ଗାନ୍ଧୀନଗର:ଗୁଜୁରାଟରୁ ୨ଟି ପାକିସ୍ତାନୀ ମାଛଧରା ବୋଟ ଜବତ କଲା ସୀମା ସୁରକ୍ଷା ବଳ (BSF) । ଗତକାଲି ପାଟ୍ରୋଲିଂ ସମୟରେ ଗୁଜୁରାଟର ଭୁଜର ସାର କ୍ରିକରୁ ଜବତ କରାଯାଇଛି ଏହି ମାଛଧରା ବୋଟ । ଏଥିରେ କାହାକୁ ଗିରଫ କରାଯାଇନଥିବା BSF ଗୁଜୁରାଟ ସୀମାନ୍ତ ଜନସମ୍ପର୍କ ଅଧିକାରୀ ଟ୍ବିଟ କରି ସୂଚନା ଦେଇଛନ୍ତି ।
ସୂଚନାଅନୁଯାୟୀ ଗତକାଲି, ସାର୍ କ୍ରିକ୍ ଅଞ୍ଚଳରେ ବିଏସ୍ଏଫ୍ ତରଫରୁ ପାଟ୍ରୋଲିଂ କରାଯାଉଥିଲା । ଏହି ସମୟରେ ୨ଟି ପାକିସ୍ତାନୀ ମାଛଧରା ବୋଟ ଓ ଚାରିରୁ ପାଞ୍ଚ ଜଣ ମତ୍ସ୍ୟଜୀବୀଙ୍କ ଗତିବିଧି ଉପରେ ନଜର ରଖିଥିଲା ବିଏସଏଫ । ଏହାପରେ ସେମାନଙ୍କୁ ପିଛା କରିବାରୁ ବୋଟ ଛାଡି ପଲାଇଥିଲେ ସମସ୍ତ ମତ୍ସ୍ୟଜୀବୀ । ଜବତ ପାକିସ୍ତାନୀ ବୋଟକୁ ଯାଞ୍ଚ କରାଯିବା ସହ କମ୍ବିଂ ଅପରେସନ୍ ଜାରି ରଖିଛି BSF ।