ଓଡିଶା

odisha

By

Published : Dec 19, 2022, 10:34 AM IST

ETV Bharat / bharat

ପଞ୍ଜାବ ଗୁରୁଦାସପୁରରେ ଉଡିଲା ପାକିସ୍ତାନୀ ଡ୍ରୋନ

ପଞ୍ଜାବର ଗୁରୁଦାସପୁର ସେକ୍ଟରେ ଉଡିଲା ପାକିସ୍ତାନୀ ଡ୍ରୋନ । ଗୁଳି କରି ହଟାଇଲା ସୀମା ସୁରକ୍ଷା ବଳ । ଅଧିକ ପଢନ୍ତୁ

ପଞ୍ଜାବ ଗୁରୁଦାସପୁରରେ ଉଡିଲା ପାକିସ୍ତାନୀ ଡ୍ରେନ
ପଞ୍ଜାବ ଗୁରୁଦାସପୁରରେ ଉଡିଲା ପାକିସ୍ତାନୀ ଡ୍ରେନ

ଚଣ୍ଡିଗଡ: ପୁଣି ଭାରତ ଆକାଶରେ ଉଡିଲା ପାକିସ୍ତାନୀ ଡ୍ରୋନ । ପଞ୍ଜାବର ଗୁରୁଦାସପୁର ସେକ୍ଟରରେ ଦୁଇଟି ପାକିସ୍ତାନୀ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଛି । ଚନ୍ଦୁ ଓ୍ବାଡେଲା ଓ କୋସଓ୍ବାଲ ପୋଷ୍ଟରେ ଡ୍ରୋନଟି ଉଡୁଥିବା ବେଳେ ଗୁଳି କରି ହଟାଇଲେ ସୀମା ସୁରକ୍ଷା ବଳ(BSF)। ଏହାପରେ ଗୁରୁଦାସପୁରର ଡେରା ବାବା ନାନକରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ବିଏସଏଫ ଡିଆଇଜି ପ୍ରଭାବକର ଯୋଶି ।

ବିଏସଏଫ ଡିଆଇଜି କହିଛନ୍ତି ଯେ, ‘‘ରବିବାର ରାତି ପ୍ରାୟ ୧୦ଟା ୩୦ ମନିଟ ସମୟରେ ପାକିସ୍ତାନ ପଟୁ ଏକ ଡ୍ରୋନ ଆସି ଗୁରୁଦାସ ସେକ୍ଟରରେ ଥିବା କୋସଓ୍ବାଲ ପୋଷ୍ଟରେ ଉଡୁଥିବା ଦେଖିବାକୁ ମିଳିଥିଲା । ସଙ୍ଗେ ସଙ୍ଗେ ସୁରକ୍ଷାକର୍ମୀ ଗୁଳି ଚଳାଇବାରୁ ଡ୍ରେନଟି ଫେରିଯାଇଥିଲା । ଏହାପରେ ରାତି ପ୍ରାୟ ୧୨ଟା ସମୟରେ ଚନ୍ଦୁ ଓ୍ବାଡେଲା ପୋଷ୍ଟରେ ଆଉ ଏକ ଡ୍ରେନ ମଧ୍ୟ ଉଡୁଥିବା ଦେଖିବାକୁ ମିଳିଥିଲା । ଏହାପରେ ବିଏସଏଫ ଦ୍ବାରା ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ଜାରି ରହିଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଭାରତ ଯୋଡ ଯାତ୍ରାରେ ସାମିଲ ହେବେ ଅଭିନେତା କମଲ ହାସନ

ଗତ ସେପ୍ଟେମ୍ବର ମାସରେ ପଞ୍ଜାବ ଗୁରୁଦାସପୁର ସେକ୍ଟର ଚକ୍ରି ପୋଷ୍ଟରେ ଏକ ପାକ୍ ଡ୍ରୋନ ଉଡୁଥିବାର ଦେଖିବାକୁ ମିଳିଥିଲା । ଡ୍ରୋନଟି ରବିବାର ରାତିରେ ଆକାଶରେ ଉଡୁଥିବାର ଦେଖିବାକୁ ପାଇଥିଲେ ବିଏସଏଫ ଯବାନ । ପ୍ରାୟ ୨୫ ମିନିଟ ପର୍ଯ୍ୟନ୍ତ ଆକାଶରେ ଡ୍ରୋନଟି ଉଡିବା ପରେ ସୀମା ସୁରକ୍ଷା ବଳ(BSF) ଏହା ଉପରେ ଗୁଳିମାଡ କରିଥିଲେ । ସେହିପରି ସେପ୍ଟେମ୍ବର ୧୨ ତାରିଖରେ ପଞ୍ଜାବ ଗୁରୁଦାସପୁର ସେକ୍ଟର ଅନ୍ତର୍ଜାତୀୟ ସୀମାରେ ଏକ ପାକ୍ ଡ୍ରୋନ ଠାବ ହୋଇଥିଲା । ବିଏସଏଫ ଯବାନ ଏହା ଉପରକୁ ଗୁଳିମାଡ କରିବାରୁ ଡ୍ରୋନଟି ପାକିସ୍ତାନ ଫେରି ଯାଇଥିଲା ।

ABOUT THE AUTHOR

...view details