ଓଡିଶା

odisha

ବିଏସଏଫ ଗୁଳିରେ ଟଳିଲା ପାକ ଅନୁପ୍ରବେଶକାରୀ

By

Published : Feb 8, 2021, 5:26 PM IST

ଭାରତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବାବେଳେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସୀମା ସୁରକ୍ଷା ବଳ । ଅଧିକ ପଢନ୍ତୁ....

ବିଏସଏଫ ଗୁଳିରେ ପାକ ଅନୁପ୍ରବେଶକାରୀ ନିପାତ
ବିଏସଏଫ ଗୁଳିରେ ପାକ ଅନୁପ୍ରବେଶକାରୀ ନିପାତ

ଶ୍ରୀନଗର: ଭାରତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବାବେଳେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସୀମା ସୁରକ୍ଷା ବଳ । ଭାରତ-ପାକ ସୀମାର ବିପି-64 ନିକଟରେ ଅନୁପ୍ରବେଶକାରୀକୁ ସନ୍ଦେହଜନକ ଅବସ୍ଥାରେ ଠାବ କରାଯାଇଥିଲା । ପରେ ସେ ସେଠାରେ ଆକ୍ରମଣାତ୍ମକ କାର୍ଯ୍ୟକଳାପର ଦେଖାଇବାରୁ ତାକୁ ଗୁଳି କରାଯାଇଥିବା କହିଛି ବିଏସଏଫ ।

ଗତକାଲି(ରବିବାର) ଏହି ଅନୁପ୍ରବେଶକାରୀ ଭାରତରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା । ହେଲେ ଯବାନଙ୍କ ଉପରକୁ ଆକ୍ରମଣ କରିବାକୁ ଉଦ୍ୟମ କରିବାରୁ ଯବାନ ତାର ଜବାବ ଦେଇଥିଲେ ।

ସୂଚନା ଅନୁସାରେ, ଗତ 23 ନଭେମ୍ବରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲା । ନିକଟରେ ଏହି ଅଞ୍ଚଳରେ ଏକ ଟନେଲ ମଧ୍ୟ ଚିହ୍ନଟ କରାଯାଇଛି । ତେଣୁ ଏହି ଅଞ୍ଚଳରେ ନିୟମିତ ଭାବେ ପାକ ତାର ଅନୁପ୍ରବେଶ ଅଭିଯାନ ଜାରି ରଖିଥିବା ସନ୍ଦେହ କରାଯାଉଛି । ତେଣୁ ଉକ୍ତ ଅଞ୍ଚଳ ଉପରେ କଡା ନଜର ରଖିଛି ବିଏସଏଫ ଯବାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details