ଓଡିଶା

odisha

ETV Bharat / bharat

ଗୁଜୁରାଟ ଉପକୂଳରୁ ପୁଣି ୭ ପାକିସ୍ତାନୀ ମାଛଧରା ବୋଟ ଜବତ

ଗୁଜୁରାଟ ଉପକୂଳରୁ ଜବତ ହେଲା ୭ ମାଛଧରା ବୋଟ । ବୋଟ ଛାଡି ଖସି ପଳାଇଲେ ପାକିସ୍ତାନୀ ମତ୍ସ୍ୟଜୀବୀ । ଜାରି ରହିଛି ତଲାସି ଅଭିଯାନ । ଅଧିକ ପଢନ୍ତୁ

ଗୁଜୁରାଟ ଉପକୂଳରୁ ପୁଣି ୭ ପାକିସ୍ତାନୀ ମାଛଧରା ବୋଟ ଜବତ
ଗୁଜୁରାଟ ଉପକୂଳରୁ ପୁଣି ୭ ପାକିସ୍ତାନୀ ମାଛଧରା ବୋଟ ଜବତ

By

Published : Feb 17, 2022, 9:44 PM IST

ନୂଆଦିଲ୍ଲୀ:ଗୁଜୁରାଟ ଉପକୂଳରେ ପୁଣି ଜବତ ହେଲା ପାକିସ୍ତାନୀ ମାଛଧରା ବୋଟ । ଆଜି (ଗୁରୁବାର) ଭୁଜ ଉପକୂଳ ନିକଟବର୍ତ୍ତୀ ଅଞ୍ଚଳରୁ ୭ ପାକିସ୍ତାନୀ ମାଛଧରା ବୋଟ ଜବତ କରିଛି ସୀମା ସୁରକ୍ଷା ବଳ (BSF) । ପ୍ରାୟ ମଧ୍ୟାନ୍ନ ସମୟରେ ପାଟ୍ରୋଲିଂ ବେଳେ ଏହି ମାଛଧରା ବୋଟ ଜବତ ହୋଇଥିବା ବେଳେ କେହି ପାକିସ୍ତାନୀ ନାଗରିକ ଗିରଫ ହୋଇନଥିବା BSF ଗୁଜୁରାଟ ସୀମାନ୍ତ ଜନସମ୍ପର୍କ ଅଧିକାରୀ ଟ୍ବିଟ କରି ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ବିଏସଏଫ କ୍ରିକ କ୍ରୋକଡାଇଲ କମାଣ୍ଡୋ ଦଳ ଦ୍ବାରା ଏହି ଅପରେସନରେ କରାଯାଇଥିଲା । ତେବେ ଜବତ ପାକିସ୍ତାନୀ ବୋଟକୁ ଯାଞ୍ଚ ଜାରି ରହିଛି । ମାଛ ଧରୁଥିବା ପାକିସ୍ତାନୀ ନାଗରିକ ସୂଚନା ପାଇ ଫେରାର ହୋଇଯାଇଛନ୍ତି । ସେହିପରି ସେମାନଙ୍କ ସମ୍ଭାବ୍ୟ ଫେରାର ମାର୍ଗକୁ ମଧ୍ୟ ନିରୀକ୍ଷଣ ପାଇଁ କମ୍ବିଂ ଅପରେସନ୍ ଜାରି ରହିଥିବା BSF କହିଛି ।

ଚଳିତ ମାସ ୯ତାରିଖରେ ମଧ୍ଯ ୧୧ ପାକିସ୍ତାନୀ ବୋଟକୁ ଜବତ କରିବାରେ ସଫଳ ହୋଇଥିଲା ସୀମା ସୁରକ୍ଷା ବଳ । ସର୍ଚ୍ଚ ଅପରେସନରେ ୬ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ମଧ୍ୟ ଗିରଫ କରିବାରେ ସଫଳତା ମଧ୍ୟ ମିଳିଥିଲା । ତେବେ କଡା ସୁରକ୍ଷା ସତ୍ତ୍ବେ ମଧ୍ୟ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କ ଭାରତୀୟ ଜଳରାଶିରେ ପ୍ରବେଶ କରିବା,ସୁରକ୍ଷା ବ୍ୟବସ୍ଥା ପ୍ରତି ସତର୍କ ଘଣ୍ଟି ସଦୃଶ ପାଲଟିଛି ।

ANI

ABOUT THE AUTHOR

...view details