ଓଡିଶା

odisha

ETV Bharat / bharat

Pakistani Drone At Border: ଗୁଳି କରି ଖସାଇଲା ସେନା, 5KG ହେରୋଇନ ଜବତ - ଅନ୍ତର୍ଜାତୀୟ ସୀମା

ପୁଣି ପଞ୍ଜାବ ସୀମାରେ ଉଡ଼ିଲା ଡ୍ରୋନ । ପଞ୍ଜାବ ପୋଲିସ ଓ BSFର ମିଳିତ ଉଦ୍ୟମରେ ଏହି ଡ୍ରୋନକୁ ଗୁଳି କରି ଖସାଯାଇଥିବା ବେଳେ ୫କେଜି ହେରୋଇନ ଜବତ ହୋଇଛି । ଅଧିକ ପଢନ୍ତୁ

Pakistani drone on Amritsar border
Pakistani drone on Amritsar border

By

Published : Feb 3, 2023, 5:21 PM IST

ଚଣ୍ଡିଗଡ଼:ପଞ୍ଜାବ ଅନ୍ତର୍ଜାତୀୟ ସୀମାରେ ପୁଣି ଠାବ ହେଲା ଡ୍ରୋନ । ଗୁରୁବାର ବିଳମ୍ବିତ ରାତିରେ ସୀମା ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ପାକିସ୍ତାନର ଡ୍ରୋନକୁ ଗୁଳି କରି ଖସାଇଛି ସେନା । ରାତି ପ୍ରାୟ ୨.୩୦ଟା ବେଳେ ଅମୃତସର ସେକ୍ଟର କକ୍କଡ ସୀମା ଦେଇ ପାକିସ୍ତାନୀ ଡ୍ରୋନ ପ୍ରବେଶ କରିବା ଲାଗି ଉଦ୍ୟମ କରୁଥିଲା । ଏହି ଡ୍ରୋନ ଜବତ ହେବା ପରେ ସେଥିରୁ ୫କେଜି ହେରୋଇନ ଜବତ ହୋଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ପୁଣି ପଞ୍ଜାବ ସୀମାରେ ଉଡ଼ିଲା ଡ୍ରୋନ

ପାଟ୍ରୋଲିଂ ସମୟରେ ଶୁଣିବାକୁ ମିଳିଥିଲା ଡ୍ରୋନ୍ ଶବ୍ଦ:-ରାତିରେ ଯବାନମାନେ ସୀମାରେ ପାଟ୍ରୋଲିଂ କରୁଥିବା ବେଳେ ଡ୍ରୋନର ଶବ୍ଦ ଶୁଣିବାକୁ ମିଳିଥିଲା । ଅମୃତସରର ସୀମାବର୍ତ୍ତୀ ଗାଁ କକ୍କଡ ଦେଇ ଭାରତକୁ ଡ୍ରୋନ ପ୍ରବେଶ କରିବାକୁ ଉଦ୍ୟମ କରାଯାଉଥିଲା । ପାଟ୍ରୋଲିଂ ବେଳେ BSFର ପ୍ରାୟ ୨୨ଜଣ ଯବାନ ରହିଥିଲେ । ସେମାନଙ୍କୁ ବିଳମ୍ବିତ ରାତ୍ରିରେ ଡ୍ରୋନ ଶବ୍ଦ ଶୁଣିବାକୁ ମିଳିଥିଲା । ଶବ୍ଦ ଶୁଣିବା ମାତ୍ରେ ଯବାନମାନେ ଗୁଳିଚାଳନ ଆରମ୍ଭ କରିଥିଲେ । ଯବାନମାନେ ଡ୍ରୋନ ପଛେ ପଛେ ମଧ୍ୟ ଯାଇଥିଲେ । ତେବେ କିଛି ସମୟ ପରେ ଡ୍ରୋନର ଶବ୍ଦ ବନ୍ଦ ହୋଇଥିଲା ।

ଏହା ବି ପଢନ୍ତୁ- ଯୋଶୀମଠ ପରେ ଜମ୍ମୁ କାଶ୍ମୀରରେ ଦବିଲା ମାଟି, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

୫KG ହେରୋଇନ ଜବତ

ବିଏସଏଫର କହିବାନୁସାରେ ଯେଉଁ ଡ୍ରୋନ ଉପରେ ଗୁଳି ଚାଳନା ହୋଇଥିଲା, ତାହା ସେତେବେଳେ ମିଳିନଥିଲା । ଏହାପରେ ସେନା ପକ୍ଷରୁ ବିଳମ୍ବିତ ରାତିରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହାପରେ ସକାଳେ କକ୍କଡ ଗାଁର ଏକ କ୍ଷେତରୁ ଡ୍ରୋନକୁ ଜବତ କରାଯାଇଥିଲା । ପଞ୍ଜାବ ପୋଲିସର ସୂଚନା ଅନୁସାରେ ଏହି ଡ୍ରୋନରେ ପ୍ରାୟ ୫କେଜି ନିଶାଦ୍ରବ୍ୟ ହେରୋଇନ ଚାଲାଣ ହେଉଥିଲା । ଏନେଇ ପଞ୍ଜାବ ଡିଜିପି ଏକ ଟ୍ବିଟ କରିଥିଲେ । ସେଥିରେ ସେ ଲେଖିଛନ୍ତି, " ଅମୃତସର ପୋଲିସକୁ ବଡ଼ ସଫଳତା ମିଳିଛି । ଅମୃତସର ପୋଲିସ ଓ BSFର ମିଳିତ ଉଦ୍ୟମରେ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଜବତ କରାଯାଇଛି । କକ୍କଡ ଗାଁରୁ ଏହି ଡ୍ରୋନକୁ ଜବତ କରାଯାଇଛି । ଏଥିରୁ ୫କେଜି ହେରୋଇନ ଜବତ ହୋଇଛି । ଏହି ଡ୍ରୋନରେ ୬ଟି ପଙ୍ଖା ଲାଗିଥିବା ଜଣାପଡ଼ିଛି । ଯାହାକୁ ଜବତ କରାଯାଇଛି ।"

ସୂଚନା ଥାଉ କି ପାକିସ୍ତାନଠାରୁ ଏହି ଅନ୍ତର୍ଜାତୀୟ ସୀମା ମାତ୍ର ୨କିମି ଦୂର । ଡ୍ରୋନରେ ଯାଞ୍ଚ ମଧ୍ୟ କରାଯାଇଛି । ଡ୍ରୋନର କିଛି ଉପକରଣ ଆମେରିକା ଓ ଚୀନରେ ନିର୍ମାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ABOUT THE AUTHOR

...view details