ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି । ତେବେ ଏହା ଗୁପ୍ତଚରୀ ଉଦ୍ଦେଶ୍ୟରେ ପାକିସ୍ତାନ ପଟୁ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିବା ପ୍ରାଥମିକ ଭାବେ ସୁରକ୍ଷା ବଳ ସନ୍ଦେହ କରୁଛି ।

ମିଳିଥିବା ସୂଚନା ଅନୁସାରେ, ଘଟଣାଟି ରବିବାର ରାତି ପ୍ରାୟ 9.15ରେ ଘଟିଛି । ଅମୃତସରର ନିକଟବର୍ତ୍ତୀ ବର୍ଡର ଆଉଟ୍ ପୋଷ୍ଟରେ ଏହି ଡ୍ରୋନଟି ନଜର ଆସିଥିଲା (BSF thwarted a drone intrusion attempt in Punjab)। ତେବେ ସେଠାରେ ନିୟୋଜିତ ଥିବା 22-ବାଟାଲିଅନର ବିଏସ୍ଏଫ୍ ଯବାନମାନେ ଏହାକୁ ଦେଖି ଗୁଳି ଚଲାଇଥିଲେ । ଡ୍ରୋନଟି ଖସି ପଡିବା ପରେ ତାକୁ ଜବତ କରାଯାଇ ଅତି ସତର୍କତାର ସହ ଯାଞ୍ଚ କରାଯାଇଥିଲା । କିଛି ସନ୍ଦେହଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ଅଧିକ ତଦନ୍ତ ମଧ୍ୟ ଜାରି ରଖିଛି ସୁରକ୍ଷାବଳ ।

ପଞ୍ଜାବର ସୀମାବର୍ତ୍ତୀ ସ୍ଥାନରେ ଏପରି ପାକିସ୍ତାନୀ ଡ୍ରୋନ ଅନୁପ୍ରବେଶ କରିବାର ଏକାଧିକ ନଜର ରହିଛି । ତେବେ ଭାରତୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାର ଗୁପ୍ତଚରୀ କରିବା ଉଦ୍ଦେଶ୍ୟରେ ପାକିସ୍ତାନୀ ସେନା ଏପରି ଉଦ୍ୟମ ବାରମ୍ବାର କରିଥାଏ । ଶତ୍ରୁ ଡ୍ରୋନକୁ ଗୁଳି କରି ଖସାଇ ଦେବାରେ ସେନା ସଫଳତା ମଧ୍ୟ ପାଇଛି । ତେବେ ରବିବାର ଜବତ ହୋଇଥିବା ଡ୍ରୋନ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନଥିବା ବେଳେ ଏହା ମଧ୍ୟ ପାକିସ୍ତାନୀ ଗୁପ୍ତଚରୀ ଡ୍ରୋନ ହୋଇଥିବା ନେଇ ସନ୍ଦେହ କରାଯାଉଛି ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ABOUT THE AUTHOR

...view details